ମନୋରଞ୍ଜନ

ଓଏମଜି-୨ରେ ଅଭିନୟ କରି ମଧ୍ୟ ଏହି କାରଣରୁ ଫିଲ୍ମ ଦେଖିପାରିଲେନି ଆରୁଷ – Ibnodisha

[ad_1]

ମୁମ୍ବାଇ: ଅଗଷ୍ଟ ୧୧ରେ ରିଲିଜ୍ ହୋଇଥିଲା ଫିଲ୍ମ ଓଏମଜି-୨। ଗଦର-୨ ସହ ଟକ୍କର ଦେଇ ବକ୍ସ ଅଫିସରେ ଏବେ ବି ଏହି ଫିଲ୍ମ ତିଷ୍ଠି ରହିଥିବା ସହ ୯ମ ଦିନରେ ୧୦୦କୋଟି କ୍ଲବରେ ସାମିଲ ହୋଇଛି। ଏମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଫିଲ୍ମରେ ପଙ୍କଜ ତ୍ରିପାଠୀଙ୍କ ପୁଅ ଭୂମିକାରେ ଅଭିନୟ କରିଥିବା ଆରୁଷ ବର୍ମା ଏପର୍ଯ୍ୟନ୍ତ ପ୍ରେକ୍ଷାଳୟ ଯାଇ ଫିଲ୍ମ ଦେଖିନାହାନ୍ତି।

ଫିଲ୍ମରେ କାମ କରି ମଧ୍ୟ ଆରୁଷ ଫିଲ୍ମ ଦେଖିନପାରିବାଟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଫିଲ୍ମକୁ ଏ ସାର୍ଟିଫିକେଟ ମିଳିଥିବାରୁ ଏହାକୁ କେବଳ ୧୮ବର୍ଷରୁ ଉର୍ଦ୍ଧ୍ବ ପିଲାମାନେ ଦେଖିପାରିବେ। ଆରୁଷ ଏପର୍ଯ୍ୟନ୍ତ ୧୮ବର୍ଷର ହୋଇନଥିବାରୁ ସେ ଏହି ଫିଲ୍ମ ଦେଖିପାରିନଥିବା କହିଛନ୍ତି।

ଆରୁଷଙ୍କ ଅନୁଯାୟୀ, ଓଏମଜି-୨ ମୋର ପ୍ରଥମ ଚଳଚ୍ଚିତ୍ର ହୋଇଥିବାରୁ ମୁଁ ନିଜକୁ ବଡ ପରଦାରେ ଦେଖିବାକୁ ଚାହୁଁଥିଲି। ତେବେ ଫିଲ୍ମକୁ ଏ ସାର୍ଟିଫିକେଟ୍ ମିଳିବା ହେତୁ ମୁଁ ଥିଏଟରକୁ ଯାଇପାରିଲି ନାହିଁ। ଫିଲ୍ମ ପାଇଁ ମୋ ପରିବାର ଓ ବନ୍ଧୁମାନେ ବହୁତ ଉତ୍ସାହିତ ଥିଲେ। ହେଲେ ଏ ସାର୍ଟିଫିକେଟ୍ ମିଳିବା ପରେ ମୁଁ ଦୁଃଖୀ ହୋଇଯାଇଥିଲି। ଯଦି ଆପଣ ଏହି ଚଳଚ୍ଚିତ୍ର ଦେଖିବେ, ତେବେ ଏହା ବୁଝିଯିବେ ଯେ ଏହାର ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କୁ ଯୌନ ଶିକ୍ଷା ବିଷୟରେ ଜଣାଇବା ଏବଂ ସଚେତନ କରାଇବା। ଏପରି ଏକ ପ୍ରସଙ୍ଗକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି, ଯାହା ବିଷୟରେ ପିଲାମାନଙ୍କୁ ଶିକ୍ଷା ଦେବା ଆବଶ୍ୟକ। ଯଦି ଏଭଳି ଫିଲ୍ମକୁ ଏ ସାର୍ଟିଫିକେଟ ଦିଆଯାଏ, ତେବେ ଏହାକୁ ତିଆରି କରିବାର ମାନେ ହି କିଛି ନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button