ଦେଶ

ଭିଡ଼ ଉପରେ ମାଡ଼ିଗଲା ରେସିଂ କାର; ୭ ମୃତ, ୨୦ ଗୁରୁତର – Ibnodisha

[ad_1]

ଶ୍ରୀଲଙ୍କା : କାର୍‌ ରେସିଂ ଦେଖିବାକୁ ହୋଇଥିଲା ପ୍ରବଳ ଭିଡ଼ । ଖଚାଖଚ ଥିଲେ ଦର୍ଶକ । ଟ୍ରାକ୍‌ରେ ଆଖି ପିଛୁଳାକେ ରେସିଂ କାର୍‌ ଦୌଡ଼ୁଥିବା ବେଳେ ଲୋକଙ୍କ କରତାଳିରେ ଫାଟି ପଡ଼ୁଥିଲା ସମଗ୍ର ଅଞ୍ଚଳ। ମାତ୍ର ଏହା ମଧ୍ୟରେ ଘଟିଗଲା ଅଘଟଣ। ଦ୍ରୁତ ଗତିରେ ଯାଉଥିବା ଏକ ରେସିଂ କାର୍‌ ହଠାତ୍‌ ଲୋକଙ୍କ ଉପରେ ମାଡ଼ିଗଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ହୋଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଶ୍ରୀଲଙ୍କାର ଦିୟାତାଲାୱା ସହରରେ ଘଟିଛି।

ଦିୟାତାଲାୱା ସହର ଶ୍ରୀଲଙ୍କାର ରାଜଧାନୀ କଲମ୍ବୋଠୁ ୧୮୦ କିମି ଦୂରେ ଅବସ୍ଥିତ । ସେଠାରେ ଶ୍ରୀଲଙ୍କା ମିଲିଟାରୀ ଏକାଡେମୀରେ କାର୍‌ ରେସିଂ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ୪୫ ହଜାର ଲୋକଙ୍କ ଭିଡ଼ ଜମିଥିଲା। ଶ୍ରୀଲଙ୍କା ସେନା ଓ ଅଟୋମୋବାଇଲ ସ୍ପୋର୍ଟ୍ସ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ମାତ୍ର ରେସିଂ ଚାଲିଥିବା ବେଳେ ହଠାତ୍‌ ଏକ କାର୍‌ ଭାରସାମ୍ୟ ହରାଇ ଟ୍ରାକ୍‌ରୁ ବାହାରି ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ଜଣେ ୮ ବର୍ଷର ଶିଶୁ ସମେତ କିଛି ଅଧିକାରୀ ଥିବା ଜଣାଯାଇଛି।

ଏହି ଦୁର୍ଘଟଣାରେ ୨୦ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ପରେ ତୁରନ୍ତ ରେସିଂ କାର୍ଯ୍ୟକ୍ରମକୁ ବନ୍ଦ କରି ଦିଆଯାଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button