ଅପରାଧ

ପୁରୁଷବନ୍ଧୁର ୧୧ ବର୍ଷର ପୁଅକୁ ମାରି ମହିଳା ଗିରଫ – Ibnodisha

[ad_1]

ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ୨୪ ବର୍ଷୀୟା ମହିଳା ପୂଜା କୁମାରୀ ନିଜର ବୟଫ୍ରେଣ୍ଡ ତଥା ଲିଭ୍-ଇନ୍ ସାଥୀଙ୍କ ୧୧ ବର୍ଷର ପୁଅକୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଛି। ନିଜ ପ୍ରେମରେ କଣ୍ଟା ସାଜିବାରୁ ପୁଅଟି ଶୋଇଥିବା ବେଳେ ପୂଜା ତାକୁ ତଣ୍ଟିଚିପି ହତ୍ୟା କରିବା ପରେ ଶବକୁ ଖଟ-ବାକ୍ସରେ ରଖି ପଳାଇଥିଲା। ବ୍ୟାପକ ଖୋଜାଖୋଜି ପରେ ଏବଂ ପ୍ରାୟ ୩୦୦ ସିସିଟିଭି ଯାଞ୍ଚ କରିବା ପରେ ଦିଲ୍ଲୀ ପୁଲିସ କ୍ରାଇମ୍ ବ୍ରାଞ୍ଚ ଅଗଷ୍ଟ ୧୩ରେ ପୂଜାକୁ ଗିରଫ କରିଛି। ଅଭିଯୁକ୍ତା ପ୍ରତିଦିନ ତା’ର ଲୁଚିବା ସ୍ଥାନ ବଦଳାଉଥିଲା। ଗିରଫ ହେବା ପରେ ପୂଜା ତା’ର ଅପରାଧ ସ୍ବୀକାର କରିଛି।ସୂଚନାଯୋଗ୍ୟ, ପୂଜା ଓ ଜିତେନ୍ଦ୍ର ୨୦୧୯ରୁ ଲିଭ୍-ଇନ୍ ସମ୍ପର୍କରେ ରହିଆସୁଥିଲେ। ଜିତେନ୍ଦ୍ର ପୂର୍ବରୁ ବିବାହତ। ପୂଜା ସହ ତିନିବର୍ଷ ରହିବା ପରେ ସେ ତାଙ୍କ ସ୍ତ୍ରୀ ଓ ପୁଅ ପାଖକୁ ଫେରିଯାଇଥିଲେ। ଗତ ୧୦ ତାରିଖରେ ଜିତେନ୍ଦ୍ରର ଘର ଠିକଣା ଜଣେ ସାଙ୍ଗଠାରୁ ବୁଝି ପୂଜା ଯାଇ ଇନ୍ଦରପୁରୀସ୍ଥିତ ତାଙ୍କ ଘରେ ପହଞ୍ଚିଥିଲା। ସେତେବେଳେ ଘର ଖୋଲା ଥିଲା ଏବଂ ପୁଅ ଖଟରେ ଶୋଇଥିଲା। ଏଇ ପୁଅ ହିଁ ତା’ ପ୍ରେମର କଣ୍ଟା ଏବଂ ତା’ ସକାସେ ଜିତେନ୍ଦ୍ର ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେବାକୁ ଚାହୁ ନାହିଁ ବୋଲି ଭାବି ସେ ତାକୁ ତଣ୍ଟିଚିପି ହତ୍ୟା କରିବା ପରେ ଖଟ-ବାକ୍ସରେ ଥିବା ଲୁଗାପଟା ବାହାର କରି ଶବକୁ ତା’ ଭିତରେ ରଖି ଘରଛାଡ଼ି ପଳାଇଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button