ରାଜ୍ୟ

ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ୨୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ – Ibnodisha

[ad_1]

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ଥାନା ନିର୍ଗୁଣ୍ଡି ପଞ୍ଚାୟତ ଗୁହାଳିଆ ଗାଁରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘର ଲୋକେ ଶୋଇଥିବା ବେଳେ ଜଣେ କିମ୍ବା ତା’ଠାରୁ ଅଧିକ ଦୁର୍ବୃତ୍ତ ପଶି ସୁନାଅଳଙ୍କାର ସହିତ ନଗଦ ୨୦ ହଜାର ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି। ଗାଁର ପୀତାମ୍ବର ପ୍ରଧାନଙ୍କ ଘରୁ ଏହି ଚୋରି ହୋଇଛି। ଦୁର୍ବୃତ୍ତ ଝରକା ଭାଙ୍ଗି ଭିତରେ ପଶିଥିଲେ। ଯେଉଁ ବକ୍ସରେ ସୁନା ଅଳଙ୍କାର ଥିଲା, ତାକୁ ଦୁର୍ବୃତ୍ତ ନେଇ ଯାଇଥିଲେ। ସେଥିରେ ପୀତାମ୍ବର ୨୦ ହଜାର ଟଙ୍କା ମଧ୍ୟ ରଖିଥିଲେ। ଉକ୍ତ ବକ୍ସକୁ ଗାଁଠାରୁ କିଛି ଦୂରରେ ଏକ ବିଲରୁ ମିଳିଛି। ପୀତାମ୍ବର ଘଟଣା ନେଇ ଧାମନଗର ପୁଲିସ୍‌କୁ ଜଣାଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ଏହି ଘଟଣାରେ ଗାଁର କୌଣସି ଲୋକଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ପୁଲିସ୍ ସବୁ ଦିଗକୁ ନେଇ ଘଟଣାର ତଦନ୍ତ କରୁଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button