ରାଜନୀତି

ପିସିସି କିଷାନ କଂଗ୍ରେସ ପକ୍ଷରୁ ଡିସେମ୍ବର ୧୩ ରୁ ଜାନୁଆରୀ ୧୩ ମଣ୍ଡିଚାଲ ଅଭିଯାନ – Ibnodisha

[ad_1]

*ଚାଷୀଙ୍କ ହକ୍ ପୂରଣ କରା ନ ଗଲେ ସରକାରଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ*

ଭୁବନେଶ୍ୱର – କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାରର ତୃଟିପୂର୍ଖ ଧାନକିଣା ନୀତିର ପ୍ରତିବାଦ, କୃଷକ ମାରଣ ନୀତି ବିରୁଦ୍ଧରେ ୭ ଦଫା ଦାବି ପୂରଣ ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରଥମ ପର୍ଯ୍ୟାୟରେ ଚଳିତ ଡିସେମ୍ବର ୧୩ ତାରିଖ ଠାରୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଏକମାସ ବ୍ୟାପୀ ମଣ୍ଡିଚାଲ ଅଭିଯାନ ଆହ୍ବାନ ଦିଆଯାଇଛି । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଛନ୍ତି ଯେ, ଉଭୟ ବିପେପି ଓ ବିଜେଡ଼ି ସରକାରର ଶାସନ‌କାଳରେ ଚାଷୀ ସବୁଠାରୁ କ୍ଷତିଗ୍ରସ୍ତ, ଚାଷ ବିପର୍ଯ୍ୟସ୍ତ । ଚାଷୀ ତା’ର ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ ପାଉନାହିଁ । ୩୫ ପ୍ରତିଶତ ଜଳସେଚନ କେବଳ ଧୂଆଁବାଣ । ଧାନର ଏମ.ଏସ.ପି.ଆଜି ପର୍ଯ୍ୟନ୍ତ ୨୯୩୦ ଟଙ୍କାକୁ ବୃଦ୍ଧି କରାଗଲା ନାହିଁ କି ଏମ.ଏସ.ପି.କୁ ଆଇନଗତ ଗ୍ୟାରେଣ୍ଟି ମିଳିଲା ନାହିଁ । ଚାଷୀ ବାଧ୍ଯ ହୋଇ ୧୨ଶହ ୧୩ଶହ ଟଙ୍କାରେ ଅଭାବି ବିକ୍ରିର ଶିକାର ହେଉଛି । ଗତ ଲଘୁଚାପ ଜନିତ ବର୍ଷାଦ୍ବାରା ବହୁ ଚାଷୀଙ୍କର ବହୁଳ ଭାବରେ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଛି । ତେଣୁ କାଳ ବିଳମ୍ବ ନକରି କେନ୍ଦ୍ର ସରକାର ତୁରନ୍ତ ଧାନ ଦ୍ବିଣ୍ଟାଲ ପ୍ରତି ୨୯୩୦ ଟଙ୍କାକୁ ବୃଦ୍ଧି ଓ ଏମ.ଏସ୍.ପି.କୁ ଆଇନଗତ ଗ୍ୟାରେଣ୍ଟି, ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ଧାନ କ୍ରିଣ୍ଟାଲରେ ଚାଷୀଙ୍କୁ ୬୦୦ ଟଙ୍କା ବୋନସ୍, କଗ୍‌ନୀ ଛଟ୍‌ନୀ ସମ୍ପୂର୍ଣ ବନ୍ଦ, ଲଘୁଚାପ ଜନିତ ବର୍ଷାଦ୍ଵାରା ରଙ୍ଗ ବିହୀନ ହୋଇଥିବା ସବୁଧାନକୁ କ୍ରୟ, ପ୍ରତି ମଣ୍ଡିରେ ସିସି କ୍ୟାମେରା ସଂଯୋଗ ଓ ଧାନ ଉଠାଇବା ବ୍ୟତୀତ ମିଲରକୁ ମଣ୍ଡି ନିଷେଧ, ପ୍ରଚଳିତ କୃଷି ଇନପୁଟ୍ ସବସିଡ୍‌ର ଦେଢ଼ଗୁଣା ବୃଦ୍ଧି ଓ ରିଲିଫ୍ କୋର୍ଡର ସଂଶୋଧନ, ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରତି ଏକର ପିଛା ୨୫ ହଜାର ଟଙ୍କା କ୍ଷତି ପୂରଣ ସହାୟତା ଓ ଚାଷୀଙ୍କଠାରୁ ସମ୍ପୂର୍ଣ କୃଷିଋଣ ଛାଡ଼ ଓ ଭାଗଚାଷୀମାନଙ୍କ ପାଇଁ ସ୍ଵତନ୍ତ୍ର ସହାୟତା ଓ ଆଇନଗତ ମାନ୍ୟତା ଆଦି୭ ଦଫା ଦାବୀ ପୂରଣ କରିବା ପାଇଁ କଂଗ୍ରେସ ପକ୍ଷରୁ ଦୃଢ଼ ଦାବି କରାଯାଇଛି । ଏହି ପରିପ୍ରେକ୍ଷୀରେ ଡିସେମ୍ବର ୧୩ ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ କିଷାନ କଂଗ୍ରେସ ପକ୍ଷରୁ ମଣ୍ଡିଚାଲ ଅଭିଯାନ ଯୋରଦାର କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ସରକାରଙ୍କ ଚାଷୀମାରଣ ନୀତିର ତୀବ୍ର ପ୍ରତିବାଦ କରିବା ସହ ସରକାର ଚାଷୀଙ୍କ ହକ୍ ପୂରଣ ନ କଲେ ସରକାରଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି । ଭୁବନେଶ୍ଵର ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଶ୍ଵଜିତ୍ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button