ଦେଶ

ଉତ୍ତରକାଶୀ ସୁଡ଼ଙ୍ଗ ଦୁର୍ଘଟଣା; ‘ଉଦ୍ଧାର କାର୍ଯ୍ୟ ଆଉ ଏକ ମାସ ଲାଗିବ’ – Ibnodisha

[ad_1]

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଉତ୍ତରକାଶୀରୁ ସୁଡ଼ଙ୍ଗରେ ଦୀର୍ଘ ୧୪ ଦିନ ଧରି ଫସିରହିଥିବା ୪୧ ଶ୍ରମିକଙ୍କ ଉଦ୍ଧାରକୁ ନେଇ ସନ୍ଦେହ ଦେଖାଦେଇଛି । ସୁଡ଼କ ଭିତରେ ୪୧ ଜୀବନ ଏବଂ ବାହାରେ ରେସ୍‌କ୍ୟୁ ଅପରେସନ୍‌ର ଚ୍ୟାଲେଞ୍ଜ୍‌କୁ ନେଇ ସଂଘର୍ଷ କରୁଛନ୍ତି ରେସ୍‌କ୍ୟୁ ଟିମ୍ । ସୁଡ଼ଙ୍ଗ ଡ୍ରିଲିଂ ପାଇଁ ଆସିଥିବା ଆମେରିକୀୟ ଅଗର୍ ମେସିନ୍ ବିଫଳ ହୋଇଛି । ଫଳରେ ଏବେ ଭର୍ଟିକାଲ୍ ଡ୍ରିଲିଂ ଅର୍ଥାତ୍ ସୁଡ଼ଙ୍ଗ ଉପର ଭାଗରୁ ଡ୍ରିଲିଂ ପାଇଁ ପ୍ରସ୍ତୁତି ଚାଲିଛି । ଇତିମଧ୍ୟରେ ଆମେରିକାରୁ ଆସିଥିବା ଏକ୍ସପର୍ଟଙ୍କ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଏକ୍ସପର୍ଟ କହିଛନ୍ତି, ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଆଉ ଏକମାସ ଲାଗିବ । ଚିନ୍ତାର ବିଷୟ ଉଦ୍ଧାର କାର୍ଯ୍ୟ ତଦାରଖ କରୁଥିବା ଅଧିକାରୀ ପ୍ରତ୍ୟେକ ଦିନ ବୟାନ ବଦଳାଉଛନ୍ତି ।

ଶୁକ୍ରବାର ଲୁହାରଡ୍ ଜାଲରେ ଫସିବା କାରଣରୁ ଅଗର୍ ମେସିନ୍ ଖରାପ ହୋଇଯାଇଛି । ଆଉ ଅଗର୍ ମେସିନ୍‌ର ବ୍ୟବହାର କରାଯିବ ନାହିଁ ବୋଲି ଆମେରିକୀୟ ଏକ୍ସପର୍ଟ ଅର୍ନାଲ୍ଡ ଡିସ୍କ ଏବେ ସ୍ପଷ୍ଟ କରିଛନ୍ତି । ଶ୍ରମିକଙ୍କ ଜୀବନ ରକ୍ଷା ପାଇଁ ଏବେ ପ୍ରସ୍ତୁତି ଆରମ୍ଭ ହୋଇଛି । ଡ୍ରିଲିଂ ମେସିନ୍‌କୁ ସୁଡ଼ଙ୍ଗ ଉପର ଭାଗକୁ ନିଆଯାଉଛି ।

ଇତିମଧ୍ୟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍ପର ସିଂହ ଧାମି ଶନିବାର ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି । ସେ କହିଛନ୍ତି ଏଠାରେ ସମସ୍ତ ସଂସାଧନ ଉପଲବ୍ଧ ରହିଛି । ପ୍ଲାଜ୍‌ମା କଟର୍ ମେସିନ୍ ପରି ଯେଉଁ ଉପକରଣର ଏଠାରେ ନାହିଁ ତାହା ମଗାଯାଇଛି । ମୁଖ୍ୟ ସୁଡ଼ଙ୍ଗ ନିର୍ମାଣ ପୂର୍ବରୁ ଏସ୍‌କେପ୍ ସୁଡ଼ଙ୍ଗ ନିର୍ମାଣ କରାଯାଇ ନଥିବା ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ସମସ୍ତ ଦିଗ ଉପରେ ଧ୍ୟାନ ଦେଉଛୁ, କିନ୍ତୁ ଶ୍ରମିକଙ୍କୁ ସୁରକ୍ଷିତ ବାହାର କରିବା ଏବେ ଆମର ପ୍ରଥମ ପ୍ରାଥମିକତା । ସେ କହିଛନ୍ତି, ଜିପିଆର୍ ମ୍ୟାପିଂ ବିଶ୍ୱସନୀୟ ନୁହେଁ, ତାହା ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଅଧିକାରୀ ସ୍ୱୀକାର କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଜିପିଆର୍ ମ୍ୟାପିଂ କରିଥିବା ଟିମ୍ କହିଥିଲା ଯେ ୪୮ ମିଟର ଡ୍ରିଲିଂ ପରେ ଆଗକୁ ଆଉ କୌଣସି ବାଧକ ବସ୍ତୁ ନଥିବା ଉଦ୍ଧାର କାର୍ଯ୍ୟ ସହଜ ହେବ । ମାତ୍ର ଏହା ଭୁଲ ପ୍ରମାଣିତ ହୋଇଥିଲା । ଗତକାଲି ସନ୍ଧ୍ୟାରେ ଡ୍ରିଲିଂ ବେଳେ ଅଗର୍ ମେସିନ୍ ଲୁହାଛଡ଼ ଜାଲରେ ଫସି ଭାଙ୍ଗି ଯାଇଥିଲା । ଏହାପରେ ଏକ୍ସପର୍ଟମାନେ ଭର୍ଟିକାଲ୍ ଡ୍ରିଲିଂ ସମ୍ପର୍କରେ ଚିନ୍ତା କରୁଛନ୍ତି । ଏଥିପାଇଁ ମେସିନ୍ ପ୍ରସ୍ତୁତ କରି ସୁଡ଼ଙ୍ଗ ଉପରେ ପହଞ୍ଚାଯାଇଛି । ମାନୁଆଲ୍ ଡ୍ରିଲିଂ ଆରମ୍ଭ ପରେ ପରିସ୍ଥିତିର ଆକଳନ କରାଯିବ । ଏଥିରେ ଅଧିକ ବାଧା ଦେଖାଦେଲେ ଭର୍ଟିକାଲ୍ ଡ୍ରିଲିଂ ଆରମ୍ଭ ହୋଇପାରେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button