ପତ୍ନୀଙ୍କୁ ଛାଡ଼ପତ୍ର ଦେଲେ ରେମଣ୍ଡ ମାଲିକ ଗୌତମ ସିଂହାଣିଆ – Ibnodisha

[ad_1]
ବ୍ୟୁରୋ : ପତ୍ନୀଙ୍କଠୁ ଅଲଗା ହେଲେ ଅରବପତି ଗୌତମ ସିଂହାଣିଆ। ୩୨ ବର୍ଷର ବୈବାହିକ ସମ୍ପର୍କ ଛିନ୍ନ ନେଇ ସୋଶାଲ୍ ମିଡିଆ ପୋଷ୍ଟରେ ସୂଚନା ଦେଲେ। ୧୯୯୯ ମସିହାରେ ସଲିସିଟର ନାଦାର ମୋଦିଙ୍କ ଝିଅ ନୱାଜ ମୋଦିଙ୍କୁ ବିବାହ କରିଥିଲେ ଗୌତମ ସିଂହାଣିଆ। ବର୍ତ୍ତମାନ ଗୌତମଙ୍କୁ ୫୮ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କୁ ୫୪ ବର୍ଷ। ଉଭୟଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି। ରେମଣ୍ଡ୍ ଲିମିଟେଡ଼ର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ସିଂହାଣିଆ। ଉଭୟ ୧୯୯୯ରେ ବିବାହ କରିଥିବା ବେଳେ ବିବାହର ୩୨ ବର୍ଷ ପରେ ଛାଡ଼ପତ୍ର ଦେଇଛନ୍ତି।ବିବାହ ବିଚ୍ଛେଦ ନେଇ ସୂଚନା ଦେଇ ସିଂହାଣିଆ କହିଛନ୍ତି, “ଏଥର ଦୀପାବଳି ପୂର୍ବାପର ସମାନ ହେବ ନାହିଁ। ଏବେଠାରୁ ନୱାଜ ଏବଂ ମୁଁ ଅଲଗା ଅଲଗା ରାସ୍ତା ଆପଣାଇବୁ… ମୁଁ ତାଙ୍କଠାରୁ ଅଲଗା ହେଉଛି।” “୩୨ ବର୍ଷର ସ୍ୱାମୀ-ସ୍ତ୍ରୀର ସମ୍ପର୍କ ମଧ୍ୟରେ ଦୁହେଁ ଦୁହିଁଙ୍କର ସାମର୍ଥ୍ୟ ସାଜିଛୁ… ଆମେ ପ୍ରତିବଦ୍ଧତା, ସଂକଳ୍ପ ଓ ବିଶ୍ୱାସ ସହ ଆଗକୁ ବଢ଼ିଥିଲୁ। ଆମର ଦୁଇ ମୂଲ୍ୟବାନ ହୀରା ନିହାରିକା ଏବଂ ନିସା ପାଇଁ ଯାହା ସବୁଠୁ ଭଲ ହେବ ତାହା କରିବା ଜାରି ରଖିବୁ। ଦୟାକରି ଏହି ବ୍ୟକ୍ତିଗତ ନିଷ୍ପତ୍ତିକୁ ସମ୍ମାନ ଦିଅନ୍ତୁ ଏବଂ ସବୁକିଛି ସମାଧାନ ପାଇଁ ସମୟ ଦିଅନ୍ତୁ।” ଏପରି ସମୟରେ ସମଗ୍ର ପରିବାର ପାଇଁ ଆପଣମାନଙ୍କ ଶୁଭେଚ୍ଛା ଲୋଡୁଛି ବୋଲି ସିଂହାଣିଆ କହିଛନ୍ତି। ବିଚ୍ଛେଦ ନେଇ ଘୋଷଣା କରିବାର କିଛି ମିନିଟ୍ ପୂର୍ବରୁ ସିଂହାଣିଆ ବ୍ୟବସାୟ କ୍ଷେତ୍ରରେ ଏକ ପୋଷ୍ଟ ଶେଆର୍ କରିଥିଲେ।
[ad_2]




