ଦେଶ

କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାବାଘର ମୃତ୍ୟୁ – Ibnodisha

[ad_1]

ଭୋପାଳ: ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାବାଘର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଏଠାରେ ଚିତା ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ୬ଟି ଚିତା ସହିତ କୁନୋରେ ଜନ୍ମିତ ୩ ଶାବକଙ୍କର ଏ ପର୍ଯ୍ୟନ୍ତ ମୃତ୍ୟୁ ଘଟିଥିବା ସୂଚନା ରହିଛି । ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟ୍ କରି କହିଛନ୍ତି ଯେ କୁନୋରେ ନିଶ୍ଚୟ ଏକ ବଡ଼ ଭୁଲ ହୋଇଛି । ଆଜି ସକାଳେ ନବମ ଚିତାର ମୃତ୍ୟୁ ଘଟିଛି । ଏତେ ସଂଖ୍ୟକ ମୃତ୍ୟୁକୁ ସ୍ୱାଭାବିକ ବୋଲି କହିବା ସମ୍ପୂର୍ଣ୍ଣ ନିରର୍ଥକ । ଅନ୍ତର୍ଜାତୀୟ ଚିତା ବିଶେଷଜ୍ଞଙ୍କ ଦ୍ୱାରା ଏହାକୁ ଖଣ୍ଡନ କରାଯାଇଛି । ସେପଟେ ମଧ୍ୟ ପ୍ରଦେଶ ବନ ବିଭାଗ କହିଛି ଯେ ବୁଧବାର ସକାଳେ ଏକ ମାଈ ଚିତା ମୃତ ଅବସ୍ଥାରେ ମିଳିଥିଲା । ମୃତ୍ୟୁର କାରଣ ଜାଣିବା ପାଇଁ ବ୍ୟବଚ୍ଛେଦ କରାଯାଉଛି । ୧୪ଟି ଚିତା ମଧ୍ୟରୁ ୭ଟି ଅଣ୍ଡିରା, ୬ଟି ମାଈ ଏବଂ ଗୋଟିଏ ଅଣ୍ଡିରା ଶାବକକୁ କୁନୋର ଏନ୍‌କ୍ଲୋଜରରେ ରଖାଯାଇଛି । ଏକ ମାଈ ଚିତା ଖୋଲାରେ ବିଚରଣ କରୁଥିବା ବେଳେ ଏକ ଟିମ୍ ତାକୁ ତଦାରଖ କରୁଛି । ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ତାକୁ ଫେରାଇ ଆଣିବାକୁ ଉଦ୍ୟମ ଚାଲିଥିବା ବନ ବିଭାଗ କହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button