ଅପରାଧ

କଲେଜ କ୍ୟାମ୍ପସରେ ସେକ୍ସ ରାକେଟ୍ ! – Ibnodisha

[ad_1]

ଭୁବନେଶ୍ୱର: କଲେଜ କ୍ୟାମ୍ପସରେ ସେକ୍ସ ରାକେଟ୍ ! ଏଭଳି ସାଂଘାତିକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ୱୟଂଶାସିତ ସାଇନ୍ସ କଲେଜରୁ । ରାତିରେ ସମୟରେ ଏହି କଲେଜ କ୍ୟାମ୍ପସରେ ସେକ୍ସ ରାକେଟ ଚାଲୁଥିବା ଉଚ୍ଚଶିକ୍ଷା ବିଭାଗ ନିକଟରେ ଅଭିଯୋଗ ହୋଇଛି । ଯାହାକୁ ନେଇ ବିଭାଗ ଉଦବେଗ ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛି । ଉଚ୍ଚ ଶିକ୍ଷା ବିଭାଗ ଦେଇଥିବା ଅଭିଯୋଗ ଚିଠିରେ ଦର୍ଶାଇଛି ଯେ, ଗତ ଦୁଇ ବର୍ଷ ହେଲା କଲେଜ କ୍ୟାମ୍ପସ ମଧ୍ୟରେ ଏଭଳି ସେକ୍ସ ରାକେଟ୍ କାରବାର ଚାଲୁଛି । ଏଥିସହ ଉକ୍ତ କଲେଜରେ ଅନେକ ଆର୍ôଥକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଆସିଛି । ଅଭିଯୋଗ ହୋଇଛି ଯେ, ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ସ୍ୱୟଂଶାସିତ ସାଇନ୍ସ କଲେଜ କ୍ୟାମ୍ପସରେ ରାତି ସମୟରେ ସେକ୍ସ ରାକେଟ୍ ଚାଲୁଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ତେବେ କେବଳ ଗଞ୍ଜାମ ନୁହେଁ ସାରା ରାଜ୍ୟରୁ ଅଧ୍ୟାପକଙ୍କ ବିରୋଧରେ ଏବେ ମାଳ ମାଳ ଅଭିଯୋଗ ଆସିଛି ।

ଭୁବନେଶ୍ୱର, ସମ୍ବଲପୁର ବାଲେଶ୍ୱର ଏବଂ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ଥିବା ସମସ୍ତ କଲେଜ ଅଧ୍ୟକ୍ଷ ସମେତ ଅଧ୍ୟାପକମାନଙ୍କ ବିରୋଧରେ ଆସୁଛି ମାଳମାଳ ସଙ୍ଗୀନ ଅଭିଯୋଗ । କେଉଁଠି କଲେଜର ସାମଗ୍ରୀକୁ ନେଇ ଦୁର୍ନୀତି ତ ଆଉ କେଉଁଠି ଅଧ୍ୟାପକ ନିଯୁକ୍ତି ଏବଂ ଆର୍ôଥକ କାରବାରରେ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି । ସୂଚନା ଅନୁଯାୟୀ, କଟକର କନ୍ଦରପୁର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସାରଦା ପ୍ରସନ୍ନ ମହାପାତ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି । ସେ ଯୁକ୍ତ ତିନି ବିଜ୍ଞାନ କଲେଜ ଖୋଲିବା ନାମରେ ପ୍ରାୟ ୫୦ ଲକ୍ଷ କଲେଜର ଟଙ୍କା ଅପବ୍ୟବହାର କରିଛନ୍ତି । ପୂର୍ବତନ ଅଧ୍ୟକ୍ଷ ଅନିୟମିତତା ଭାବରେ ଅଧ୍ୟାପକଙ୍କୁ ନିଯୁକ୍ତି କରିବା, ମୋଟା ଅଙ୍କର ଦରମା ଦେବା ଭଳି କାର୍ଯ୍ୟ କରୁଥିଲେ । କୌଣସି କାମ ନକରି ମଧ୍ୟ ଅନାବଶ୍ୟକ ଭାବେ ପ୍ରାୟ ୭ ଲକ୍ଷ ଟଙ୍କା ପ୍ରଦାନ କରିଥିବା ଅଭିଯୋଗ ହୋଇଥିବା ବେଳେ ଏଭଳି ଅନେକ ଦୁର୍ନୀତି କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହୋଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button