ଦେଶ
ସଡ଼କ ଦୁର୍ଘଟଣାରେ ଚାଲିଗଲା ଶ୍ରୀଲଙ୍କା ମନ୍ତ୍ରୀ ସନାଥ ନିଶାନ୍ତଙ୍କ ଜୀବନ – Ibnodisha

[ad_1]
କଲମ୍ବୋ: ସଡକ ଦୁର୍ଘଟଣାରେ ଶ୍ରୀଲଙ୍କା ରାଜ୍ୟ ମନ୍ତ୍ରୀ ସନଥ ନିଶାନ୍ତଙ୍କ ମୃତ୍ୟୁ ଘଟିଛି । ତାଙ୍କ ସହ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ପୋଲିସ ଅଧିକାରୀଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡିଛି । କଲମ୍ବୋ-କାଟୁନାଏକେ ଏକ୍ସପ୍ରେସୱେରେ ଏହି ଦୁର୍ଘଟଣା ଘଟିଛି । ଏ ନେଇ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଡେଲି ମିରର୍ ରିପୋର୍ଟ ମୁତାବକ, ନିଶାନ୍ତ, ତାଙ୍କ ସୁରକ୍ଷା ଅଧିକାରୀ ଏବଂ ଡ୍ରାଇଭରକୁ ନେଇ ଯାଉଥିବା ଜିପ୍ ଏକ କଣ୍ଟେନର ଗାଡିକୁ ଧକ୍କା ଦେଇଥିଲା। ଜିପ୍ ଟି କାଟୁନାଏକେରୁ କଲମ୍ବୋ ଅଭିମୁଖେ ଯାତ୍ରା କରୁଥିଲା। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ରାଗାମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସିତ ଅବସ୍ଥାରେ ନିଶାନ୍ତ ଏବଂ ପୋଲିସ କନଷ୍ଟେବଳ ଜୟକୋଡିଙ୍କ ମୃତ୍ୟୁ ବରଣ କରିଥିଲେ। ଜିପ ଡ୍ରାଇଭର ରାଗାମା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପୋଲିସ କହିଛି।
[ad_2]




