ଦେଶ

ଗୋଟିଏ ମୁଥରେ ଅବସରପ୍ରାପ୍ତ ସୈନିକଙ୍କୁ ମାରି ପକାଇଲା ୧୬ ବର୍ଷିୟ ବାଳକ – Ibnodisha

[ad_1]

ଡର୍ବି: ଗୋଟିଏ ମୁଥ ମାରି ଜଣେ ଅବସରପ୍ରାପ୍ତ ୮୨ ବର୍ଷିୟ ସୈନିକଙ୍କ ପ୍ରାଣ ନେଇଥିବା ଇଂଲଣ୍ଡ୍‌ର ଜଣେ ତରୁଣଙ୍କୁ ବାଳ ଅପରାଧୀ ପ୍ରତିଷ୍ଠାନରେ ରଖାଯିବା ପାଇଁ ଦଣ୍ଡାଦେଶ ହୋଇଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି।ରିପୋର୍ଟରେ ଉଲ୍ଲେଖ ଅଛି, ଘଟଣାଟି ୨୦୨୧ ମେ ମାସରେ ଡର୍ବି ବସ୍‌ଷ୍ଟାଣ୍ଡ୍‌ରେ ଘଟିଥିଲା। ସେଠରେ ୧୬ ବର୍ଷିୟ ବାଳକ ମୌମେକ୍‌ ୮୨ ବର୍ଷିୟ ଡେନିସ୍‌ କ୍ଲେର୍କଙ୍କୁ ଆକ୍ରମଣ କରିଥିଲେ। ସୁପର ମାର୍କେଟ୍‌ରୁ କିଣାକିଣି କରି ସାରି ଡେନିସ୍‌ ଘରକୁ ଫେରୁଥିବା ବ‌େଳେ ଦେଖିଲେ ଓମାର୍‌ ଓ ତା’ର ସାଥୀମାନେ ଗୋଟାଏ ‘ଏସ୍‌କେଲେଟର୍‌’ରେ (ମଟର ଚାଳିତ ପାହାଚ) ବଦମାସି କରୁଛନ୍ତି। ତାଙ୍କ ଉପରେ ବିରକ୍ତ ହୋଇ ଡେନିସ୍‌ ସୁପର୍‌ ମାର୍କେଟ୍‌ରୁ ଚାଲି ଆସିଲେ। କିନ୍ତୁ, ଓମାର୍‌ ତାଙ୍କ ପଛେ ପଛେ ଯାଇ ବସ୍‌ ଷ୍ଟେସନ୍‌ରେ ତାଙ୍କୁ ଆକ୍ରମଣ କଲା। ସେନାବାହିନୀରେ ଭର୍ତ୍ତି ହୋଇ ସୈନିକ ଭାବେ ସିଙ୍ଗାପୁରରେ କାମ କରିଥିବା ପୂର୍ବତନ ଯବାନ ଡେନିସ୍‌ଙ୍କୁ ଓମାର୍‌ ଖୁବ୍ ଜୋର୍‌ରେ ଗୋଟାଏ ମୁଥ ମାରି ତଳେ ପକାଇ ଦେଲା। କିନ୍ତୁ, ପରେ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଓମାରଙ୍କୁ ତୁରନ୍ତ ପୁଲିସ ଗିରଫ କରିଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button