ଅପରାଧ

ମେଡିକାଲ ପାଇଖାନାରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର – Ibnodisha

[ad_1]

ଆଳି : ମେଡିକାଲ ଇନଡୋର ଲାଟିନରେ ନବଜାତ ଶିଶୁ କନ୍ୟାର ମୃତଦେହ। କେନ୍ଦ୍ରାପଡା ଜିଲ୍ଲା ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅନ୍ତବିଭାଗ ଲାଟିନରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳୁ ସକାଳୁ ଲାଟିନ ଭିତରେ ଏକ ନବଜାତ ଶିଶୁ କନ୍ୟାର ମୃତଦେହ ପଡିଥିବା ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ଦେଖିବାକୁ ପାଇଥିଲେ। ତେବେ ଏହି ଶିଶୁ କନ୍ୟାର ମୃତଦେହ କେମିତି ଲାଟିନ ଭିତରକୁ ଆସିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସବୁଠୁ ବଡ଼ କଥା ହେଉଛି ଇନଡୋରରେ ରାତିରେ ୩/୪ଜଣ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଡିୟୁଟିରେ ଥିବା ବେଳେ କେମିତି ଆଉ କିଏ ଲାଟିନ ଭିତରେ ଶିଶୁ କନ୍ୟାର ମୃତଦେହ ରଖିଲା। ଏନେଇ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆଳି ଥାନାକୁ ଜଣାଇବା ପରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button