ରାଜନୀତି

ବୌଦ୍ଧ ଜିଲ୍ଲା କଂଗ୍ରେସର ଜନଜାଗରଣ ସଭା – Ibnodisha

[ad_1]

ଭୁବନେଶ୍ୱର – ଆଜି ଏଆଇସିସିର ଓଡ଼ିଶା ପ୍ରଭାରୀ ତଥା ସାଂସଦ ଡା. ଚେଲ୍ଲା କୁମାର, ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏବଂ ପ୍ରଦେଶ କଂଗ୍ରେସର ନେତୃବର୍ଗ ବୌଦ୍ଧ ଜିଲ୍ଲାର ଚାରିଛକ ଠାରୁ ଏକ ବିଶାଳ ମୋଟରସାଇକେଲ ରାଲିରେ ବୁଟୁପାଲ୍ଲି ପର୍ଯ୍ୟନ୍ତ ଆସିଥିଲେ । ବୁଟୁପାଲ୍ଲି ଠାରୁ ତୁଳସୀ ମଣ୍ଡପ ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇଥିଲେ । ତୁଳସୀ ମଣ୍ଡପଠାରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ନବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜନଜାଗରଣ ସଭାରେ ଉଦ୍‌ବୋଧନ ଦେଇ ଡା. ଚେଲା କୁମାର କହିଥିଲେ ଯେ ଓଡ଼ିଶାର ଶାସନ ବ୍ୟବସ୍ଥାକୁ ଏବେ ଜଣେ ସଚିବ ନିୟନ୍ତ୍ରଣ କରୁଛନ୍ତି । ମାତ୍ର ଲୋକେ ନବୀନ ପଟ୍ଟନାୟକଙ୍କ ଭୋଟ ଦେଇଥିଲେ । ବିଧାୟକ ଓ ମନ୍ତ୍ରୀମାନଙ୍କୁ ନିଜ ଅଂଚଳର ସମସ୍ୟାର ସମାଧାନ କରିବାର ଅଧିକାର ଦିଆଯାଉ ନାହିଁ । ନିର୍ବାଚିତ ପ୍ରତିନିଧିଙ୍କ ସାମ୍ବିଧାନିିକ କ୍ଷମତାକୁ ୫-ଟି ସଚିବ ପାଣ୍ଡିଆନ ଛଡ଼ାଇ ନେଇଛନ୍ତି । ଓଡ଼ିଶା ଶାସନର ଭାର ପାଣ୍ଡିଆନଙ୍କ ଉପରେ ଦେଇ ମୁଖ୍ୟମନ୍ତ୍ରୀ ନିଦକ ବସିଛନ୍ତି । ଓଡ଼ିଶାର ଲୋକଙ୍କର ଅର୍ଥରେ ପାଣ୍ଡିଆନ ଅୟେସ କରୁଛନ୍ତି । ତାଙ୍କର ହେଲିପେକ୍ଟର ଖର୍ଚ୍ଚ ଏବେ ୫୦୦ କୋଟିରେ ପଂହଚିଛି । ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ମାସକୁ ୨୦୦ କୋଟି ହିସାବରେ ବର୍ଷକୁ ୨୪୦୦ କୋଟି ଟଙ୍କା ଖର୍ଚ୍ଚ କରୁଥିବାର ହିସାବ ଦେଉଛନ୍ତି । ଏହି ଯୋଜନାର ଅର୍ଥକୁ ପ୍ରାଇଭେଟ ହସପିଟାଲମାନେ ଲୁଟି ନେଉଛନ୍ତି ବୋଲି ଡା. ଚେଲ୍ଲା କୁମାର ଅଭିଯୋଗ କରିଛନ୍ତି । ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଦତ ତଥ୍ୟ ଅନୁଯାୟୀ ସରକାରୀ ଡାକ୍ତରଖାନାରେ ୪୫ ପ୍ରତିଶତ ଡାକ୍ତର ନାହାନ୍ତି । ଭିତିଭୂମି ଘୋର ଅଭାବ ଏଣୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନବୀନ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଡା. ଚେଲା କୁମାର କହିଥିଲେ । ଡା. ଚେଲା କୁମାର ଫୁଲବାଣୀରୁ ଆସୁଥିବା ବାଟରେ ଚାରିଛକ ଠାରେ ରୁଣ୍ଡ ହୋଇଥିବା ମହିଳାମାନଙ୍କ ସହିତ କଥାବାର୍ତା କରି ଜାଣିଲେ ଯେ ସେମାନଙ୍କୁ ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ କାମ ଯୋଗାଇ ଦିଆଯାଉ ନାହିଁ । ଏହି କଥା ଉକ୍ତ ସଭାରେ ସେ ଅବତାରଣା କରିଥିଲେ ଏବଂ ଓଡ଼ିଶାରେ ସୋନିଆ ଗାନ୍ଧୀ ଏବଂ ମନମୋହନ ସିଂହଙ୍କ ଦ୍ୱାରା ପ୍ରଣୀତ ନରେଗା ଯୋଜନାର ଅର୍ଥ ବାଟବାରଣା ହୋଇଯାଉଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ । ଗ୍ରାମାଂଚଳରେ ଗରିବ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇ ଦେବାପାଇଁ ସୋନିଆ ଗାନ୍ଧୀ ଯେଉଁ ସ୍ୱପ୍ନ ଦେଖିଥିଲେ ତାହାକୁ ସାକାର କରିବାପାଇଁ ମହାତ୍ମା ଗାନ୍ଧୀ ନରେଗା ଯୋଜନା ହିଁ ଉଦ୍ଦିଷ୍ଟ ଥିଲା । ଓଡ଼ିଶାରେ ନରେଗା କାମ ମଣିଷ ଦ୍ୱାରା କରାଯିବା ବଦଳରେ ନବୀନ ସରକାର ମେସିନ ମାଧ୍ୟମରେ କରାଉଛନ୍ତି । ବୌଦ୍ଧ ଜିଲ୍ଲାରେ ପାଖାପାଖି ୧୦୦ କୋଟି ଟଙ୍କାର ମହାତ୍ମା ଗାନ୍ଧୀ ନରେଗା ଯୋଜନାର ଅର୍ଥ ବାଟମାରଣା ହୋଇଛି ବୋଲି ଅଭିଯୋଗ ହେଉଛି । ଗ୍ରାମାଂଚଳରେ ମହିଳାମାନେ ଏହି ଯୋଜନାରେ ଉପକୃତ ହେବାର ବ୍ୟବସ୍ଥା ରହିଛି । ମାତ୍ର ଏହାକୁ ନବୀନ ସରକାର କରାଇ ଦେଉନାହାନ୍ତି । ମିଶନଶକ୍ତି ଯୋଜନାକୁ ପ୍ରଥମେ ସୋନିଆ ଗାନ୍ଧୀ ପ୍ରସ୍ତୁତ କରିଥିଲେ ବୋଲି ସେ କହିଥିଲେ । ୨୪ ବର୍ଷର ନବୀନ ସରକାରର ପୂର୍ବରୁ ଓଡ଼ିଶାର ଅବସ୍ଥା ଯାହାଥିଲା ଆଜି ତାହା ହିଁ ରହିଛି । ନବୀନ ସରକାର କିଛି ବି ବିକାଶ କରିନାହାନ୍ତି । କ୍ଷମତାକୁ ଆସିବାପୂର୍ବରୁ ନରେନ୍ଦ୍ର ମୋଦି ମହଙ୍ଗା ନିୟନ୍ତ୍ରଣ କରିବାପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଆଜି ପ୍ରତାରଣାରେ ପରିଣତ ହୋଇଛି । ୨୦୧୪ ମସିହା ପୂର୍ବରୁ ରନ୍ଧନ ଗ୍ୟାସ ଟାଙ୍କି ପିଛା ୪୧୪ ଟଙ୍କା ଥିଲା ବେଳେ ତାହା ଆଜି ୧୨୦୦ ଟଙ୍କାରେ ପଂହଚିଛି ଏ ହେଉଛି ମୋଦି ମାର୍କା ବିକାଶ । ଗ୍ୟାସ ଟାଙ୍କି ପିଛା ୮୦୦ ଟଙ୍କା ବଢ଼ାଇ ନିର୍ବଚନ ପୂର୍ବରୁ ୨୦୦ ଟଙ୍କା କମାଇ ଦେବା ଏକ ଛଳନାତ୍ମକ କାର୍ଯ୍ୟ ବୋଲି ଡା. ଚେଲାକୁମାର ମୋଦି ସରକାରଙ୍କୁ ତିରସ୍କାର କରିଥିଲେ । ମୋଦି ସରକାର ସାଧାରଣ ଜନତାଙ୍କ ପକେଟରୁ ଦିନ ଦ୍ୱିପ୍ରହରେ କଷ୍ଟ ଅର୍ଜ୍ଜିତ ସମସ୍ତ ଟଙ୍କା ଲୁଟ କରିନେଉଛନ୍ତି । ନବୀନ ସରକାର ୨୩ ବର୍ଷରେ ଚାଷୀଙ୍କ ସମସ୍ୟା ପ୍ରତି ଉଦାସୀନ ରହିଛନ୍ତି । କଂଗ୍ରେସ କ୍ଷମତାକୁ ଆସିଲେ ଛତିଶଗଡ଼
ସରକାରଙ୍କ ପରି ଧାନ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧ କରିବେ ବୋଲି ଡା. ଚେଲ୍ଲା କୁମାର ଘୋଷଣା କରିଥିଲେ । ନବୀନ ସରକାର ଓ ମୋଦି ସରକାରଙ୍କ ବିଫଳତା ଓ ଦୁର୍ନୀତିର କଥା ଘରେ ଘରେ ପଂହଚାଇ ସାଧାରଣଙ୍କ ଜନତାଙ୍କୁ ଜାଗ୍ରତ କରିବା ପାଇଁ ଡା. ଚେଲାକୁମାର କଂଗ୍ରେସ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଥିଲେ ଯେ, ମୋଦି ଓ ନବୀନ ସରକାର ସାଧାରଣ ନିର୍ବାଚନ ସମୟରେ ସମସ୍ତ ପ୍ରତିଶ୍ରୁତି ଅପୁର୍ଣ୍ଣ ରହିଛି । ଯୁବକଯୁବତୀ ମାନଙ୍କୁ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇ ଏହି ଦୁଇ ସରକାର ଭୋଟ ଲୁଟିନେଲେ । ୨୦୨୪ ସାଧାରଣ ନିର୍ବାଚନ ନିକଟତର ହେଲାଣି ହେଲାଣି ଏପର୍ଯ୍ୟନ୍ତ ପ୍ରତିଶ୍ରୁତି ପୂରଣ ହୋଇପାରିଲା ନାହିଁ । ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ର ପ୍ରତିଶ୍ରୁତି କେବେ ପୂରଣ ହେବ? ଓଡ଼ିଶାରେ ୮ ହଜାର ଚାଷୀ ଋଣ ବୋଝ ଓ ଫସଲହାନୀନ କାରଣରୁ ଆତ୍ମହତ୍ୟା କରିଥଲା ବେଳେ ଏବଂ ପ୍ରତି ବ୍ଲକରେ ୩୫ ପ୍ରତିଶତ ଚାଷଜମିକୁ ଜଳସେଚିତ କରିବାର ପ୍ରତିଶ୍ରୁତି ବିଫଳ ହୋଇଥିବା ବେଳେ ନବୀନ ସରକାର କୃଷକର୍ମଣ ପୁରସ୍କାର ପାଇବା ଦୁଃଖଦାୟକ ଘଟଣା । ୨୪ବର୍ଷର ନବୀନ ସରକାରରେ ଓଡ଼ିଶାର ୧୩୨ଟି ଶୀତଳ ଭଣ୍ଡାରରୁ ୯୬ଟି ଅକାମୀ । ଦେଶରେ ଓଡ଼ିଶା ସବୁଠାରୁ ଗରିବ ରାଜ୍ୟର ଅପବାଦ ମୁଣ୍ଡାଉଛି । ଓଡ଼ିଶାର ଚାଷୀ ଦେଶର ସବୁ ରାଜ୍ୟର ଚାଷୀଙ୍କ ଠାରୁ ଗରିବ । ଟାଟା କମ୍ପାନୀ ଓ ଓଡ଼ିଶା ସରକାରଙ୍କ ମଧୂଚନ୍ଦ୍ରିକାରେ ବିଜୁଳି ଉପଭୋକ୍ତା ହନ୍ତସନ୍ତ । ମହାତ୍ମା ଗାନ୍ଧୀ ନରେଗା ଟଙ୍କା ବିଜେଡ଼ି କଣ୍ର୍ଟାକ୍ଟରମାନେ ଲୁଟି ନେଉଛନ୍ତି । ୩ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି ଓ ୨୦ ହଜାର କୋଟି ଟଙ୍କାର ଚିଟଫଣ୍ଡ ଦୁର୍ନୀତି, ଡାଲି ଦୁର୍ନୀତି, ଜଳସମ୍ପଦ ଦୁର୍ନୀତି ଏପରି ସବୁ କ୍ଷେତ୍ରରେ ନବୀନ ଶାସନରେ ନଖରୁ ଶୀଖ ପର୍ଯ୍ୟନ୍ତ ଦୁର୍ନୀତିର ଚେର ମାଡ଼ି ଯାଇଛି । ଶ୍ରୀ ପଟ୍ଟନାୟକ କହିଲେ ଯେ ଓଡ଼ିଶାରେ ତାମିଲ ଶାସନକୁ ଚାଲିବାକୁ ଦିଆଯିବ ନାହିଁ । କଂଗ୍ରେସର ସୁଶାସନ ଫେରାଇ ଆଣିବାପାଇଁ ଆମସମସ୍ତଙ୍କୁ ସଂକଳ୍ପ କରିବାକୁ ହେବ । ଓଡ଼ିଶାର ସ୍ୱାଭିମାନକୁ କ୍ଷୁର୍ଣ୍ଣ ହେବାକୁ କଂଗ୍ରେସ ବରଦାସ୍ତ କରିବନାହିଁ । ଓଡ଼ିଶାରେ କଂଗ୍ରେସର କୀର୍ତି ଓ କୃତିକୁ ବର୍ଣ୍ଣନା କରି ଶ୍ରୀ ପଟ୍ଟନାୟକ କହିଲେ ଯେ ରାଉରକେଲା ଇସ୍ପାତ କରାଖାନା, ସୁନାବେଡ଼ା, ପାରାଦ୍ୱୀପ ବନ୍ଦର, ନାଲକୋ, ଭୁବନେଶ୍ୱର ସହର, ହୀରାକୁଣ୍ଡ ଜଳଭଣ୍ଡାର ପ୍ରଭୃତି କଂଗ୍ରେସର କାର୍ଯ୍ୟ ଦକ୍ଷତା ଓ କୃତିତ୍ୱର ନମୁନା । ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଓଡ଼ିଶାରେ ୨୪ ବର୍ଷରେ ନବୀନ ସରକାର କରୁଥିଲେ କ’ଣ ଏବେ ପାଣ୍ଡିଆନଙ୍କ ଭେଳିକିକୁ ଜନସାଧାରଣ ବୁଝିଗଲେଣି । ନିର୍ବାଚନ ସମୟରେ ନୂଆ ଯୋଜନାର ଥୋପକୁ ଜନସାଧାରଣ ଗ୍ରହଣ କରିବେ ନାହିଁ । ପରିଶେଷରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଯେଉଁ ଅଫିସରମାନେ ବିଜୁ ଜନତା ଦଳର ହାତବାରିସି ଭଳି କାମ କରୁଛନ୍ତି ସେମାନେ ସାବଧାନ ରୁହନ୍ତି । କଂଗ୍ରେସ ଆସିଲେ ତାଙ୍କ କୁକର୍ମର ମୂଲ୍ୟ ଭୋଗିବାକୁ ପଡ଼ିବ । ୧୯୯୦ ମସିହାରେ ୧୦ ଟି ବିଧାନସଭାରେ ଜିତିଥିବା କଂଗ୍ରେସ ୧୯୯୫ ରେ ସରକାର କରିପାରିଲା । ଏଣୁ ୨୦୨୪ ରେ ୯ ରୁ ୯୦ ମିଶନ ସଫଳ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଆଜିର କାର୍ଯ୍ୟକ୍ରମରେ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ସନ୍ତୋଷ ସିଂ ସାଲୁଜା, ରାଜନ ଏକ୍କା, ମାନସ ଚୌଧୁରୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ବନ୍ଦିତା ପରିଡ଼ା, ବିଶ୍ୱଜିତ ଦାଶ, ବାଙ୍କନିଧି ବେହେରା, ବିସ୍ମୟ ମହାପାତ୍ର, ପ୍ରକାଶ ମିଶ୍ର, ଜ୍ଞାନ ପଟ୍ଟନାୟକ, ବିଧୁଭୂଷଣ ତ୍ରିପାଠୀ, ମନୋଜ ଆଚାର୍ଯ୍ୟ, ଟୁନା ମହାପାତ୍ର, ବିନୋଦ ପାଣି, ଅଜୟନ୍ତୀ ପ୍ରଧାନ, ସୁଧୀର କର୍ଣ୍ଣ, ତରୁଣ ମିଶ୍ର, ନରୋତମ ନାୟକ, ସୁବ୍ରତ ମହାପାତ୍ର, ଜୟୀରାମ ପଟ୍ଟନାୟକ, ରୁପାଦିପ୍ତା ମହାପାତ୍ର, ମିହିର ଆଚାର୍ଯ୍ୟ, ପ୍ରଭାତ ପ୍ରତାପ ସିଂ, ନିରୁପମା ପାତ୍ର, କୁସୁମ ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button