ରାଜନୀତି

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତ ଯୋଡ଼ ପଦଯାତ୍ରାର ୧ବର୍ଷ ପୂର୍ତି ଉତ୍ସବ ପାଳିତ – Ibnodisha

[ad_1]

ଭୁବନେଶ୍ୱର – ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ଜନନାୟକ ରାହୁଲ ଗାନ୍ଧୀଙ୍କ ଐତିହାସିକ ଭାରତ ଯୋଡ଼ ଯାତ୍ରାର ୧ବର୍ଷ ପୂର୍ତି ଓଡ଼ିଶା ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପାଳନ କରାଯାଇଛି । ଏହି ଉପଲକ୍ଷେ ଅପରାହ୍ନରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ଶ୍ରୀଯୁକ୍ତ ଗାନ୍ଧୀଙ୍କର ପଦଯାତ୍ରା ସମ୍ବଳିତ ଫଟୋ ପ୍ରଦର୍ଶନୀକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ । ପରେ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପଦଯାତ୍ରା କଂଗ୍ରେସ ଭବନରୁ ବାହାରି ଇନ୍ଦିରା ଗାନ୍ଧୀ ପାର୍କ ପର୍ଯ୍ୟନ୍ତ ଯାଇଥିଲା ସେଠାରେ କଂଗ୍ରେସ ନେତୃବୃନ୍ଦ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ସେଠାରେ ଆୟୋଜିତ ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ । ୭ ସେପ୍ଟେମ୍ବର ୨୦୨୨ ଅର୍ଥାତ ଆଜିର ଦିନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡ଼ ଯାତ୍ରର ଶୁଭାରମ୍ଭ କରିଥିଲେ । ଏହି ଯାତ୍ରାରେ ଶ୍ରୀଯୁକ୍ତ ଗାନ୍ଧୀ କନ୍ୟାକୁମାରୀ ରୁ କାଶ୍ମିର ପର୍ଯ୍ୟନ୍ତ ପ୍ରାୟ ୪୦୦୦ କିଲୋମିଟର ପଦଯାତ୍ରା କରି ଇତିହାସ ରଚିଥିଲେ । ଭାରତରେ ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ଅବସ୍ଥାର ସୁଧାର ପାଇଁ ଏହି ଭାରତ ଯୋଡ଼ ଯାତ୍ରା ଅଭିପ୍ରେତ ଥିଲା । ଏହି ଯାତ୍ରା ଭାରତବାସୀଙ୍କ ମନରେ ବିପ୍ଳବର ବହ୍ନି ସଂଯୋଗ କରିଛି । ହିଂସା, ଘୃଣା, ଜାତିବାଦ, ଧାର୍ମିକ ଅସହିଷ୍ଣୁତା, କୁଶାସନ, ଗଣତନ୍ତ୍ର ଉପରେ ଆକ୍ରମଣ ଏବଂ ସାମ୍ବିଧାନିକ ଅନୁଷ୍ଠାନର କ୍ଷମତାକୁ ହ୍ରାସ କରିବା ବିରୁଦ୍ଧରେ ଯେଉଁ ସଂଗ୍ରାମ ହୋଇଥିଲା ସେ ସଂଗ୍ରାମର ନାମ ହେଉଛି “ଭାରତ ଯୋଡ଼ ଯାତ୍ରା” ଏହି ଯାତ୍ରାରେ କେବଳ ରାଜନୈତିକ ବ୍ୟକ୍ତି ନୁହଁନ୍ତି ଛାତ୍ର, ଯୁବକ, ମହିଳା, ଚାଷୀ, ଲେଖକ, ଚଳଚିତ୍ର ତାରକା, ସମାଜସେବୀ, ସାମ୍ବାଦିକ ଓ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ଅଂଶଗ୍ରହଣ କରିଥିଲେ । ଭାରତ ଯୋଡ଼ ଯାତ୍ରା ହେଉଛି ଏ ଦେଶର ସାଧାରଣଜନତାଙ୍କ ସ୍ୱର । ଶ୍ରୀ ପଟ୍ଟନାୟକ କହିଥିଲେ ଯେଉଁମାନେ ଦେଶରେ ଘୃଣାବାଂଟୁଛନ୍ତି, ଗଣତନ୍ତ୍ରର ହତ୍ୟା କରୁଛନ୍ତି, ଜନସାଧାରଣଙ୍କ ମଧ୍ୟରେ ଧର୍ମନାମରେ ଦଙ୍ଗା କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ଠାରୁ ଦୂରେଇ ରହିବା ପାଇଁ ଯେ ରାହୁଲ ଗାନ୍ଧୀ ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲିବାପାଇଁ ଆହ୍ୱାନ ଦେଇଥିଲେ । ସେହିପରି ଆମ ରାଜ୍ୟ ଓଡ଼ିଶାରେ ଭାରତ ଯୋଡ଼ ଓଡ଼ିଶା ପରିବର୍ତନ ଯାତ୍ରା ଓଡ଼ିଶାର ୨୭ଟି ଜିଲ୍ଲା ୧୯ଟି ସଂସଦୀୟ କ୍ଷେତ୍ର ଦେଇ ୨୨୫୦ କି.ମି. ଅତିକ୍ରମ କରିଛି । ପାଖାପାଖି ୧୦୦ ଦିନରୁ ଅଧିକ ଦିନ ଧରି ଏହି ଯାତ୍ରା ଚାଲିଥିଲା । ଓଡ଼ିଶାର ଶିକ୍ଷିତ ଯୁବକଯୁବତୀଙ୍କ ପାଇଁ ରୋଜଗାର ସମସ୍ୟା, ଗରିବ, ଖଟିଖିଆ, ଶ୍ରମିକ ସ୍ୱଳ୍ପଆୟକାରୀ ବର୍ଗ, ନିମ୍ନ ମଧ୍ୟବିତ ଓ ମଧ୍ୟବିତ ବର୍ଗଙ୍କ ସ୍ୱାର୍ଥପାଇଁ ଏ ଯାତ୍ରା ଥିଲା । ମୁଦ୍ରାସ୍ପିତି, ଦରଦାମ ବୃଦ୍ଧି, ମନଇଛା ଜିଏସଟି ଅତ୍ୟବଶକୀୟ ଦ୍ରବ୍ୟ ଉପରେ ଲାଗୁ କରିବା, ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସର ଅହେତୁକ ଦରଦାମ ବୃଦ୍ଧି ସହିତ କୃଷିଜାତ ସାମଗ୍ରୀର ଅଭାବିବୀକ୍ରି, କୃଷକର ଆୟ ଆଜି ସର୍ବନିମ୍ନ ସାରା ଭାରତ ବର୍ଷରେ ଏ ସମସ୍ତ ଘଟଣାକୁ ନେଇ ଆଜି ଏହି ଯାତ୍ରା । ଏ ଯାତ୍ରା ରାଜ୍ୟର ମହିଳା, ଓ ଶିଶୁମାନଙ୍କ ଉପରେ ହେଉଥିବା ବର୍ଦ୍ଧିତ ଅତ୍ୟାଚାର, ହିଂସା, ଦୁଷ୍କର୍ମ ବିରୋଧରେ । ରାଜ୍ୟର ଆଇନଶୃଙ୍ଖଳା ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ସରକାରୀ ବାବୁମାନେ ନିରପେକ୍ଷତା ଅବଲମ୍ବନ କରିବା ପରିବର୍ତେ ପକ୍ଷଧର ହେଉଛନ୍ତି । ଏହା ଦ୍ୱାରା ଆଜି ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନ ସବୁ ଦିନକୁ ଦିନ ଦୁର୍ବଳ ହୋଇଯାଉଛି । ପ୍ରତିଦିନ ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ, ହତ୍ୟା ଏ ସବୁ ନିତିଦିନିଆ ଘଟଣା ହୋଇଗଲାଣି । ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥା ଆଜି ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ଦୀର୍ଘ ବର୍ଷର ଶାସନ ଭିତରେ ଯେତେଗୁଡ଼ିଏ ପ୍ରତିଶୃତି ଦେଇଥିଲେ ଗୋଟିଏ ବି ପ୍ରତିଶୃତି ପୂରଣ ହୋଇପାରିଲା ନାହିଁ । ୨୦୦୦ ମସିହା ପାଖରୁ ନବୀନ ସରକାର ଯୁବକ ମାନଙ୍କ ଠାରୁ ଆରମ୍ଭ କରି ମହିଳାମାନଙ୍କ ପର୍ଯ୍ୟନ୍ତ ଯେତେସବୁ ପ୍ରତିଶୃତି ଦେଇଥିଲେ ଆଜି ସେସବୁ ବୃଥା ଆସ୍ପାଳନ ବୋଲି ଲୋକମାନେ ଜାଣିସାରିଲେଣି । ଆଗାମୀ ନିର୍ବାଚନରେ ଜନସାଧାରଣ ଉଚିତ ଜବାବ ଦେବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ପ୍ରସାଦ ହରିଚନ୍ଦନ, ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ଶରତ ରାଉତ, ସୁରେଶ କୁମାର ରାଉତରାୟ, ଡ. ଯୁଧିଷ୍ଠୀର ଜେନା, ଲଲାଟେନ୍ଦୁ ମହାପାତ୍ର, କିଶୋର ଜେନା, ବିଶ୍ୱଜିତ ଦାଶ, ନବଜ୍ୟୋତି ପଟ୍ଟନାୟକ, ଚିନ୍ମୟ ସୁନ୍ଦର ଦାସ, ମନୋରଞ୍ଜନ ଦାଶ, ବନ୍ଦିତା ପରିଡ଼ା, ୟାସିର ନୱାଜ, ସୁବ୍ରତ ମହାପାତ୍ର, ରଜନୀ ମହାନ୍ତି, ମାନସ ଆଚାର୍ଯ୍ୟ, ପ୍ରଶାନ୍ତ ଚମ୍ପତି, ବିସ୍ମୟ ମହାପାତ୍ର, ପ୍ରଦୀପ ମହାପାତ୍ର, ଅମିୟ ପଟ୍ଟନାୟକ, ମୋହନ ଜେନା, ତରୁଣ ମିଶ୍ର, ରଶ୍ମି ମହାପାତ୍ର, ପ୍ରଣତୀ ମିଶ୍ର, ବାଙ୍କନିଧି ବେହେରା, ସଂଜୟ ତ୍ରିପାଠୀ, ସତ୍ୟବ୍ରତ ନାୟକ, ଜୟନ୍ତ ମହାନ୍ତି, ଜିଆଉଲ ହକ, ଏମଡି ଶାହାନୱାଜ, ଅଶୋକ ଦାସ, ଗୀତାଞ୍ଜଳି ମହାନ୍ତି, ପ୍ରଭାତ ପ୍ରତାପ ସିଂ, କୁସୁମ ପ୍ରଧାନ, ଅପର୍ଣ୍ଣାଧୀର ସିଂ, ମଧୁସ୍ମିତା ଆଚାର୍ଯ୍ୟ, ନରୋତମ ନାୟକ, ମାନସ ମଲ୍ଲିକ, ଜୟଶ୍ରୀ ପାତ୍ର, ରାଜକିଶୋର ବାରିକ, ମିହିର ଅଚାର୍ଯ୍ୟ, ଦୀପକ କୁମାର ମହାପାତ୍ର, ସୁଭାଷ ପ୍ରଧାନ, ଜିତେନ୍ଦ୍ର ପଣ୍ଡା, ଜୟକୃଷ୍ଣ ସୁବୁଦ୍ଧି, ଜାନକୀ ମଲ୍ଲିକ, ସିଲି ସେଠୀ, ଉର୍ବଶ୍ରୀ ମିଶ୍ର, ଅଜୟ ସାହୁ, ରଣଜିତ ପାତ୍ର, ବିଂରଚି ନାୟକ, ମଧୁସ୍ମିତା ଆଚାର୍ଯ୍ୟ, ମିତ୍ରଭାନୁ ମହାପାତ୍ର, ବିନୁ ପାଣି, ସୁଧାଂଶୁ ମହାନ୍ତି, ପ୍ରଶନ୍ନ ନାୟକ, ସୌମେନ୍ଦ୍ର ମହାନ୍ତି, ଏମଡି ଶାହାଦୁଲ୍ଲା, ଖଗେଶ୍ୱର ମଲ୍ଲିକ, ପ୍ରଶନ୍ନ ପାଇକରାୟ, ଦୀପ୍ତିରାଣୀ ପ୍ରଧାନ, କଳ୍ପନା ପଣ୍ଡା, ସେକ ତାକୱିମ, ଉଦ୍ଦିତ ପ୍ରଧାନ, ସଂକୁନା କହଁର, ଅକ୍ଷୟ ଦାସ, ବଟକୃଷ୍ଣ ରାଉତରାୟ, ଦେବେନ୍ଦ୍ର ଦାସ ପ୍ରମୁଖ ବହୁ ନେତୃବୃନ୍ଦ ଓ କର୍ମୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ଅନୁରୂପ ଭାବରେ ପିସିିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ରାଜ୍ୟର ସମସ୍ତ ଜିଲ୍ଲା ସଦରମହକୁମା ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ୧ବର୍ଷ ପୂର୍ତି ପଦଯାତ୍ରା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ପିସିସି ପକ୍ଷରୁ ନିଯୁକ୍ତି ପର୍ଯ୍ୟବେକ୍ଷକମାନେ ଜିଲ୍ଲା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହାକୁ ସଫଳ କରିଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରେସବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button