ଦେଶ

ଇଣ୍ଡୋନେସିଆରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୨ – Ibnodisha

[ad_1]

ବ୍ୟୁରୋ : ଇଣ୍ଡୋନେସିଆର ହଲ୍‌ମାହେରା ଦ୍ୱୀପରେ ଅନୁଭୂତ ହୋଇଛି ଭୂମିକମ୍ପ ଝଟ୍‌କା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୬.୨। ଭୂମିକମ୍ପର କେନ୍ଦ୍ରସ୍ଥଳୀ ଭୂମିର ପ୍ରାୟ ୧୨୦ କିଲୋମିଟର ଗଭୀରରେ ଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତିର ଖବର ନାହିଁ। ଅବଶ୍ୟ, ୬.୨ ତୀବ୍ରତାର ଭୂମିକମ୍ପକୁ ସାଂଘାତିକ ବୋଲି ଧରାଯାଏ, କାରଣ ଏହାର ଝଟ୍‌କାରେ ଉଚ୍ଚ ଅଟ୍ଟାଳିକା ମଧ୍ୟ ଭୁଶୁଡ଼ି ପଡ଼ିବାର ଆଶଙ୍କା ଥାଏ। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍‌ ଜିଓସାଇନ୍ସେସ୍‌ (ଜିଏଫ୍‌ଜେଡ୍‌) କହିଛି, ବୁଧବାର ଇଣ୍ଡୋନେସିଆର ହଲ୍‌ମାହେରାରେ ଭୂମିକମ୍ପ ଅନୁଭୂତ ହୋଇଛି। କହି ରଖୁଛୁ, ପ୍ରଶାନ୍ତ ରିଙ୍ଗ୍‌ ଅଫ୍ ଫାୟାରରେ ଇଣ୍ଡୋନେସିଆ ବିସ୍ତାର ହୋଇଛି, ଯାହା ଉଚ୍ଚ ଭୂମିକମ୍ପ ଗତିବିଧିର ଏକ କ୍ଷେତ୍ର। ଏହା ଅନେକ ଟେକ୍ଟୋନିକ୍ ପ୍ଲେଟ୍ ଉପରେ ଅବସ୍ଥିତ। ଅନେକ ଦ୍ୱୀପପୁଞ୍ଜର ଦେଶ ହେଉଛି ଇଣ୍ଡୋନେସିଆ। ଏହାର ଜନସଂଖ୍ୟା ୨୭ କୋଟିରୁ ଅଧିକ। ରିଙ୍ଗ ଅଫ୍ ଫାୟାରରେ ଏହାର ଅବସ୍ଥାନ ହେତୁ ଏହି ଦେଶରେ ପ୍ରାୟତଃ ଭୂମିକମ୍ପ ଏବଂ ଆଗ୍ନେୟଗିରି ବିସ୍ଫୋରଣ ହୋଇଥାଏ। ଗତବର୍ଷ ଇଣ୍ଡୋନେସିଆର ପଶ୍ଚିମ ଜାଭାର ସିୟାନଜୁର୍‌ ସହରରେ ୫.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯେଉଁଥିରେ ୩୩୧ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦୦ ଲୋକ ଆହତ ହୋଇଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button