ଅପରାଧ

ପାରିବାରିକ କଳହରୁ ହଣାକଟା: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର – Ibnodisha

[ad_1]

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସିଂଲା ଥାନା କାଦରାୟାଁ ଗ୍ରାମରେ ପାରିବାରିକ କଳହରୁ ସ୍ବାମୀ-ସ୍ତ୍ରୀ ମଧ୍ୟରେ ହଣାକଟା ହୋଇ ସ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି। କାଦରାୟାଁ ଗ୍ରାମର ସେକ୍‌ ଡୁମାଙ୍କ ପୁଅ ସେକ କସିମୁଦ୍ଦିନଙ୍କ ସହ ପଥଦୁର୍ଗା ଗ୍ରାମର ୱାଜୁଦିନ ଖାନଙ୍କ ଝିଅ ୱାସେମୁନ ବିବିଙ୍କର ୬ ବର୍ଷ ତଳେ ବାହାଘର ହୋଇଥିଲା। ଆଜି ସନ୍ଧ୍ୟାରେ କୌଣସି କାରଣକୁ ନେଇ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

ପରେ ଝଗଡ଼ା ଉଗ୍ରରୂପ ନେବାରୁ ଉଭୟେ ପରସ୍ପରକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଉଭୟେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଉଭୟଙ୍କୁ ବସ୍ତା ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ୱାସେମୁନଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ସ୍ବାମୀ କସିମୁଦ୍ଦିନକୁ ପୁଲିସ ହେପାଜତରେ ବାଲେଶ୍ୱର ମୁଖ୍ୟ ହସ୍‌ପିଟାଲ୍‌କୁ ପଠାଯାଇଥିବା ଜଣାପଡ଼ିଛି। ଅନ୍ୟପଟେ ୱାସେମୁନଙ୍କ ବାପଘର ପକ୍ଷରୁ ଝିଅକୁ ହତ୍ୟା କରାଯାଇଥିବା ସିଂଲା ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button