ରାଜନୀତି

ପ୍ରାର୍ଥୀ ତାଲିକାରୁ ନୁସରତ୍‌ଙ୍କ ନାଁ କାଟିଲା ଟିଏମ୍‌ସି – Ibnodisha

[ad_1]

କୋଲକାତା : ୨୦୧୯ରେ ନିର୍ବାଚନରେ ସବୁଠାରୁ ଚର୍ଚ୍ଚାରେ ଥିବା ନୁସରତ ଜାହାଁଙ୍କୁ ଆଉଟ୍‌ କରିଛନ୍ତି ମମତା ବାନାର୍ଜୀ । ପ୍ରାର୍ଥୀ ତାଲିକାରୁ ତାଙ୍କ ନାଁ କାଟିଛି ଟିଏମ୍‌ସି। ତୃଣମୂଳ କଂଗ୍ରେସ ସୁପ୍ରିମୋ ଏଥର ଅଭିନେତ୍ରୀରୁ ନେତ୍ରୀ ପାଲଟିତିବା ନୁସରତ ଜାହାଁକୁ ଦେଇନି ଟିକେଟ୍‌।ଆଜି ଏକ ମେଗା ରାଲି କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗର ସମସ୍ତ ୪୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏହି ପ୍ରାର୍ଥୀ ଘୋଷଣା ସମୟରେ ବଶିରହାଟ ଲୋକସଭା ଆସନ ଉପରେ ସମସ୍ତଙ୍କ ନଜର ଥିଲା। କାରଣ ଯେଉଁ ସନ୍ଦେଶଖାଲି ଅଞ୍ଚଳରେ ହିଂସା ଲାଗି ରହିଛି, ତାହା ଏହି ଲୋକସଭା ଆସନରେ ଆସେ। ଏହି ଆସନରୁ ୨୦୧୯ରେ ନିର୍ବାଚନ ଲଢ଼ିଥିଲେ ଅଭିନେତ୍ରୀ ନୁସରତ ଜାହାଁ। ଏଠାରୁ ସେ ସାଂସଦ ଥିଲେ। ହେଲେ ଏଥର କିନ୍ତୁ ଟିଏମ୍‌ସି ତାଙ୍କ ଟିକେଟ୍‌ କାଟି ଦେଇଛି। ତାଙ୍କ ବଦଳରେ ଦଳ ହକଜି ନରୁଲ ଇସ୍‌ଲାମଙ୍କୁ ପ୍ରାର୍ଥୀ କରିଛି। ସେହି ମିମି ଚକ୍ରବର୍ତ୍ତୀଙ୍କ ମଧ୍ୟ ଟିଏମ୍‌ସି ପ୍ରାର୍ଥୀ ତାଲିକାରୁ ବାଦ୍‌ ପଡିଛନ୍ତି। ପୂର୍ବରୁ ମିମି ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିବା ଯୋଗୁ ଦଳ ଏଥର ତାଙ୍କୁ ଟିକେଟ୍‌ ଦେଇନି। ସେ ଗତଥର ଯାଦବପୁର ଆସନରୁ ନିର୍ବାଚନ ଲଢ଼ି ବିପୁଳ ବିଜୟ ହାସଲ କରିଥିଲେ।

The post ପ୍ରାର୍ଥୀ ତାଲିକାରୁ ନୁସରତ୍‌ଙ୍କ ନାଁ କାଟିଲା ଟିଏମ୍‌ସି appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button