ଦେଶ

ୟୁକ୍ରେନ ଉପରେ ମିସାଇଲ ମାଡ କଲା ଋଷ; ୧୭ ମୃତ, ୩୨ ଆହତ – Ibnodisha

[ad_1]

କିଭ: ଋଷ ଓ ୟୁକ୍ରେନ ଯୁଦ୍ଧକୁ ବର୍ଷେରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ସୁଦ୍ଧା ଆକ୍ରମଣ ଜାରି ରଖିଛି ଋଷ । ୟୁକ୍ରେନ ଉପରେ ପୁଣି ଆକ୍ରମଣକୁ ଜୋରଦାର କରିଛି ଋଷ । ବୁଧବାର ୟୁକ୍ରେନର କୋଷ୍ଟିଆଣ୍ଟିନିଭାକାର ଡୋନେଟସ୍କ ଅଞ୍ଚଳର ଏକ ବଜାରରେ ମିସାଇଲ ମାଡ କରିଛି ଋଷ । ଫଳରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୨ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି । ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ ଶିଶୁ ମଧ୍ୟ ରହିଛନ୍ତି । ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ଇହୋର କ୍ଲିମେଙ୍କୋ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ୟୁକ୍ରେନ ଉପରେ ଋଷ ପୁଣି ଥରେ ମିସାଇଲ ମାଡ କରିଛି । ଯାହା ଫଳରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଋଷ ସେନା ଆତଙ୍କବାଦୀ ଅଟନ୍ତି, ସେମାନଙ୍କୁ ଏଥି ପାଇଁ କେବେ ବି କ୍ଷମା କରାଯିବ ନାହିଁ । ମିସାଇଲ ଆକ୍ରମଣ ଯୋଗୁଁ ଋଷକୁ ଦଣ୍ଡ ଭୋଗିବାକୁ ପଡିବ ।

ଆମେ ଏହାର ଜବାବ ଦେବୁ । ୟୁକ୍ରେନ ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କି ଋଷ ସେନାର ଆକ୍ରମଣକୁ ନିନ୍ଦା କରିଛନ୍ତି । ମିସାଇଲ ମାଡରେ ମୃତ୍ୟୁ ସଂଖ୍ୟା ବଢିବା ପାରେ ବୋଲି କହିଛନ୍ତି ରାଷ୍ଟ୍ରପତି । ଏହା ପୂର୍ବରୁ ଅଗଷ୍ଟ ୨୦ ତାରିଖରେ ୟୁକ୍ରେନ ସହର ଚେର୍ନିହିବରେ ମିସାଇଲ ମାଡ କରିଥିଲା ଋଷ । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ ଜଣେ ୬ ବର୍ଷର ଶିଶୁ ରହିଥିଲା । ସେହିପରି ୧୦ ଜଣ ପୋଲିସ କର୍ମଚାରୀ ଏବଂ ୧୨ ଜଣ ଶିଶୁ ମଧ୍ୟ ଆହତ ହୋଇଥିଲା । ସେହିପରି ଜାନୁଆରୀ ୧୫ ତାରିଖରେ ଋଷ ସେନା ପକ୍ଷରୁ ୟୁକ୍ରେନର ବିଭିନ୍ନ ସ୍ଥାନରେ ମିଶାଇଲ ମାଡ କରାଯାଇଥିଲା । ଏଥିରେ ୧୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ । ନିପ୍ରୋ ସହରର ଏକ ୯ ମହଲା କୋଠା ଉପରେ ମିସାଇଲ ମାଡ କରିଥିଲା ଋଷ । ୟୁକ୍ରେନର ଅଧିକ ସ୍ଥାନରେ ମିସାଇଲ ମାଡ ହୋଇଥିବା ବେଳେ ନିପ୍ରୋ ସହର ଅଧିକ ମାତ୍ରାରେ କ୍ଷୟକ୍ଷତି ହୋଇଥିଲା । ମିସାଇଲ ମାଡ ଯୋଗୁଁ ବିଲଡିଂରେ ନିଆଁ ଲାଗିଯାଇଥିଲା । ଫଳରେ ଲୋକମାନଙ୍କୁ ଉଦ୍ଧାର କରିବା ଏକ ଚାଲେଞ୍ଜ ସୃଷ୍ଟି ହୋଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button