ରାଜନୀତି

ସତ୍ୟବାଦୀରେ ୫ଟି ସଚିବଙ୍କୁ କାଳିମାଡ଼ ଘଟଣା ପରେ ଏମିତି ପରାମର୍ଶ ଦେଲେ ବିଜୟ ପଟ୍ଟନାୟକ – Ibnodisha

[ad_1]

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କୁ ଶନିବାର ଦିନ ପୁରୀ ଜିଲ୍ଲା ସତ୍ୟବାଦୀରେ କଣାସ ଅଞ୍ଚଳର ଜଣେ ଯୁବକ କାଳିମାଡ଼ କରିଛନ୍ତି। ଏହି ଘଟଣା ପରେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସିନିୟର ଅଫିସର ତଥା ବଡ଼ ଭାଇ ହିସାବରେ ପରାମର୍ଶ ଲଷ୍ମଣ ରେଖା ଭିତରେ ରହି କାମ କରନ୍ତୁ ବୋଲି ସେ କହିଛନ୍ତି। ସୀମା ଡ଼ିଅନ୍ତୁ ନାହିଁ କି କ୍ଷମତାକୁ ଦୁରୁପଯୋଗ କରନ୍ତୁ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ନା ନେଇ ରାଜନୈତିକ କାର୍ଯ୍ୟରୁ ବିରତ ରୁହନ୍ତୁ। ପାଣ୍ଡିଆନ ମହୋଦୟ ଓଡ଼ିଶାର ଚାରିଆଡ଼େ ବୁଲିବା ଏକ ଡ୍ରାମା। ଏହି ଡ୍ରାମାରେ ମୁଖ୍ୟମନ୍ତ୍ରୀ ବି ସାମିଲ ଅଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବିଭିନ୍ନ ସ୍ଥାନରେ ଲୋକଙ୍କୁ ପ୍ରୟୋଜିତ ଭାବେ ଆଣାଯାଉଛି। ଏଥିପାଇଁ ଅଫିସର ମାନଙ୍କୁ ଟାର୍ଗେଟ ଦିଆ ଯାଉଛି । ୫ଟି ସଚିବଙ୍କୁ ଦିଆ ଯାଉଥିବା ଅଭିଯୋଗ ପତ୍ର ପ୍ରକୃତ ଅଭିଯୋଗ ପତ୍ର ନୁହଁ। ଲୋକଙ୍କ ପାଖରେ ଲକ୍ଷ ଲକ୍ଷ ଅଭିଯୋଗ ଅଛି ଯାହାକୁ ଗ୍ରହଣ କରିବାକୁ କେହି ନାହାଁନ୍ତି। ଏବେ ଚାଲିଥିବା ପ୍ରହସନ ଭିତରୁ କାଲି(ଶନିବାର)ର ଘଟଣା ଏକ ଅଂଶ ବିବେଶ ହୋଇ ପାରେ।

ସୂଚନାଯୋଗ୍ୟ, ଗତକାଲି ସତ୍ୟବାଦୀରେ ୫-ଟି ସଚିବ ଭି କେ ପାଣ୍ଡିଆନ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ କାଳିମାଡ଼ ହୋଇଥିଲା। ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ କଲେଜ ପରିସରରେ ଆୟୋଜିତ ସଭାରେ ମହିଳାଙ୍କ ସହ ହାତ ମିଳାଉଥିବା ବେଳେ ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକ ବଡ଼ାଲ ପଞ୍ଚାୟତ ହରିପୁର ଗାଁର ଭାସ୍କର ସାହୁ ଉଭୟଙ୍କୁ କାଳିମାଡ଼ କରିଥିଲେ। ଭିଡ଼ ଭିତରୁ ଭାସ୍କର ତାଙ୍କ ଉପରକୁ ଏକ ପିଚକାରୀରେ କାଳିମାଡ଼ କରିଥିଲେ। କାଳି ସିଧାସଳଖ ୫-ଟି ସଚିବ ଓ ଜିଲ୍ଲାପାଳଙ୍କ ମୁହଁରେ ପଡ଼ିଥିଲା। ପୁଲିସ ଅଭିଯୁକ୍ତ ଭାସ୍କରକୁ ପଚରାଉଚରା ପରେ ଛାଡ଼ିଦେଇଥିଲା



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button