ଦେଶ

କରୋନା ଭ୍ୟାକ୍ସିନ୍‌ ତିଆରି କରିଥିବା ସାଇରସ୍ ପୁନାୱାଲାଙ୍କୁ ହୃଦ୍‌ଘାତ, ଆଞ୍ଜିଓପ୍ଲାଷ୍ଟି ପରେ ଆଇସିୟୁରେ ଭର୍ତ୍ତି – Ibnodisha

[ad_1]

ବ୍ୟୁରୋ : ପୁଣେସ୍ଥିତ ବାୟୋଟେକ୍ ଫାର୍ମ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଡା. ସାଇରସ୍ ପୁନାୱାଲା ଗୁରୁବାର ହୃଦଘାତର ଶିକାର ହୋଇଛନ୍ତି। ତାଙ୍କୁ ଶୁକ୍ରବାର ସକାଳେ ରୁବି ହଲ୍‌ କ୍ଲିନିକ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଡାକ୍ତର କହିଛନ୍ତି, ୮୨ ବର୍ଷୀୟ ପୁନାୱାଲାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଅଛି। କିଛି ଦିନ ପରେ ତାଙ୍କୁ ଡିସଚାର୍ଜ କରାଯିବ। ଡା. ପୁନାୱାଲା ଆଇସିୟୁରେ ଅଛନ୍ତି ଏବଂ ଚିକିତ୍ସା ସମୟରେ ଭଲ ପ୍ରତିକ୍ରିୟା ଦେଉଛନ୍ତି। ସ୍ୱାସ୍ଥ୍ୟାବସ୍ଥାରେ ଏବେ ସୁଧାର ଆସୁଛି।ହସ୍ପିଟାଲ ଏକ ବୟାନରେ କହିଛି ଯେ ଡା. ପରଭେଜ ଗ୍ରାଣ୍ଟ, ଡା. ମାକଲେ ଓ ଡା. ଅଭିଜିତ୍ ଖାରଡେକରଙ୍କ ତତ୍ତ୍ୱାବଧାନରେ ପୁନାୱାଲାଙ୍କ ଆଞ୍ଜିଓପ୍ଲାଷ୍ଟି କରାଯାଇଛି। ସେ ବର୍ତ୍ତମାନ ଭଲ ଅଛନ୍ତି।କହି ରଖୁଛୁ, ସାଇରସ୍ ପୁନାୱାଲାଙ୍କ କମ୍ପାନୀ କରୋନା ଭ୍ୟାକ୍ସିନ୍‌ ‘କୋଭିଶିଲ୍ଡ’ ତିଆରି କରେ। ପୁନାୱାଲା ଦେଶର ଶ୍ରେଷ୍ଠ ୧୦ ଜଣ ଧନୀ ତାଲିକାରେ ଅଛନ୍ତି। ‘ଫୋର୍ବସ୍ ଇଣ୍ଡିଆ’ର ୧୦୦ ଧନୀ ତାଲିକାରେ ପୁନାୱାଲା ଦଶମ ସ୍ଥାନରେ ରହିଥିଲେ। ତାଙ୍କ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ହେଉଛି ବିଶ୍ୱର ସବୁଠାରୁ ବଡ଼ ଟିକା ନିର୍ମାତା କମ୍ପାନୀ। କରୋନା ସମେତ ଅନେକ ରୋଗ ପାଇଁ ଏହା ଟିକା ପ୍ରସ୍ତୁତ କରେ।

The post କରୋନା ଭ୍ୟାକ୍ସିନ୍‌ ତିଆରି କରିଥିବା ସାଇରସ୍ ପୁନାୱାଲାଙ୍କୁ ହୃଦ୍‌ଘାତ, ଆଞ୍ଜିଓପ୍ଲାଷ୍ଟି ପରେ ଆଇସିୟୁରେ ଭର୍ତ୍ତି appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button