ଦେଶ

ନିଜ ରାଷ୍ଟ୍ରରେ ସମସ୍ୟା ପାଇଁ ଜି-୨୦ ସମ୍ମିଳନୀକୁ ଆସୁନାହାନ୍ତି ଜିନପିଙ୍ଗ – Ibnodisha

[ad_1]

ନୂଆଦିଲ୍ଲୀ : ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଆସନ୍ତା ଜି-୨୦ ସମ୍ମିଳନୀରେ ଅନୁପସ୍ଥିତ ରହିବା ବିଷୟକୁ ନେଇ ସବୁଠି ଚର୍ଚ୍ଚା। ଜିନପିଙ୍ଗ ପ୍ରଥମ ଥର ପାଇଁ ଜି-୨୦ ବୈଠକରେ ବ୍ୟକ୍ତିଗତ ଭାବେ ଯୋଗ ଦେଉନାହାନ୍ତି। ଜିନପିଙ୍ଗଙ୍କ ସ୍ଥାନରେ ଚୀନ୍‌ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ଚୀନ୍‌କୁ ପ୍ରତିନିଧିତ୍ବ କରିବେ। ଭାରତ ଏବଂ ଚୀନ୍‌ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ପାଇଁ ଜିନପିଙ୍ଗ ଭାରତ ଆସୁନାହାନ୍ତି ବୋଲି କୁହାଯାଉଛି। କିନ୍ତୁ ଚୀନ୍‌ ସରକାର ସ୍ପଷ୍ଟ କରି ସାରିଛନ୍ତି ଯେ ଉକ୍ତ ବୈଶ୍ବିକ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଚୀନ୍‌ ସମସ୍ତ ପକ୍ଷ ସହ କାର୍ଯ୍ୟ କରିବାକୁ ପ୍ରସ୍ତୁତ। ତେବେ ବିଶେଷଜ୍ଞମାନେ କହୁଛନ୍ତି ଯେ ଚୀନ୍‌ରେ ବିଭିନ୍ନ ସଙ୍କଟ ପାଇଁ ଜିନପିଙ୍ଗ ଭାରତ ଆସୁନାହାନ୍ତି। ଜି ଜିନପିଙ୍ଗ ଘରୋଇ ପ୍ରସଙ୍ଗକୁ ଫୋକସ୍‌ କରୁଛନ୍ତି।

ଜାତୀୟ ସୁରକ୍ଷା ଚିନ୍ତା ଜିନପିଙ୍ଗଙ୍କ ମୁଖ୍ୟ ପ୍ରସଙ୍ଗ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଜି ଜିନପିଙ୍ଗ ଏଥିପାଇଁ ଚୀନ୍‌ରେ ରହି ବିଦେଶ ନେତାମାନଙ୍କୁ ଭେଟିବେ ବୋଲି ସିଙ୍ଗାପୁରର ଜାତୀୟ ବିଶ୍ବବିଦ୍ୟାଳୟର ଜଣେ ଆସୋସିଏଟ୍‌ ପ୍ରଫେସର କହିଛନ୍ତି। ଏହା ସହିତ ଚୀନ୍‌ରେ କେତେକ ଆର୍ଥିକ ସଂସ୍କାରକୁ ନେଇ ଗୁରୁତର ସମସ୍ୟା ଉପୁଜିଥିବାରୁ ଏଥିପାଇଁ ଏକ ପ୍ରଭାବଶାଳୀ ଗୋଷ୍ଠୀ ଜିନପିଙ୍ଗଙ୍କୁ ଦାୟୀ କରୁଛନ୍ତି। ଏଭଳି ସ୍ଥିତିରେ ଜିନପିଙ୍ଗ ଘରୋଇ ସମସ୍ୟାର ସମାଧାନ ଏବଂ ନିଜ ସ୍ଥିତି ସୁଦୃଢ଼ କରିବା ଉପରେ ଅଧିକ ଗୁରୁତ୍ବାରୋପ କରୁଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button