ରାଜ୍ୟ

ପର୍ଯ୍ୟଟନ କ୍ଷେତ୍ର କୋରାପୁଟ ଜିଲ୍ଲା କୁ କାହିଁକି ଧ୍ୟାନ ଦେଉନାହାନ୍ତି ସରକାର ?

IBN ଓଡିଶା
(ରିପୋର୍ଟ-ମମତା ରାଣୀ ନାୟକ)
ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ କୋରାପୁଟ ଜିଲ୍ଲା (କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି) ଓଡ଼ିଶାର ବିଭିନ୍ନ କ୍ଷେତ୍ରର ବିକାଶରେ ଭାଗିଦାରୀ, ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସମ୍ପଦରେ ଭରପୁର ଏହି ଅବିଭକ୍ତ କୋରାପୁଟ ଜିଲ୍ଲା ସୁନ୍ଦର ସବୁଜ ଅଟେ I କୋରାପୁଟ ବିଶ୍ୱକୁ ଦେଇଛି ବେଶୀ, ପାଇଛି କମ, ଦିନକୁ ଦିନ ପର୍ଯ୍ୟଟନ ମାନଚିତ୍ରରେ ତା ନାଁ ହରାଇ ବସୁଛି I ଆଦିବାସୀ ଜନଜାତି ବହୁଳ କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି ଜିଲ୍ଲାର ବିକାଶ ପାଇଁ ଖର୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା, କିନ୍ତୁ ଏହି ଜିଲ୍ଲାର ଥିବା ପର୍ଯ୍ୟଟନ କ୍ଷେତ୍ରମାନ ଆଜି ବି ଅବହେଳିତ I ଇତିହାସ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ରମାନ ଏହି ଜିଲ୍ଲା ମାନଙ୍କରେ ରହିଛି, ପୂର୍ବେ ଦେଶବିଦେଶରୁ ବିଭିନ୍ନ ପର୍ଯ୍ୟଟକ ଏସବୁ ସ୍ଥଳୀ ଗୁଡିକରେ ଛୁଟି ଆସୁଥିଲେ, ଗବେଷଣା ମଧ୍ୟ କରୁଥିଲେ I ସୁନ୍ଦର ମନ୍ଦିର ଅଛି କିନ୍ତୁ ରାସ୍ତା ନାହିଁ, ରହିବା ବ୍ୟବସ୍ଥା ନାହିଁ, ପୁରାତନ କୀର୍ତ୍ତିରାଜି ଅଛି କିନ୍ତୁ ଗାଇଡ଼ ନାହାନ୍ତି, ଉଚ୍ଚ ପର୍ବତ ଅଛି କିନ୍ତୁ ଯିବା ଆସିବାର କିଛି ନୀତି ନ୍ୟମ ନାହିଁ, ବୃହତ ପୁଷ୍କରଣୀ ଅଛି ଦଳ ପଙ୍କରେ ଭର୍ତି, ଏମିତି କିଛି ପୁରୁଣା ପର୍ଯ୍ୟତଃ କ୍ଷେତ୍ର ଅଛି ତାର ସୂଚନା ଜିଲ୍ଲା ପ୍ରଶାସନ ପାଖରେ ନାହିଁ, ଜିଲ୍ଲାର ଅଧିକାରୀ ମାନେ ମଧ୍ୟ ପର୍ଯ୍ୟଟନ କ୍ଷେତ୍ର ଭ୍ରମଣ କରନ୍ତିନାହିଁ, ବାର୍ଷିକ କର୍ମଚାରୀଙ୍କ ବଣଭୋଜି ମଧ୍ୟ ପଡୋଶୀ ରାଜ୍ୟକୁ ଯିବାକୁ ଭଲପାଆନ୍ତି ଏସବୁ ସମସ୍ୟାଯୋଗୁଁ ଲୋକଲୋଚନରେ ଆସିପାରୁନାହିଁ କୋରାପୁଟ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ I ପର୍ଯ୍ୟଟନ କ୍ଷେତ୍ରକୁ ବଞ୍ଚାଇ ରଖିଥିବା ଆଦିବାସୀ ଜନଜାତି ବନ ଜଙ୍ଗଲ ଏବଂ ପର୍ଯ୍ୟଟନକ୍ଷେତ୍ର ଉପରେ ଆଜି ବି ନିର୍ଭରଶୀଳ I ଆଜି ବି କିଛି ଜନଜାତି ଏହି ଠାରୁ ହିଁ ସେମାନେ ରୋଜଗାର ଓ ଗୁଜୁରାଣ ମେଣ୍ଟେଇଥାନ୍ତି I କିନ୍ତୁ ସମୟକ୍ରମେ ବିକାଶ ନାଁରେ ବିନାଶ କରିଚାଲିଛନ୍ତି ସରକାର, ପୁରାତନ ଜଙ୍ଗଲକୁ ଧ୍ୱଂସ ଫଳରେ ବନ୍ୟପ୍ରାଣୀ ଧ୍ୱଂସ ଏବଂ ପର୍ଯ୍ୟଟନ କ୍ଷେତ୍ରଵି ପୂର୍ବ ଭଳି ଆଉ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରି ପାରୁନି I ଅନ୍ୟ ଅଂଚଳକୁ ଯେତେ ପ୍ରାଧାନ୍ୟ ଦିଆଯାଉଛି ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ସେତିକି ଅବହେଳା କରିଚାଲିଛନ୍ତି I ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ରାଜ୍ୟର ସାମାଜିକ ଏବଂ ଅର୍ଥନୈତିକ ବିକାଶ ପାଇଁ ପର୍ଯ୍ୟଟନକ୍ଷେତ୍ର ପ୍ରତି ବିଶେଷ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ ରହିଛି I ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ପର୍ଯ୍ୟଟନକ୍ଷେତ୍ର ତଥା ରାଜ୍ୟର ଦକ୍ଷିଣ ଦିଗରେ ଥିବା ପାହାଡିଆ ଅଞ୍ଚଳର ପୁରାତନ କୀର୍ତ୍ତିରାଜି ତଥା ପର୍ଯ୍ୟଟନକ୍ଷେତ୍ର ଗୁଡିକୁ ପୁନରୁଦ୍ଧାର କରାଯାଇ ପୁରାତନ କୀର୍ତିରାଜିକୁ ସଂରକ୍ଷଣ ରଖିବାର ସମୟ ଏବେ ଆସିଯାଇଛି I ବଣ, ଜଙ୍ଗଲ, ବନ୍ୟପ୍ରାଣୀର ସଂରକ୍ଷଣ କରାଯାଇ ଗୁରୁତ୍ୱପୁର୍ଣ ସ୍ଥାନର ଉନ୍ନତିକରଣ କରାଯାଇ ପୁଣିଥରେ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ପାରିବ I ତତସହିତ “ଟ୍ରାଭେଲ ଓ ଟୁରିଜିମ” ଶିକ୍ଷା କେନ୍ଦ୍ର ମାନ ଖୋଲାଯାଇ ଏହି ଅଂଚଳର ଯୁବକ ଯୁବତୀଙ୍କୁ ଟୁରିଷ୍ଟ ଗାଇଡ଼ ଓ ବିଭିନ୍ନ କାର୍ଯ୍ୟରେ ନିଯୁକ୍ତି ସୃଷ୍ଟି କରାଯାଇପାରିବ, ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି କରାଯାଇ ବ୍ୟାପକ ସାମାଜିକ ବିକାଶ କାର୍ଯ୍ୟରେ ନିୟୋଜନ କରାଯାଇ ପାରିବ ଏବଂ ଅଂଚଳରେ ମିଳୁଥିବା ବନଜାତ ଦ୍ରବ୍ୟର ବିକ୍ରି ତଥା ହସ୍ତଶିଳ୍ପର ବ୍ୟାପକ ପ୍ରଚାର ପ୍ରସାର ହୋଇପାରିବ, ସରକାରଙ୍କ ଅର୍ଥନୈତିକ ବିକାଶ ସଂଗେ ସଂଗେ ସାମାଜିକ ବିକାଶ ବି ହୋଇପାରିବ, ପର୍ଯ୍ୟଟକଙ୍କ ପାଇଁ କିଛି ନୂତନ ବିକାଶ ପ୍ରବନ୍ଧନ କାର୍ଯ୍ୟ କରି ଆକ୍ରୁଷ୍ଟକଲେ ଦେହ ବିଦେଶର ପର୍ଯ୍ୟଟକ ପୁଣି ଓଡିଶା ମୁହଁ ହେବେ I ସ୍ଥାନୀୟ ପର୍ଯଟନ ସରକାରଙ୍କ ଅବହେଳା ଯୋଗୁଁ ତାର ସୌନ୍ଦର୍ଯ୍ୟ ହରାଇ ବସିଥିବାରୁ ଏହି ଅଂଚଳର ଲୋକ ପଡୋଶୀ ଆନ୍ଧ୍ର ଏବଂ ଛତିଶଗଡ ଅଂଚଳରେ ଥିବା ପର୍ଯ୍ୟଟନ କ୍ଷେତ୍ରକୁ ଯାଇ ସେଠାକାର ରାଜସ୍ୱ ବଢ଼ିଚାଲିଛନ୍ତି, ଯଦ୍ୱାରା ପ୍ରତିବର୍ଷ ଓଡିଶା ସରକାର ପର୍ଯ୍ୟଟନ ଶିଳ୍ପର ରାଜସ୍ୱ ହରାଇ ବସୁଛି I କିଛି ବେଳାଭୂମି ତଥା ଅଭୟାରଣ୍ୟ ମଧ୍ୟରେ ଅସ୍ଥାୟୀ ଇକୋ ରିଟ୍ରିଟ କରି ପ୍ରଚାର ପ୍ରସାର କରିବା ଅପେକ୍ଷା ଅବହେଳିତ କ୍ଷେତ୍ରର ଉନ୍ନତି କରି ସେଠାରେ ସମସ୍ତ ପ୍ରକାର ବ୍ୟବସ୍ଥା କଲେ, ରାଜ୍ୟର ସମସ୍ତ ପର୍ଯ୍ୟଟନ କ୍ଷେତ୍ର ଦେଶ ମାନଚିତ୍ରରେ ଆଗମୀଦିନରେ ସାମିଲ ହୋଇ ପାରିବ I ପ୍ରାକୃତିକ ସମ୍ପଦରେ ମାଲେମାଲ ହେଉଥିବା ଶିଳ୍ପ ସଂସ୍ଥା ମାନେ ମଧ୍ୟ ଶିଳ୍ପାନୁଷ୍ଠାନ ଥିବା ସହରର ହାତଗଣତି ରିପେୟାର ଓ ମେଣ୍ଟାଇନାନ୍ସ କରି ଅବିଭକ୍ତ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ଦିଗରେ ଅବହେଳା କରିଚାଲିଛନ୍ତି I ଜିଲ୍ଲାର ଥିବା ଅଧିକାରୀ ମାନେ ମଧ୍ୟ କେବଳ କିଛି ଲୋକ ସଂସ୍କୃତି ପର୍ବ ପର୍ବାଣି କରି କାମ ସାରି ଦେଉଥିବା ବେଳେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପ୍ରୋଜେକ୍ଟ ମ୍ୟାପ ତିଆରି କରିବାରେ ଫେଲ ମାରୁଛନ୍ତି, ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ କେବଳ ଯେ ସାମାଜିକ ଓ ଅର୍ଥନୈତିକ ବିକାଶ କରିବା ତାହା ନୁହେଁ ରାଜ୍ୟରେ ହଜାର ହଜାର ଯୁବକ ଯୁବତୀ ସ୍ଥାୟୀ ରୋଜଗାର କରିବେ, ଦେଶରେ ପର୍ଯ୍ୟଟନ କ୍ଷେତ୍ରର ମାନଚିତ୍ରରେ ଓଡ଼ିଶାର ନାଁ ସ୍ୱତନ୍ତ୍ର ରହିବ, ତେଣୁ ସମସ୍ତେ ଏଦିଗରେ ସ୍ୱତନ୍ତ୍ର ଧ୍ୟାନ ଦେବା ସମୟ ଆସିଛି I

Related Articles

Leave a Reply

Your email address will not be published. Required fields are marked *

Back to top button