ଦେଶ

ନୂଆଦିଲ୍ଲୀ ଘୋଷଣାନାମା ପାଇଁ ସାଂଘାତିକ କସରତ: ୨୦୦ ଘଣ୍ଟାର ଆଲୋଚନା ୩୦୦ ଦ୍ବିପାକ୍ଷିକ ବୈଠକ – Ibnodisha

[ad_1]

ନୂଆଦିଲ୍ଲୀ: ଜି ୨୦ ସମ୍ମିଳନୀର ଘୋଷଣାନାମାରେ ସହମତି ହାସଲ ଲାଗି ଭାରତକୁ ବହୁମାତ୍ରାରେ କସରତ କରିବାକୁ ପଡ଼ିଛି। ୟୁକ୍ରେନ ପ୍ରସଙ୍ଗରେ ସହମତି ଆଣି ନୂଆଦିଲ୍ଲୀ ଘୋଷଣାନାମା ପ୍ରସ୍ତୁତ କରିବା ଲାଗି ୨୦୦ ଘଣ୍ଟାର ଅବିରତ ଆଲୋଚନା, ୩୦୦ ଦ୍ବିପାକ୍ଷିକ ବୈଠକ ଏବଂ ୧୫ଟି ଚିଠା ପ୍ରସ୍ତାବ ପ୍ରସ୍ତୁତ କରିବାକୁ ପଡ଼ିଛି। ଭାରତର ଜି ୨୦ ସେର୍ପା ଅମିତାଭ କାନ୍ତ ଏହି ସୂଚନା ଦେବା ସହିତ ସମ୍ମିଳନୀରେ ଅକ୍ଳାନ୍ତ ପରିଶ୍ରମ କରିଥିବାରୁ ସେ ତାଙ୍କ ଟିମ୍‌ର ଦୁଇ ସଦସ୍ୟଙ୍କ ପ୍ରଶଂସା କରିଛନ୍ତି। ଜି ୨୦ର ସବୁଠୁ ଜଟିଳ ଅଂଶ ଥିଲା ଭୌଗୋଳିକ ରାଜନୈତିକ ବା ରୁଷ-ୟୁକ୍ରେନ ପ୍ରସଙ୍ଗ। ଏଥିପାଇଁ ୨୦୦ ଘଣ୍ଟାରୁ ଅଧିକ ସମୟର ଅବିରତ ଆଲୋଚନା, ୩୦୦ ଦ୍ବିପାକ୍ଷିକ ବୈଠକ ଏବଂ ୧୫ଟି ଚିଠା ପ୍ରସ୍ତାବ ପ୍ରସ୍ତୁତ କରିବାକୁ ପଡ଼ିଥିଲା।

ଦୁଇଜଣ ବିଚକ୍ଷଣ ଅଧିକାରୀ ନାଗ ନାଇଡୁ ଏବଂ ଇନାମ ଗମ୍ଭୀରଙ୍କ ଦ୍ବାରା ସେ ଏ କ୍ଷେତ୍ରରେ ବିଶେଷଭାବେ ସହଯୋଗ ପାଇଛନ୍ତି ବୋଲି ଶ୍ରୀ କାନ୍ତ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ରୁଷ-ୟୁକ୍ରେନ ସଂଘର୍ଷ ଏବଂ ଜଳବାୟୁ ପରିବର୍ତ୍ତନକୁ ରୋକିବା ପ୍ରସଙ୍ଗରେ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ମତପାର୍ଥକ୍ୟ ଥିବାରୁ ନୂଆଦିଲ୍ଲୀ ଘୋଷଣାନାମାରେ ସହମତି ହାସଲ କରିବା ଭାରତ ପାଇଁ ବଡ଼ ଆହ୍ବାନ ସଦୃଶ ଥିଲା। ତେବେ ଏହି ଘୋଷଣାନମା ଗୃହୀତ ହେବା ପରେ ଗତକାଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ମୁଁ ଏକ ଭଲ ଖବର ପାଇଛି। ଆମ ଟିମ୍‌ର କଠିନ ପରିଶ୍ରମ ଫଳରେ ନୂଆଦିଲ୍ଲୀ ଜି ୨୦ ନେତୃବୃନ୍ଦ ସମ୍ମିଳନୀରେ ସହମତି ହାସଲ ହୋଇପାରିଛି। ନେତୃବୃନ୍ଦଙ୍କ ଘୋଷଣାନାମାକୁ ଗୃହୀତ କରିବା ପାଇଁ ମୁଁ ପ୍ରସ୍ତାବ ଦେଉଛି। ଏହି ଅବସରରେ କଠିନ ପରିଶ୍ରମ କରି ରାଜିନାମାକୁ ସଫଳ କରିଥିବା ସେର୍ପା ଓ ମନ୍ତ୍ରୀମାନଙ୍କୁ ମୋଦୀ ଅଭିନନ୍ଦନ ଜଣାଇଥିଲେ।

ଏକ ସାମ୍ବାଦିକ ସମ୍ମିଳନୀରେ ଭାରତର ସେର୍ପା ଶ୍ରୀ କାନ୍ତ କହିଛନ୍ତି, ଯେତେବେଳେ ଆମର ସଭାପତିତ୍ବ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଭାରତର ସଭାପତିତ୍ବ ସମାବେଶୀ, ନିର୍ଣ୍ଣାୟକ ଏବଂ କାର୍ଯ୍ୟ ଅଭିମୁଖୀ ହେବା ଉଚିତ। ନୂଆଦିଲ୍ଲୀ ଘୋଷଣାନାମାରେ ମୋଟ ୮୩ଟି ପରିଚ୍ଛେଦ ରହିଛି। ସମସ୍ତ ୮୩ଟି ପରିଚ୍ଛେଦରେ ସବୁ ଦେଶର ଶତ ପ୍ରତିଶତ ସହମତି ରହିଛି। ଭୌଗୋଳିକ ରାଜନୈତିକ ପ୍ରସଙ୍ଗରେ ୮ଟି ପରିଚ୍ଛେଦ ରହିଛି। ଏଥିରେ ମଧ୍ୟ ଶତ ପ୍ରତିଶତ ସହମତି ମିଳିଛି। ଜି ୨୦ ଘୋଷଣାନାମାରେ ସହମତି ପାଇଁ ସେର୍ପା ଶ୍ରୀ କାନ୍ତଙ୍କୁ କଂଗ୍ରେସ ‌‌ନେତା ଶଶୀ ଥରୁରଙ୍କ ଠାରୁ ଆରମ୍ଭ କରି ଅନ୍ୟମାନେ ମଧ୍ୟ ପ୍ରଶଂସା କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button