ଅପରାଧ

ପଞ୍ଚାୟତ ଅଫିସରୁ ୫ଲକ୍ଷ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ – Ibnodisha

[ad_1]

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବାଉଁଶପାଳ ପଞ୍ଚାୟତ ଅଫିସରେ ଲୁଟ। ପଞ୍ଚାୟତ ଅଫିସରେ ତାଲା ଭାଙ୍ଗି ପ୍ରାୟ ୫ଲକ୍ଷ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ।ଗତକାଲି ବିଳମ୍ବିତ ରାତିରେ ବାଉଁଶପାଳ ପଞ୍ଚାୟତ ଅଫିସରେ ପଶି ଟିଭି, ଇନଭର୍ଟର, ବ୍ୟାଟେରୀ,ସାଉଣ୍ଡ ମେସିନ, ଅଫିସ ସାମଗ୍ରୀ, ହରିଶ୍ଚନ୍ଦ୍ର ଯୋଜନା ପାଇଁ ଥିବା ପ୍ରାୟ ୩୦ହଜାର ଟଙ୍କା ଚୋରି କରି ନେଇ ଯାଇଥିବା ଅଭିଯୋଗ ହୋଇଛି।ଆଜି ସକାଳେ ରାତ୍ର ଜଗୁଆଳୀ ଦୁଷ୍ମନ୍ତ ପାତ୍ର ପଞ୍ଚାୟତ ଅଫିସରେ ସମସ୍ତ ଘରର କବାଟ ତାଲା ସହିତ ଗଡ଼ରେଜ ଭଙ୍ଗା ହୋଇ ପଡ଼ିଥିବା ଦେଖିଥିଲେ। ଏନେଇ ସରପଞ୍ଚଙ୍କୁ ଜଣାଇଥିଲେ। ସରପଞ୍ଚ ଏନେଇ କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଫିସ ଆଲମାରୀରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ସହିତ ବହୁମୂଲ୍ୟ ସାମଗ୍ରୀ ଚୋରି ହୋଇଥିବା ଅନୁମାନ କରାଯାଉଛି। ଅଭିଯୋଗ ଆଧାରରେ ତଦନ୍ତ ଜାରି ରଖିଛି କାମାକ୍ଷାନଗର ପୁଲିସ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button