ରାଜ୍ୟ

ବିଜେଡିରେ ମିଶିଲେ ବିଜୟଙ୍କ ପୁଅ ଅରବିନ୍ଦ – Ibnodisha

[ad_1]

ଭୁବନେଶ୍ୱର : ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ନବୀନ ନିବାସରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଧିବଦ୍ଧ ଭାବେ ବିଜେଡିରେ ସାମିଲ୍‌ ହୋଇଛନ୍ତି । ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅରବିନ୍ଦ ଶଙ୍ଖ ଧରିଛନ୍ତି । ତେବେ ପ୍ରତାପ ଦେବ, ଅତନୁ ନାୟକ, ଅଂଶୁମାନ ମହାନ୍ତି ପ୍ରମୁଖ ଉପସ୍ଥିତ ଅଛନ୍ତି ।  ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜୟ ବିଜେପି ରାଜନୀତିରୁ ନିଜକୁ ଦୂରେଇ ରଖିଥିଲେ। ପୁଅ ଅରବିନ୍ଦଙ୍କୁ ଗଲା ପ୍ରାୟ ଦୁଇ ବର୍ଷ ହେବ ପାଟକୁରା ନିର୍ବାଚନ ମଣ୍ତଳୀରେ ସକ୍ରିୟ ଭାବେ ବୁଲାବୁଲି କରୁଥିବା ଲକ୍ଷ୍ୟ କରାଯାଇଥିଲା। ଗଣମାଧୢମ ଆଗରେ ମଧୢ ସେ ଏକାଧିକବାର ଆଗକୁ ରାଜନୀତି କରିବେ ବୋଲି ସ୍ପଷ୍ଟ କରିଥିଲେ ବି କେଉଁ ଦଳରୁ ପ୍ରଶ୍ନ ହେଲେ ଅପେକ୍ଷା କରିବାକୁ କହୁଥିଲେ। ସେବେଠୁ ଅରବିନ୍ଦ ବିଜେଡିରେ ସାମିଲ୍‌ ହେବାନେଇ ଚର୍ଚ୍ଚା ହେଉଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button