ଅପରାଧ

ନାବାଳିକାକୁ ବ୍ଲାକ୍‌ମେଲିଂ: ୩ ଗିରଫ – Ibnodisha

[ad_1]

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀର ଆପତ୍ତିଜନକ ଭିଡିଓ ପ୍ରଘଟ କରିବା ଅଭିଯୋଗରେ ସ୍ଥାନୀୟ ପୁଲିସ ୨ ନାବାଳକଙ୍କୁ ଅଟକ ରଖିଥିବା ବେଳେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣାକୁ ନେଇ ଅଭିଭାବକ ଚିନ୍ତିତ ହୋଇପଡ଼ିଛନ୍ତି । ନିଶ୍ଚିନ୍ତକୋଇଲି ବ୍ଲକ ବଡକ୍ଷୀର ଗ୍ରାମର ଜଣେ ସପ୍ତମଶ୍ରେଣୀ ଛାତ୍ରୀକୁ ସ୍ଥାନୀୟ ଅଞ୍ଚଳର କେତେକ ଅସାମାଜିକ ଯୁବକ ଯୋଜନାବଦ୍ଧ ଭାବେ ବ୍ଲାକ୍‌ମେଲିଂ କରିଆସୁଥିଲେ । ନାବାଳିକାର ସରଳତାର ସୁଯୋଗ ନେଇ ସମ୍ପୃକ୍ତ ଅସାମାଜିକ ଯୁବକମାନେ ଆପତ୍ତିଜନକ ଭିଡିଓ ମୋବାଇଲ ଯୋଗେ ଉତ୍ତୋଳନ କରିଥିଲେ ।

ଅଭିଯୁକ୍ତମାନେ ନାବାଳିକାର ଅଶ୍ଳୀଳ ଫଟୋକୁ ମଧ୍ୟ ସାମାଜିକ ଗଣମାଧ୍ୟମରେ ପ୍ରଘଟ କରିବାକୁ ପଛାଇ ନଥିଲେ । ଏ ସମ୍ପର୍କରେ ତାଙ୍କର ଅଶ୍ଳୀଳ ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲିବାରୁ ଏହା ତାଙ୍କ ପରିବାର ନଜରକୁ ଆସିଥିଲା । ଲୋକ ଲଜ୍ୟାକୁ ସହିନପାରି ଏବଂ ଅଭିଯୁକ୍ତମାନଙ୍କୁ ଉପଯୁକ୍ତ ଦଣ୍ଡ ଦେବା ନିମନ୍ତେ ତାଙ୍କ ପରିବାର ତରଫରୁ ଅବଶେଷରେ ନିଶ୍ଚିନ୍ତକୋଇଲି ଥାନାରେ ଗତକାଲି ରାତ୍ରିରେ ତାଙ୍କର ପିତା ଲିଖିତ ଅଭିଯୋଗ କରିଥିଲେ ।

ଆଇଆଇସି ଯୁଗଳ କିଶୋର ଦାସ ଅଭିଯୁକ୍ତମାନଙ୍କ ଘର ଉପରେ ଅତର୍କିତ ଭାବେ ଚଢାଉ କରି ସମ୍ପୃକ୍ତ ଥିବା ୨ ନାବାଳକଙ୍କୁ ଉଠାଇ ଆଣି ଆଜି କଟକ ଜୁଭେନାଇଲ କୋର୍ଟରେ ହାଜର କରିଛି । ଅପରପକ୍ଷରେ ଏହି ଘଟଣାରେ ସମ୍ପୃକ୍ତ ସର୍ବଶ୍ରୀ ସନ୍ତୋଷ ମଲିକ(୨୦), ଶଶିକାନ୍ତ ମଲିକ(୧୯) ଓ ଅମରେନ୍ଦ୍ର ମଲିକ(୨୪)ଙ୍କୁ ଗିରଫ କରିଛନ୍ତି । ଆସନ୍ତାକାଲି ଏହି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଶ୍ରୀ ଦାସ ସୂଚନା ଦେଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button