ଅପରାଧ

ବଜ୍ରାକାପ୍ତା କାତି ଡିଲ୍ ବେଳେ ବନ ବିଭାଗର ଚଢ଼ଉ – Ibnodisha

[ad_1]

ନବରଙ୍ଗପୁର: ବଜ୍ରାକାପ୍ତା କାତି ଡିଲ୍ ବେଳେ ବନ ବିଭାଗ ଓ ପୁଲିସର ମିଳିତ ଭାବେ ଚଢ଼ଉ। ୧୬ ଗୋଟି ବଜ୍ରକାପ୍ତା କାତି ଜବତ କରିବା ସହ ୫ ଜଣଙ୍କୁ ଗିରଫ କରାଯାଇଛି। ବନ ବିଭାଗ ଠାରୁ ମିଳିଥିବା ସୂଚନା ଅନୁଯାୟୀ ତାରାଗାଁ କାଜୁବାଡରେ ବଜ୍ରକାପ୍ତା କାତି ଡିଲ୍ ଚାଲିଥିବା ନେଇ ବନ ବିଭାଗ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା। ଡିଏଫଓ ଶୁଭେନ୍ଦୁ ପ୍ରସାଦ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ବନାଞ୍ଚଳ, କୋଡିଗାଁ ବନାଞ୍ଚଳ, ରାଇଘର ବନାଞ୍ଚଳ ଏବଂ ନବରଙ୍ଗପୁର ପୁଲିସର ମିଳିତ ଭାବେ ଉକ୍ତ କାଜୁବାଡ ଉପରେ ଚଢ଼ାଉ ହୋଇଥିଲା। ଚଢ଼ାଉରେ ୧୬ ଗୋଟି ବଜ୍ରକାପ୍ତା କାତି, ୫ ଗୋଟି ମୋବାଇଲ, ୪ ଗୋଟି ବାଇକ୍‌ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ।

 

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button