ରାଜ୍ୟ

ଟଙ୍କା ମାଗିବାରୁ ଜାଳିଦେଲେ ଦୋକାନଘର – Ibnodisha

[ad_1]

ଖୋର୍ଦ୍ଧା : ବାକିରେ ଗ୍ରୋସରୀ ନେଇଥିଲେ। ଟଙ୍କା ମାଗିବାରୁ ଦୋକାନ ଜାଳିଦେଲେ। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଥାନା ଅନ୍ତର୍ଗତ ମହୁଲ ବଜାରରେ। ନିଆଁରେ ଦୋକାନ ଘରଟି ଜଳିପୋଡ଼ି ପାଉଁଶ ହୋଇଯାଇଛି। ମହୁଲ ବଜାରରେ ବୃନ୍ଦାବନ ସାହୁଙ୍କ ଗ୍ରୋସରୀ ଦୋକାନରୁ ମଧୁପୁର ଗ୍ରାମର ସଦା ସ୍ୱାଇଁ ୧୨୫ ଟଙ୍କାର ଗ୍ରୋସରୀ ବାକିରେ ନେଇଥିଲେ। କିଛିଦିନ ଗଲା ପରେ ବୃନ୍ଦାବନ ସଦାଙ୍କୁ ବାକି ଟଙ୍କା ମାଗିଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା। ମଙ୍ଗଳବାର ରାତିରେ ସଦା ବୃନ୍ଦାବନଙ୍କ ଦୋକାନରେ ନିଆଁ ଲଗା‌ଇ ଦେଇଥିଲେ। ଏହାର ଭିଡିଓ ସିସିଟିଭିରେ ରେକର୍ଡ କରାଯାଇଥିଲା। ସିସିଟିଭିକୁ ଆଧାର କରି ଗ୍ରାମବାସୀ ସଦାଙ୍କୁ ପୁଲିସ ଜିମାରେ ଦେଇଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button