ମନୋରଞ୍ଜନ

 ‘ଗଦର ୨’ରେ ସନିଙ୍କୁ ଦେଖିବା ପରେ ମା’ ହେମା କହିଲେ ଏଭଳି କଥା… – Ibnodisha

[ad_1]

ମୁମ୍ବାଇ: ବଲିଉଡ ଅଭିନେତ‌ା ସନି ଦେଓଲଙ୍କ ‘ଗଦର ୨’ ବକ୍ସ ଅଫିସରେ ଜବରଦସ୍ତ ଆୟ କରିଛି। ଫିଲ୍ମ ୯ ଦିନରେ ୩୩୬.୧୩ କୋଟି ଟଙ୍କା ସଂଗ୍ରହ କରିଛି ବୋଲି ପ୍ରକାଶିତ ରିପ‌ୋର୍ଟରୁ ଜଣାପଡ଼ିଛି।

‘ଗଦର-୨’ରେ କାମ କରୁଥିବା ପ୍ରତିଟି କଳାକାରଙ୍କ ପରିବାର ଏହି ସିନେମାକୁ ନେଇ ବେଶ ଖୁସି ଅଛନ୍ତି। ଏହି କ୍ରମରେ ଅଭିନେତ୍ରୀ ହେମା ମାଳିନୀ ବି ‘ଗଦର-୨’ ଦେଖି ସାରିଲେଣି।

ପୁଅର ଫିଲ୍ମ ଦେଖିବା ପରେ ଥିଏଟରରୁ ବାହାରି ହେମା କହିଛନ୍ତି,‘ ‘ଗଦର ୨’ ଦେଖିଲି। ବହୁତ ଭଲ ଲାଗିଲା। ଯେପରି ଆଶା କରାଯାଉଥିଲା ସେପରି ହୋଇଛି। ବହୁତ ଚିତ୍ତାକର୍ଷକ ସିନେମା। ୮୦ଦଶକର ସିନେମା ପରି ଲାଗୁଛି। ଦର୍ଶକ ଏହାକୁ ବେଶ ପସନ୍ଦ ବି କରୁଛନ୍ତି।

ଅନିଲ ଶର୍ମା ଜୀ ବହୁତ ସୁନ୍ଦର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ଭାରତ ଏବଂ ପାକିସ୍ତାନ ପାଇଁ ଏକ ଭଲ ବାର୍ତ୍ତା ରହିଛି। ୨୨ବର୍ଷ ପରେ ସନି ଓ ଅମିଷାଙ୍କ ଯୋଡ଼ି ପୂର୍ବଭଳି ହିଟ ରହିଛି। ଦୁହେଁ ‘ଗଦର ୨’ରେ ଖୁବ ସୁନ୍ଦର ଅଭିନୟ କରିଛନ୍ତି। ଦୁହିଁଙ୍କ ଅଭିନୟ ପ୍ରଂଶସନୀୟ। ଏହି ସିନେମାର ପ୍ରତିଟି କଳାକାରଙ୍କୁ ମୋର ସ୍ନେହ ଓ ଆର୍ଶୀବାଦ ରହିଛି।

ହେମା ମାଳିନୀ ହେଉଛନ୍ତି ଧର୍ମେନ୍ଦ୍ରଙ୍କ ଦ୍ୱିତୀୟ ସ୍ତ୍ରୀ ଏବଂ ଧର୍ମେନ୍ଦ୍ରଙ୍କ ପ୍ରଥମ ସ୍ତ୍ରୀଙ୍କ ସନ୍ତାନ ହେଉଛନ୍ତି ସନ୍ନି ଦେଓଲ ଏବଂ ବବି ଦେଓଲ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button