ଅପରାଧ

ଦିଅରକୁ ବାହାହେବାକୁ ଦୁଇ ଭାଉଜଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ – Ibnodisha

[ad_1]

ନୂଆଦିଲ୍ଲୀ: ଦିଅରକୁ ବାହା ହେବାକୁ ଦୁଇ ଭାଉଜଙ୍କ ମଧ୍ୟରେ ହେଲା ଝଗଡା । ତେବେ ଝଗଡା କେବଳ ଦୁଇ ଜଣଙ୍କ ମଧ୍ୟରେ ସୀମିତ ରହିନଥିଲା ବରଂ ଦୁଇ ମହିଳାଙ୍କ ପରିବାର ସଦସ୍ୟ ବି ଏମିତି ଗଡ଼ାତଡ଼ା ହୋଇଥିଲେ ଯେ ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିହାରର ନାଳନ୍ଦାରୁ ଏଭଳି ଏକ ନିଆରା ମାମଲା ସାମ୍ନାକୁ ଆସିଛି। ବାସ୍ତବରେ ଜିଲ୍ଲାର ହିଲସା ଅଂଚଳରେ ନିଜ ଦିଅରଙ୍କୁ ବାହା ହେବାକୁ ଦୁଇ ଭାଉଜ ପରସ୍ପର ସହ ଝଗଡା କରିଥିଲେ । ଦୁହେଁ ଦିଅରଙ୍କୁ ବାହାହେବାକୁ ଅଡ଼ି ବସିଥିଲେ । ଯେତେବେଳେ ସମାଧାନର ରାସ୍ତା ବାହାରିନଥିଲା, ସେତେବେଳେ ଦୁଇ ମହିଳାଙ୍କ ପରିବାର ସଦସ୍ୟ ବି ଆସିଥିଲେ ଓ ପରସ୍ପରକୁ ବିଧା-ମୁଥ ବର୍ଷି ଦେଇଥିଲେ । ଏହି ମାମଲାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି। ଖବର ଅନୁଯାୟୀ, ହିଲସାର ମାଲାମା ଗ୍ରାମ ନିବାସୀ ମହେନ୍ଦ୍ର ପାସୱାନ ନିଜର ତିନି ପୁଅ ସୁବୋଧ, ମ୍ୟାନେଜର ଏବଂ ହରେନ୍ଦ୍ରଙ୍କ ସହ ରୁହନ୍ତି । ସୁବୋଧ ଏବଂ ମ୍ୟାନେଜର ପାସୱାନ୍ ବିବାହିତ । ତେବେ ମ୍ୟାନେଜର ପାସୱାନଙ୍କର କିଛି ମାସ ପୂର୍ବରୁ ମୃତ୍ୟୁ ହୋଇଥିଲା। ଏଭଳି ପରିସ୍ଥିତିରେ ପରିବାର ଚାହୁଁଥିଲେ ଯେ ମ୍ୟାନେଜରଙ୍କ ବିଧବା ପତ୍ନୀଙ୍କର ବିବାହ ହରେନ୍ଦ୍ରଙ୍କ ସହ ହେଉ । ଅନ୍ୟପକ୍ଷରେ, ଯେତେବେଳେ ସୁବୋଧଙ୍କ ପତ୍ନୀ ପରିବାରର ନିଷ୍ପତ୍ତି ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ସେ ସମ୍ପତ୍ତି ଲୋଭରେ ହରେନ୍ଦ୍ରଙ୍କୁ ବିବାହ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ। ଦୁଇ ଭାଉଜ ନିଜ ଦିଅରଙ୍କୁ ବିବାହ କରିବା ପାଇଁ ଜିଦ୍ କରିଥିଲେ । ଏହାପରେ ଉଭୟ ମହିଳା ନିଜ ନିଜର ପରିବାର ସଦସ୍ୟଙ୍କୁ ଏବାବଦରେ ଜଣାଇଦେଇଥିଲେ ।
ଚାଁହୁଚାଁହୁ ଉଭୟଙ୍କ ପରିବାର ସଦସ୍ୟ ମଧ୍ୟ ପହଁଚିଯାଇଥିଲେ । ଆଉ ଗାଁ ଦାଣ୍ଡରେ ମହାଭାରତ ହୋଇଥିଲା । ଏହି ଝଗଡା ପରେ ଉଭୟ ପକ୍ଷର କିଛି ଲୋକ ଆହତ ହୋଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କୁହାଯାଉଛି ଯେ ବିବାଦ ସମ୍ପର୍କରେ ପୁଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ହରେନ୍ଦ୍ରଙ୍କୁ ମ୍ୟାନେଜର ପାସୱାନଙ୍କ ବିଧବା ପତ୍ନୀଙ୍କ ସହ ବିବାହ କରାଇଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button