ରାଜ୍ୟ

ଗଡ଼ୁଥିଲା ବସ୍‌, ହୃଦଘାତରେ ଟଳି ପଡ଼ିଲେ ଡ୍ରାଇଭର

ବୁଧବାର ଦିନ ୧୧ଟାରେ ଘଟିଛି ଏକ ଅଭାବନୀୟ ଘଟଣା । ୪୦ ବର୍ଷୀୟ କିରଣ କୁମାର ବେଙ୍ଗାଲୁରୁ ନେଲାମଙ୍ଗଳାରୁ ଦାସନପୁରାକୁ ବସ୍ ନେଇ ଯାଉଥିଲେ । ବିଚ୍ ରାସ୍ତାରେ ସେ ଗାଡ଼ି ନେଇ ଯାଉଥିବା ବେଳେ ହଠାତ୍ ତାଙ୍କର ହାର୍ଟଆଟାକ୍ ହୋଇଥିଲା । ହାର୍ଟଆଟାକ୍ ହେବାରୁ ସେ ଛାତିକୁ ଧରି ନିଜ ବାମପଟକୁ ପଡ଼ି ଯାଇଥିଲେ। ଡ୍ରାଇଭରଙ୍କୁ ହୃଦଘାତ ହେବାରୁ ବସ୍ଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ।

ଏହି ସମୟରେ ଗାଡ଼ିଟି ବିଏମଟିସିର ଆଉ ଏକ ବସ୍ରେ ଘଷି ହୋଇଯାଇଥିଲା। ତେବେ ବସ୍ର କଣ୍ଡକ୍ଟର ଉପସ୍ଥିତି ବୁଦ୍ଧି ଖଟାଇ ସିଧା ଡ୍ରାଇଭର ସିଟ୍କୁ ଜମ୍ପ ମାରିଥିଲେ ଓ ବ୍ରେକ୍ ଦେଇ ଗାଡ଼ି ରୋକିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button