ଅପରାଧ

ଦୁଷ୍କର୍ମର ଶିକାର ଶିଶୁ କୁ ଦେଖି ଚେତା ହରାଇଲା ମା – Ibnodisha

[ad_1]

ନୂଆଦିଲ୍ଲୀ: ଗତରବିବାର ରାତିରେ ରାଏବରେଲିର ଖିରୋ ପୁଲିସ ଷ୍ଟେସନ୍ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଏଠାରେ ଜଣେ ୯ବର୍ଷୀୟ ଶିଶୁ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି। ପୁଲିସ ଉକ୍ତ ଶିଶୁକୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି।

ଏହି ଘଟଣାକୁ ନେଇ ପୀଡ଼ିତା ଶିଶୁଙ୍କ ମା’ କହିଛନ୍ତି, ‘ ଭଗବାନଙ୍କୁ ଡାକୁଛି ମୋ ଝିଅ ସହିତ  ଘଟିଥିବା ଏମିତି ଘଟଣା ଆଉ କାହାରି ସହିତ ନଘଟୁ। ମୋ ଛୁଆର ରକ୍ତାକ୍ତ ଅବସ୍ଥା ଦେଖି ଛାଡ଼ି ଫାଟିଗଲା ଭଳି ଲାଗିଥିଲା। ମୋ ଝିଅ ଯିଏକି ତୃତୀୟ ଶ୍ରେଣୀରେ ପାଠପଢ଼େ, ସେ ଗତକାଲି ସନ୍ଧ୍ୟା ୬ଟାରେ ପାଖ ଗାଁକୁ ‌ଖେଳିବାକୁ ଯାଇଥିଲା।

ରାତି ୮ଟା ହେବାପରେ ବି ସେ ଘରକୁ ଫେରି ନଥିଲା। ଆମେ ଘରେ ବ୍ୟସ୍ତ ହେଉଥିବା ବେଳେ ହଠାତ ଦେଖିଲି ଦ୍ବାର ବନ୍ଧ ନିକଟରେ ଝିଅ ଆସି ଛିଡ଼ା ହୋଇଛି ଆଉ କାନ୍ଦୁଛି। ମୁଁ ତାର କାନ୍ଦ ଶୁଣି ଦୌଡ଼ିଗଲାଠୁ ତାର ଶରୀରରୁ ରକ୍ତସ୍ରାବ ହେବା ସହିତ ପିନ୍ଧିଥିବା ପୋଷାକ ରକ୍ତ‌ରେ ଭିଜି ଯାଇଛି।

ଝିଅର ଏଭଳି ଅବସ୍ଥା ଦେଖି ମୁଁ ଚେତା ହରାଇ ଦେଇଥିଲି। ମୋର ଚେତା ଫେରିବା ପୂର୍ବରୁ ଝିଅ ତା’ ସହିତ ଘଟିଥିବା ସମସ୍ତ ଘଟଣାକୁ ‌ସେ ପରିବାର ସଦସ୍ୟଙ୍କୁ ଜଣାଇ ଦେଇଥିଲା। ଝିଅର କହିବାନୁସାରେ, ‌ସେ ପାଖ ଗାଁକୁ ଖେଳିବାକୁ ଯାଇଥିବା ବେଳେ ଜଣେ ଅଙ୍କଲ ତାକୁ ଏକ ନିଛାଟିଆ ସ୍ଥାନକୁ ଡାକି ନେଇ ଏଭଳି ଅବସ୍ଥା କରିଛନ୍ତି। ମୋର ଛୁଆର ଏଭଳି ଅବସ୍ଥା ଦେଖିଲା କ୍ଷଣି ମୋର ଚେତାବୁଡ଼ି ଯାଉଛି।’

ପୁଲିସ ପୀଡିତା ପରିବାର ଲୋକଙ୍କ  ଅଭିଯୋଗକୁ କେନ୍ଦ୍ର କରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button