ରାଜ୍ୟ

ଟ୍ରେନ୍‌ରେ କଟି ଯୁବକଙ୍କ ମୃତ୍ୟୁ – Ibnodisha

[ad_1]

ବେତନଟୀ ସଦର: ବାଙ୍ଗିରିପୋଷି-ରୂପସା ରେଳ ଧାରଣରେ ବୈଶିଙ୍ଗା ଥାନା ଅଧୀନ ଅଙ୍ଗାରଗଡ଼ିଆ ନିକଟରେ ବୁଧବାର ବିଳମ୍ବିତ ସନ୍ଧ୍ୟା ସମୟରେ ଜନୈକ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ମିଥୁନ ମାରାଣ୍ଡି (୩୫)।

ସୂଚନା ଅନୁସାରେ ଆମ୍ବଗଡ଼ିଆ ଗ୍ରାମପଞ୍ଚାୟତ ଅଧୀନ ଅଙ୍ଗାରଗଡିଆ ଗ୍ରାମର ବାଦଲ ମାରାଣ୍ଡିଙ୍କ ପୁଅ ମିଥୁନ ମାରାଣ୍ଡି ଆଜି ସନ୍ଧ୍ୟା ସମୟରେ କୌଣସି କାରଣରୁ ଅଙ୍ଗାରଗଡ଼ିଆ ବାଙ୍ଗିରିପୋଷି-ରୂପସା ଡିଏମୟୂ ଟ୍ରେନ ସାମ୍ନାକୁ ଚାଲି ଆସିଥିଲେ। କିନ୍ତୁ କେମିତି ଦୁର୍ଘଟଣାର ଶିକାର ହେଲେ ସେନେଇ ସଠିକ କାରଣ ଜଣାପଡିନି। ଦୁର୍ଘଟଣା ପରେ ଲୋକ ପାଇଲଟ ଟ୍ରେନ୍ ଟିକୁ ଅଟକାଇବା ସହିତ ତଳକୁ ଓହ୍ଲାଇ ବାଲେଶ୍ଵର ରେଳବାଇ ପୁଲିସକୁ ଖବର ଦେଇଥିଲେ। ରେଳବାଇ ପୁଲିସ୍ ଖବର ପାଇ ଘଟଣାସ୍ଥଳରୁ ମୃତଦେହକୁ ବାଲେଶ୍ଵର ରେଳବାଇ ଥାନାକୁ ନେବା ସହିତ ତଦନ୍ତ ଚଳାଇଥିବା ଜଣାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button