IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଆଜିଠୁ ବଢିଲା ଦିଆସିଲି ଦର: ୧୪ ବର୍ଷ ପରେ ଦୁଇ ଗୁଣା ହେଲା ଦାମ

IBN ଓଡିଶା(ବ୍ୟୁରୋ):-ଗୋଟିଏ ପଟେ ପେଟ୍ରୋଲ, ଡିଜେଲ ଓ ଖାଇବା ତେଲର ଦାମ ଅହେତୁକ ଭାବେ ବୃଦ୍ଧି ପାଉଥିବା ବେଳେ ପୁଣି ଏବେ ଦୈନିକ ବ୍ୟବହୃତ ଦିଆସିଲିର ଦାମ ୧୪ ବର୍ଷ ପରେ ପୁଣି ବୃଦ୍ଧି ପାଇଛି । ଆଜିଠାରୁ ୧ ଟଙ୍କାରେ ମିଳୁଥିବା ଦିଆସିଲି ପ୍ୟାକେଟ ପାଇଁ ଆପଣଙ୍କୁ ୨ ଟଙ୍କା ଦେବାକୁ ପଡିବ । ଏନେଇ ଦେଶରେ ୫ ଟି ପ୍ରମୁଖ ଦିଆସିଲି ଉଦ୍ୟେଗ ତରଫରୁ ନିଷ୍ପତ୍ତି ନିଆଯାଇଥିଲା ୨୦୦୭ ମସିହା ପୂର୍ବରୁ ଦିଆସିଲିର ଦାମ ୫୦ ପଇସା ପ୍ରତି ପ୍ୟାକେଟ ରହିଥିଲା । ୨୦୦୭ ରେ ଦିଆସିଲି ଉଦ୍ୟେଗମାନେ ମିଳିତ ଭାବେ ଏହି ଦାମକୁ ୫୦ ପଇସାରୁ ୧ ଟଙ୍କାକୁ ବୃଦ୍ଧି କରିଥିଲେ । ହେଲେ ଗୁରୁବାର ଦିନ ଶିବକାଶୀ ଠାରେ ସର୍ବଭାରତୀୟ ଚେମ୍ବର ଅଫ୍ ମାଚିସ ବୈଠକରେ ନିଷ୍ପତ୍ତି ନିଆଯାଇଛି କି ଡିସେମ୍ବର ମାସ ଠାରୁ ପ୍ରତି ପ୍ୟାକେଟ ଦିଆସିଲିର ଦାମ ୨ ଟଙ୍କାକୁ ବୃଦ୍ଧି କରାଯିବ ।ଦିଆସିଲି ନିର୍ମାତା କମ୍ପାନୀମାନେ କହିଛନ୍ତି କି ଦିଆସିଲି ପ୍ରସ୍ତୁତ କରିବା ପାଇଁ ୧୦ ପ୍ରକାରର କଞ୍ଚାମାଲ ଆବଶ୍ୟକ ହୋଇଥାଏ । ହେଲେ ଏବେ କଞ୍ଚାମାଲର ଦର ବୃଦ୍ଧି ହୋଇଥିବାରୁ ୧ ଟଙ୍କାରେ ଦିଆସିଲି ପ୍ୟାକେଟ ବିକିବା ସମ୍ଭବପର ନୁହେଁ । ନିର୍ମାତମାନେ କହିଛନ୍ତି କି ୧ କିଲୋଗ୍ରାମ ଲାଲ ଫସଫରସର ଦାମ ୪୨୫ ଟଙ୍କାରୁ ବୃଦ୍ଧିପାଇ ଏବେ ୮୧୦ ଟଙ୍କାରେ ପହଂଚିଛି । ସେହିଭଳି ମହମ ୫୮ ଟଙ୍କାରୁ ୮୦ ଟଙ୍କାକୁ ବୃଦ୍ଧି ପାଇଛି ।ସାରା ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଦିଆସିଲି ଉଦ୍ୟୋଗ ଥିବା ବେଳେ ତାମିଲନାଡୁରେ କିନ୍ତୁ ସର୍ବାଧିକ ଦିଆସିଲି ଉଦ୍ୟୋଗ ରହିଛି । ଏକ ରିପୋର୍ଟ ମୁତାବକ ତାମିଲନାଡୁରେ ପାଖା ପାଖି ୪ ଲକ୍ଷ ଲୋକ ଦିଆସିଲି ଉଦ୍ୟୋଗରେ କାମ କରିଥାନ୍ତି । ସବୁଠାରୁ ବଡକଥା ଏହି କର୍ମଚାରୀଙ୍କ ମଧ୍ୟରୁ ୯୦ ପ୍ରତିଶତ କର୍ମଚାରୀ ମହିଳା ଅଟନ୍ତି । ଦିଆସିଲିର ଦାମ ବୃଦ୍ଧି ହେଲେ କର୍ମଚାରୀମାନଙ୍କୁ ଭଲ ଦରମା ଦିଆଯାଇ ପାରିବ ବୋଲି ଆଶା କରାଯାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button