ଅପରାଧ

ଜଘନ୍ୟ ହତ୍ୟାକାଣ୍ଡ : ହତ୍ୟା ପରେ ଯୁବକଙ୍କୁ କର ସହ ଜାଳିଦେଲେ – Ibnodisha

[ad_1]

ଉତ୍ତରପ୍ରଦେଶ : ଗତ ସୋମବାର ଉତ୍ତରପ୍ରଦେଶର ମଥୁରା ରାସ୍ତା କଡ଼ରୁ ଏକ ଜଳନ୍ତା କାର୍‌ ଉଦ୍ଧାର କରାଯାଇଥିଲା। ଉକ୍ତ କାର୍‌ରେ ଥିବା ଯୁବକଜଣକ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ସୂଚନା ଅନୁଯାୟୀ, ମୃତକ ଯୁବକଙ୍କ ନାମ ପୁଷ୍ପେନ୍ଦ୍ର ଯାଦବ ବୋଲି ଜଣାପଡ଼ିଛି। ସେ ଆଗ୍ରାରେ ଟ୍ରାନ୍ସପୋର୍ଟ ବେପାର କରୁଥିଲେ। ପୁଷ୍ପେନ୍ଦ୍ରଙ୍କୁ ହତ୍ୟା ମାମଲାରେ ପୁଲିସ୍‌ ତାଙ୍କ ପ୍ରେମିକା ୨୦ ବର୍ଷୀୟା ଡଲି ଓ ତାଙ୍କ ମା’ ଭୁରୀ ଦେବୀଙ୍କୁ ବାନ୍ଧିଛି। ଡଲିଙ୍କ ପିତା ଅବଧେଶ ଯାଦବ ଫେରାର ହୋଇ ଯାଇଛନ୍ତି। ପୁଷ୍ପେନ୍ଦ୍ର ଓ ଡଲିଙ୍କ ସମ୍ପର୍କକୁ ନେଇ ଅବଧେଶ ଯାଦବଙ୍କ ପରିବାର ଖୁସି ନ ଥିଲେ। ସେମାନେ ପୁଷ୍ପେନ୍ଦ୍ରଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା ପ୍ରସ୍ତୁତ କଲେ। ଏହାପରେ ସେମାନେ ଡଲି ଜରିଆରେ ପୁଷ୍ପେନ୍ଦ୍ରଙ୍କୁ ଘରକୁ ଡାକିଲେ ଓ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲା। ଏହାପରେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଏକ କାର୍‌ରେ ମୃତଦେହକୁ ରଖି ତାହାକୁ ଦୂରକୁ ନେଇ ଜାଳିଦେଇଥିଲେ । ପୁଲିସ୍‌ ସୂଚନା ଅନୁଯାୟୀ, ଡଲିଙ୍କ ପିତା ଅବଧେଶ ମଥୁରାସ୍ଥିତ ଏକ କୁଖ୍ୟାତ ଗ୍ୟାଙ୍ଗର ସଦସ୍ୟ। ସେ ଅପହରଣ, ବଟି ଅସୁଲି, ହତ୍ୟା ପରି ବହୁ ଜଘନ୍ୟ ହତ୍ୟାକାଣ୍ଡ ଘଟାଇଛନ୍ତି। ଅବଧେଶ, ତାଙ୍କ ବଡ଼ ଭାଇ ତଥା ଅନ୍ୟ କିଛି ସମ୍ପର୍କୀୟ ବି ଏହି ହତ୍ୟା ମାମଲାରେ ସାମିଲ ଥିବା ପୁଲିସ୍‌ ତଦନ୍ତରୁ ଜଣାପଡ଼ିଛି। ସମସ୍ତଙ୍କ ନାଁରେ ମାମଲା ରୁଜୁ କରାଯାଇ ପୁଲିସ୍‌ ଖାନତଲାସୀ ଆରମ୍ଭ କରିଥିବା କହିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button