ଅପରାଧ

ହାରିଲା ପ୍ରେମ: ଝଗଡ଼ା ହେବାରୁ ଲିଭ୍‌-ଇନ୍ ପାର୍ଟନରଙ୍କ ଛାତିକୁ ଚିରି ହତ୍ୟା କଲେ ମହିଳା – Ibnodisha

[ad_1]

ବେଙ୍ଗାଲୁରୁ: ଜିତିଲା ରାଗ, ହାରିଲା ପ୍ରେମ । ଝଗଡ଼ା ହେବାରୁ ଲିଭ୍‌-ଇନ୍ ପାର୍ଟନରଙ୍କ ଛାତିକୁ ଚିରି ହତ୍ୟା କଲେ ମହିଳା । ବେଙ୍ଗାଲୁରୁରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ଅଭିଯୁକ୍ତର ନାମ ରେଣୁକା ବୋଲି ଜଣାପଡ଼ିଥିବା ବେଳେ ମୃତକଙ୍କ ନାମ ଜାଭେଦ ବୋଲି ଜଣାପଡ଼ିିଛି । ମଙ୍ଗଳବାର ଦିନ ବେଙ୍ଗାଲୁରୁର ହୁଲିମାବୁରେ ରେଣୁକା ନିଜ ଲିଭ୍‌-ଇନ୍ ପାର୍ଟନରଙ୍କୁ ଛୁରୀ ଭୁଶି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକଜଣକ କେରଳର ବାସିନ୍ଦା ଥିଲେ । ଅଭିଯୁକ୍ତ ବେଲଗବି ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ସେ ପୀଡିତ ଜାଭେଦଙ୍କ ସହ ଗତ ସାଢ଼େ ତିନି ବର୍ଷ ଧରି ଲିଭ-ଇନରେ ରହୁଥିଲେ ।

ଏହି ସମୟ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସେମାନଙ୍କର ବାରମ୍ବାର ଯୁକ୍ତିତର୍କ ହେଉଥିଲା, ଯାହା ଶେଷରେ ହତ୍ୟାର ରୂପ ନେଲା । ମଙ୍ଗଳବାର ଦିନ କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ଶେଷରେ ରେଣୁକା ରାଗିଯାଇ ଜାଭେଦଙ୍କ ଛାତିରେ ଛୁରୀ ଭୁଶି ତାଙ୍କୁ ହତ୍ୟା କରିଥିଲେ । ଜାଭେଦଙ୍କ ଚିତ୍କାର ଶୁଣି ପଡୋଶୀମାନେ ଘର ଭିତରକୁ ଆସିବାରୁ ରକ୍ତାକ୍ତ ଅବସ୍ଥାରେ ଜାଭେଦ ତଳେ ପଡ଼ିଥିବା ସହ ରେଣୁକା ପଛରେ ବସିଥିବା ଦେଖିଥିଲେ । ଏହା ପରେ ଜାଭେଦଙ୍କୁ ତାଙ୍କ ପଡୋଶୀ ଡାକ୍ତରଖାନା ନେଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏବେ ପୁଲିସରେ ଏହି ଅପରାଧର ଅଭିଯୋଗ କରାଯିବାରୁ ରେଣୁକାଙ୍କୁ ହୁଲିମାବୁ ପୁଲିସ ଗିରଫ କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button