ଗାଳି ଦେବାରୁ ବାପାଙ୍କ ବେକରେ ଭଙ୍ଗା ବୋତଲ ଭୁସି ହତ୍ୟା କଲା ଝିଅ – Ibnodisha

[ad_1]
ହାଇଦ୍ରାବାଦ: ସବୁଦିନ ବିଳମ୍ବରେ ଘରକୁ ଫେରୁଥିବାରୁ ଗାଳି ଶୁଣୁଥିବା ଜଣେ ଝିଅ ଗୋଟାଏ ଭଙ୍ଗା ବୋତଲ ଭୁସି ତା’ର ବାପାଙ୍କୁ ହତ୍ୟା କରିଥିବା କଥା ପୁଲିସ କହିଛି । ସୂଚନା ଅନୁସାରେ, ଏହି ଘଟଣାରେ ହାଇଦ୍ରାବାଦର ଅମ୍ବେରପେଟ୍ ଅଞ୍ଚଳର ଜଣେ ୪୫ ବର୍ଷିୟ ଶ୍ରମିକ (୨୦ ବର୍ଷରୁ ଅଧିକ ବୟସ୍କ ଝିଅର ବାପ) ମୃତ୍ୟୁବରଣ କରିଛନ୍ତି । ପୁଲିସ କହିଛି, ଚିକିତ୍ସାଧୀନ ଅବସ୍ଥାରେ ରବିବାର ଦିନ ଜଗଦୀଶ ନାମକ ଉକ୍ତ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଗୋଟାଏ ଷ୍ଟୋର୍ରେ ‘ସେଲ୍ସ୍ପର୍ସନ୍’ ଭାବେ କାର୍ଯ୍ୟ କରୁଥିବା ତାଙ୍କ ଝିଅ ନିକିତାଙ୍କୁ ହାଜତକୁ ନିଆଯାଇଛି ।
ଶନିବାର ଦିନ ନିଶାସକ୍ତ ଅବସ୍ଥାରେ ଥିବା ଜଗଦୀଶ ତାଙ୍କ ଝିଅକୁ ଗାଳି ଦେଇଥିଲେ । ଝିଅ ନିକିତା ଏହାର ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଉତ୍କ୍ଷିପ୍ତ ହୋଇ ନିକିତା ଗୋଟାଏ ଭଙ୍ଗା ବୋତଲ ଉଠାଇ ଆଣି ବାପା ଜଗଦୀଶଙ୍କୁ ଭୁସି ଦେଲା । ପଡ଼ୋଶୀମାନେ ଜଗଦୀଶଙ୍କୁ ସରକାରୀ ଡାକ୍ତରଖାନା ଓସ୍ମାନିଆ ଜେନେରାଲ୍ ହସ୍ପିଟାଲ୍କୁ ନେଇଥିଲେ । ନିକିତା ଅଭିଯୋଗ କରିଛନ୍ତି ଯେ, ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ବାପା ତାଙ୍କୁ ସବୁବେଳେ ହଇରାଣ କରନ୍ତି । ପୁଲିସ କହିଛି, ବିଳମ୍ବରେ ଆସିଥିବାରୁ ଜଗଦୀଶ ବଡ଼ ପାଟିରେ ନିକିତାଙ୍କୁ ଗାଳି ଦେଇଥିଲେ । ବିଳମ୍ବର କାରଣ ବିଷୟରେ କହିଲେ ମଧ୍ୟ ସେ ନ ଶୁଣିବାରୁ ରାଗରେ ନିକିତା ତାଙ୍କୁ ଆକ୍ରମଣ କରିଥିଲେ । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
[ad_2]