ରାଜ୍ୟ

ରାଷ୍ଟ୍ରପତିଙ୍କଠୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କଲେ ଚାଟଶାଳୀ ଶିକ୍ଷକ ନନ୍ଦକିଶୋର

IBN ଓଡିଶା
(ରିପୋର୍ଟ-ରେଣୁବାଳା ଦାସ)
ଯାଜପୁର: ଯାଜପୁର ପାଇଁ ଗର୍ବ ଆଣିଲେ ନନ୍ଦ ସାର୍। ଚାଟଶାଳୀ ଶିକ୍ଷକ ନନ୍ଦ କିଶୋର ପୃଷ୍ଟିଙ୍କୁ ମିଳିଲା ପଦ୍ମଶ୍ରୀ ପୁରସ୍କାର।ନନ୍ଦ ସାରଙ୍କୁ ଆଜି (ମଙ୍ଗଳବାର) ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କନ୍ତିରା ଗ୍ରାମରେ ରହୁଥିବା 102 ବର୍ଷୀୟ ନନ୍ଦ ପୃଷ୍ଟି ସମଗ୍ର ଦେଶରେ ଚାଟଶାଳୀ ଶିକ୍ଷକ ଭାବେ ପରିଚିତ ଏବଂ ଦୀର୍ଘ 82 ବର୍ଷ ଧରି ସେ ମାଗଣାରେ ଶିକ୍ଷାଦାନ କରିଆସିଛନ୍ତି। ତାଙ୍କ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । କେନ୍ଦ୍ର ସରକାର ଏହା ଉପରେ ବିଚାର କରି ନନ୍ଦ ସାରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଘୋଷଣା କରିଥିଲେ । ଏହାସହ ପଲ୍ଲୀରୁ ଦିଲ୍ଲୀରେ ପହଁଚିଥିବା ପଦ୍ମଶ୍ରୀ ନନ୍ଦ ପୃଷ୍ଟିଙ୍କ ଜୀବନିକୁ ନେଇ ଅଭିସ୍ମିତା ଫିଲ୍ମ ପକ୍ଷରୁ ଏକ ଫିଲ୍ମ ନିର୍ମାଣ କରାଯାଉଛି । ତେବେ ଆସନ୍ତା ୧୨ ତାରିଖରେ ନନ୍ଦ ପୃଷ୍ଟି ଓଡ଼ିଶା ଫେରିବେ ବୋଲି ଜଣାପଡିଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button