ଦେଶ

ୟୁକ୍ରେନର ଡାନୁବ ବନ୍ଦର ଉପରେ ଏକାସଙ୍ଗେ ୨୫ଟି ଡ୍ରୋନ ମାଧ୍ୟମରେ ଆକ୍ରମଣ କଲା ରୁଷ୍ – Ibnodisha

[ad_1]

ମସ୍କୋ : କୃଷ୍ଣ ସାଗରରେ ଥିବା ୟୁକ୍ରେନର ଡାନୁବ ବନ୍ଦର ଉପରେ ଭୟଙ୍କର ଡ୍ରୋନ ଆକ୍ରମଣ କରିଛି ରୁଷିଆ । ରୁଷ ସେନା ଏକାସାଙ୍ଗରେ ୨୫ଟି ଡ୍ରୋନ୍ ମାଧ୍ୟମରେ ୟୁକ୍ରେନ ବନ୍ଦରକୁ ଟାର୍ଗେଟ କରିଥିଲା। ଏହି ଆକ୍ରମଣରେ ଡାନୁବ ବନ୍ଦର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହି ସମୟରେ ୨ ଜଣ ଗୁରୁତର ଆହତ ହୋଇଥିଲେ।

ଏହି ଆକ୍ରମଣ ପରେ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ୍ସ (ଟ୍ବିଟର) ଉପରେ ଡ୍ରୋନ ଆକ୍ରମଣର ଫଟୋ ସେୟାର କରିଛି । ୟୁକ୍ରେନ ଲେଖିଛି, “ଆଜି ପୁଣି ଥରେ ରୁଷୀୟ ଆତଙ୍କବାଦୀମାନେ ୟୁକ୍ରେନର ବନ୍ଦର ଭିତ୍ତିଭୂମି ଉପରେ ଆକ୍ରମଣ କରିଛନ୍ତି। ଏହି ସମୟରେ ୟୁକ୍ରେନ ୨୫ଟି ସହିଦ-୧୩୬/୧୩୧ ଲଢୁଆ ଡ୍ରୋନ ସହ ବନ୍ଦର ଉପରେ ଆକ୍ରମଣ କରିଥିଲା। କିନ୍ତୁ ଏହି ଡ୍ରୋନ୍ ମଧ୍ୟରୁ ୨୨ଟିକୁ ଖସାଇ ଦିଆଯାଇଥିଲା। ଆକ୍ରମଣ ପରେ ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ତେବେ ଅଳ୍ପ ସମୟ ମଧ୍ୟରେ ନିଆଁକୁ ଆୟତ୍ତ କରିଥିବା ୟୁକ୍ରେନ ଦାବି କରିଛି। ଦୁର୍ଭାଗ୍ୟବଶତଃ ବନ୍ଦରର ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି।“

ଏହି ଡାନୁବ ବନ୍ଦର ମାଧ୍ୟମରେ ୟୁକ୍ରେନରୁ ବିଭିନ୍ନ ଦେଶକୁ ଶସ୍ୟ ରପ୍ତାନି ହୋଇଥାଏ । ଏଣୁ ରୁଷ ଡାନୁବ ବନ୍ଦରକୁ ଟାର୍ଗେଟ କରିଛି। ଓଡେସା ବନ୍ଦର ଉପରେ ମଧ୍ୟ ରାତି ସାରା ଆକ୍ରମଣ ଜାରି ରହିଥିଲା। ୟୁକ୍ରେନର ବାୟୁସେନା ରବିବାର ସକାଳେ କହିଛି ଯେ ଦକ୍ଷିଣ ଓଡେସା ଅଞ୍ଚଳରେ ରାତିସାରା ଆକ୍ରମଣ କରି ସେମାନେ ୨୨ଟି ରୁଷୀୟ ଡ୍ରୋନ୍ ନଷ୍ଟ କରିଛନ୍ତି। ତେବେ ଅନ୍ୟ ୩ଟି ଡ୍ରୋନ୍ ସେମାନଙ୍କ ଟାର୍ଗେଟକୁ ଭେଦ କରି ଡାନୁବ ନଦୀର ବନ୍ଦର ଭିତ୍ତିଭୂମି କ୍ଷତିଗ୍ରସ୍ତ କରିବା ସହ ଅତି କମରେ ୨ ଜଣ ଆହତ ହୋଇଛନ୍ତି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button