ରାଜନୀତି

ଏବିପି ସି-ଭୋଟର ମତାମତ ସର୍ଭେ : ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସ୍ – Ibnodisha

[ad_1]

ନୂଆଦିଲ୍ଲୀ: ଆଜି ଦେଶର ୫ ରାଜ୍ୟ ପାଇଁ ନିର୍ବାଚନ କମିସନ ତାରିଖ ଘୋଷଣା କରିଛନ୍ତି । ଏହା ପରେ ଏବିପି-ନ୍ୟୁଜ ସି-ଭୋଟର ପକ୍ଷରୁ ଓପିନିୟନ ପୋଲ ବା ମତାମତ ସର୍ଭେର ଫଳାଫଳ ପ୍ରକାଶ ପାଇଛି ।

ଏହି ସର୍ଭେ ଅନୁସାରେ, ମଧ୍ୟପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିପାରେ । ତେବେ ରାଜ୍ୟରେ କଂଗ୍ରେସ କ୍ଷମତା ହାସଲ କରିବାକୁ ସକ୍ଷମ ହେବ । ରାଜ୍ୟରେ କଂଗ୍ରେସକୁ ୧୧୩ରୁ ୧୨୫ଟି ଆସନ ମିଳିବାର ସମ୍ଭାବନା କହିଛି । ବିଜେପିକୁ ୧୦୪ରୁ ୧୧୬ଟି ଆସନ ମିଳିପାରେ ।

ଏହି ସର୍ଭେ ଅନୁଯାୟୀ, ଛତିଶଗଡ଼ରେ କଂଗ୍ରେସକୁ ୪୫ରୁ ୫୧ ଟି ଆସନ ମିଳିପାରେ । ବିଜେପିକୁ ୩୯ରୁ ୪୫ ଟି ଆସନ ମିଳିପାରେ । ଅନ୍ୟମାନଙ୍କୁ ଶୂନରୁ ଦୁଇଟି ସିଟ୍ ମିଳିପାରେ। ରାଜ୍ୟରେ ସମୁଦାୟ ୯୦ଟି ବିଧାନସଭା ଆସନ ରହିଥିବାବେଳେ ସଂଖ୍ୟାଗରିଷ୍ଠତା ସଂଖ୍ୟା ୪୬ ରହିଛି। ଭୁପେଶ ବାଘେଲ ଛତିଶଗଡ଼ରେ ବର୍ତ୍ତମାନର କଂଗ୍ରେସ ସରକାରର ନେତୃତ୍ୱ ନେଉଛନ୍ତି। ରାଜ୍ୟରେ କଂଗ୍ରେସକୁ ୪୫ ପ୍ରତିଶତ ଭୋଟ୍ ମିଳିପାରେ। ସେହିପରି ବିରୋଧୀ ଦଳ ବିଜେପିକୁ ୪୪ ପ୍ରତିଶତ ଭୋଟ୍ ମିଳିପାରେ। ଅର୍ଥାତ୍ ଭୋଟ୍ ପ୍ରତିଶତ ଦୃଷ୍ଟିରୁ କଂଗ୍ରେସ ବିଜେପିଠାରୁ ସାମାନ୍ୟ ଆଗରେ ଥିବା ଜଣାପଡିଛି। ଅନ୍ୟମାନଙ୍କୁ ୧୧ ପ୍ରତିଶତ ଭୋଟ୍ ମିଳିପାରେ।

 



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button