ଦେଶ

ଡାକ୍ତରଙ୍କୁ ହାଇକୋର୍ଟଙ୍କ କଡା ଚେତାବନୀ – Ibnodisha

[ad_1]

ନୂଆଦିଲ୍ଲୀ: ଦୁଷ୍କର୍ମ ପୀଡିତାଙ୍କ ମେଡିକାଲ ଟେଷ୍ଟ ସହ ଜଡିତ ଏକ ମାମଲା ଉପରେ ମାଡ୍ରାସ ହାଇକୋର୍ଟ କଡା ଚେତାବନୀ ଦେଇଛନ୍ତି । ହାଇକୋର୍ଟ କହିଛନ୍ତି ଦୁଷ୍କର୍ମ ପୀଡିତାଙ୍କ ‘ଟୁ ଫିଙ୍ଗର ଟେଷ୍ଟ’ କରୁଥିବା ଡାକ୍ତରଙ୍କୁ ଦୋଷୀ ସାବ୍ୟସ୍ତ କରାଯିବ । କୋର୍ଟ ଏକ ମାମଲାର ଶୁଣାଣୀ ସମୟରେ ‘ଟୁ ଫିଙ୍ଗର ଟେଷ୍ଟ’ ଉପରେ ନିଜର ଆପତ୍ତି ପ୍ରକାଶ କରିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ଏହି ଟେଷ୍ଟ ଉପରେ ପୂର୍ବରୁ ସୁପ୍ରିମକୋର୍ଟ ଲଗାଇଛନ୍ତି । ଉଚ୍ଚତମ ନ୍ୟାୟାଳୟ କହିଥିଲେ ଦୁଷ୍କର୍ମର ପ୍ରମାଣ ପାଇଁ ଏହି ପରୀକ୍ଷଣ କରିବା ସ୍ୱୀକାର୍ଯ୍ୟ ନୁହେଁ । ମାଡ୍ରାସ ହାଇକୋର୍ଟ କହିଛନ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଯଦି କୌଣସି ଡାକ୍ତର ଏହି ଟେଷ୍ଟ କରିବେ ତେବେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବ । ଅକ୍ଟୋବର ୨୦୨୨ରେ ସୁପ୍ରିମକୋର୍ଟ ଦୁଷ୍କର୍ମ ପୀଡିତାଙ୍କ ‘ଟୁ ଫିଙ୍ଗର ଟେଷ୍ଟ’ ଉପରେ ପ୍ରତିବନ୍ଧ ଲଗାଇଥିଲେ । ଏହାସହିତ କୋର୍ଟ ଏପରି କରୁଥିବା ଡାକ୍ତରଙ୍କୁ ଚେତାବନୀ ବି ଦେଇଥିଲେ । କୋର୍ଟ କହିଥିଲେ ଏପରି ଟେଷ୍ଟର କୌଣସି ବୈଜ୍ଞାନିକ ଆଧାର ନାହିଁ ବରଂ ଏହାଦ୍ୱାରା ପୀଡିତା ଉପରେ ପୁଣି ପ୍ରଭାବ ପଡିବ ।

The post ଡାକ୍ତରଙ୍କୁ ହାଇକୋର୍ଟଙ୍କ କଡା ଚେତାବନୀ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button