ରାଜନୀତି

୨୦୦ ୟୁନିଟ୍ ଯାଏଁ ମିଳିବ ମାଗଣା ବିଜୁଳି : ରାହୁଲ ଗାନ୍ଧି – Ibnodisha

[ad_1]

ଭୁବନେଶ୍ୱର:  ସାଲେପୁର କୁଳିଆ ପଡିଆରେ ଆୟୋଜିତ ସମାବେସରେ ଲୋକଙ୍କୁ ଗ୍ୟାରେଣ୍ଟି ଦେଲେ ରାହୁଲ । କଂଗ୍ରେସ ସରକାରକୁ ଆସିଲେ, ଲୋକଙ୍କୁ କେଉଁ କେଉଁ ସୁବିଧା ଦେବ ବୋଲି ଗ୍ୟାରେଣ୍ଟି ଦେଇଛି ଜାଣନ୍ତୁ

– ମହିଳାଙ୍କୁ ୨ହଜାର ଟଙ୍କା ଲେଖାଏଁ ଦିଆଯିବ
– ବେକାର ଯୁବକଙ୍କୁ ମାସିକ ୩ହଜାର ଟଙ୍କା ମିଳିବ, ସମସ୍ତ ଯୁବକଯୁବତୀଙ୍କୁ ଚାକିରି ଗ୍ୟାରେଣ୍ଟି ।
– ୫ଶହ ଟଙ୍କାରେ ଗ୍ୟାସ୍, ୨୦୦ ୟୁନିଟ୍ ଯାଏଁ ମିଳିବ ମାଗଣା ବିଜୁଳି ।
– ଧାନ ଏମଏସପି ୩ହଜାର ଟଙ୍କା କରାଯିବ, କୃଷକଙ୍କ ଋଣ ଛାଡ ହେବ
– ମନରେଗା ମଜୁରି ୪ଶହ ଟଙ୍କା କରାଯିବ

ଆସୁ ଆସୁ ବିଜେଡି ଉପରେ ବର୍ଷିଲେ ରାହୁଲ ଗାନ୍ଧି । ସାଲେପୁର ସଭାରେ ନବୀନ ଏଠାରେ କିଛି ନିର୍ଦ୍ଦିଷ୍ଠ ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି  କହିଲେ । ଅଳ୍ପ କିଛି ଲୋକ ହିଁ ସବୁ ଫାଇଦା ଉଠାଉଛନ୍ତି । କଂଗ୍ରେସ ତେଲାଙ୍ଗାନାରେ ବିଜେପି-ବିଆରଏସ ମେଣ୍ଟ ପଦାକୁ ଆଣିଥିଲା । ନିର୍ବାଚନ ହେଲା , ସେଠାରେ ବିଆରଏସ ପୂରା ଉଡିଗଲା । ଏଠାରେ ବିଜେପି-ବିଜେଡିର ବାହାଘର ହୋଇଯାଇଛି । ଏଠାରେ ଦୁଇ ଜଣ ଏକାଠି ରହି ଓଡିଶାବାସୀଙ୍କୁ ପାନ ଦେଉଛନ୍ତି । ଚାରା ରୋପଣ ନାଁରେ ଏଠାରେ ୧୫ ହଜାର କୋଟି ଲୁଟୁଛନ୍ତି । ଖଣିରୁ ପ୍ରଚୁର ଲୁଟୁଛନ୍ତି, କଂଗ୍ରେସ ଆସିଲେ ଏ ଟଙ୍କା ଫେରସ୍ତ ହେବ । ସେ ଆହୁରି କହିଛନ୍ତି, ପେହଲି ନୌକରୀ ପକ୍କି’ ଯୋଜନା ଆଣିବ କଂଗ୍ରେସ। ସମସ୍ତ ବେକାର ଯୁବକଯୁବତୀଙ୍କୁ ଚାକିରି ଗ୍ୟାରେଣ୍ଟି ଦେଉଛୁ। ସରକାରଙ୍କୁ କେହି ଚାକିରି ମାଗିଲେ ନିଶ୍ଚିତ ଚାକିରି ମିଳିବ। ଚାକିରି ମାଗିବା କ୍ଷଣି ବର୍ଷକ ପାଇଁ ଆପ୍ରେଣ୍ଟିସିପ୍‌ ଦିଆଯିବ। ଦେଶର ସବୁ ଗରିବ ପରିବାରର ଜଣେ ଜଣେ ମହିଳାଙ୍କୁ ବଛାଯିବ। ଉକ୍ତ ମହିଳାଙ୍କ ବ୍ୟାଙ୍କ ଖାତାକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ପ୍ରତି ମାସରେ ୮ ହଜାର ୫ ଶହ ଟଙ୍କା ମହିଳାଙ୍କ ଖାତାକୁ ଯିବ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button