ଦେଶ

ଟ୍ରମ୍ପ୍‌ଙ୍କୁ ୮୩.୩ ମିଲିଅନ୍ ଡଲାର ଅର୍ଥଦଣ୍ଡ – Ibnodisha

[ad_1]

ୱାଶିଂଟନ୍‌:  ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ୮୩.୩ ମିଲିଅନ୍ ଡଲାରର ଏକ ଜୋରଦାର ଝଟ୍‌କା ଲାଗିଛି । ନ୍ୟୁୟର୍କର ଏକ ଜୁରି କୋର୍ଟ ଏକ ମାନହାନୀ ମୋକଦ୍ଦମା ମାମଲାର ଶୁଣାଣି କରିବା ପୂର୍ବକ ଟ୍ରମ୍ପ୍‌ଙ୍କୁ ଏହି ପରିମାଣର ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ରିପୋର୍ଟ ଅନୁସାରେ ଆମେରିକାର ପ୍ରଖ୍ୟାତ ଲେଖିକା, ସ୍ତମ୍ବକାର ବୟୋଜ୍ୟେଷ୍ଠ ଇ-ଜିନ୍‌-କାରୋଲ୍‌, ଟ୍ରମ୍ପ୍‌ଙ୍କ ବିରୋଧରେ ଶାରୀରିକ ଶୋଷଣର ଅଭିଯୋଗ ଆଣିଥିଲେ ।

୧୯୯୬ରେ ନ୍ୟୂୟର୍କର ଏକ ବିଭାଗୀୟ ଷ୍ଟୋର ଡ୍ରେସିଂ ରୁମ୍ ଭିତରେ ଟ୍ରମ୍ପ୍ ତାଙ୍କ ସହ ଜୋରଜବରଦସ୍ତି କରିଥିବା କାରୋଲ୍ ନିଜର ଏକ ପୁସ୍ତକରେ ଉଲ୍ଲେଖ କରିଥିଲେ । କିନ୍ତୁ ସେତେବେଳେ ସେ ଭୟରେ ଏସମ୍ପର୍କରେ କିଛି କହିପାରିନଥିଲେ ବୋଲି ମଧ୍ୟ ପୁସ୍ତକରେ ଦର୍ଶାଇଥିଲେ । ତେବେ ଟ୍ରମ୍ପ୍ ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲେ । ସେ ନିଜ ଜୀବନରେ କେବେ  କାରୋଲ୍‌ଙ୍କୁ ଭେଟିନଥିବା କହିଥିଲେ । କାରୋଲ୍ ନିଜ ଲିଖିତ ପୁସ୍ତକର ବିକ୍ରି ବୃଦ୍ଧି କରିବା ପାଇଁ ଏପ୍ରକାର ଅଭିଯୋଗ କରିଥିବା ଟ୍ରମ୍ପ୍ ଦର୍ଶାଇଥିଲେ ।

କିନ୍ତୁ ଜୁରି କୋର୍ଟ ଟ୍ରମ୍ପ୍‌ଙ୍କ ଯୁକ୍ତିକୁ ଖାରଜ କରିବା ସହ ତାଙ୍କୁ ୮୩.୩ ମିଲିଅନ ଡଲାର ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ଅର୍ଥ ମଧ୍ୟରୁ ୧୮.୩ ନିୟୁତ ଡଲାର କାରୋଲ୍‌ଙ୍କୁ କ୍ଷତିପୂରଣ ଦିଆଯିବ ଏବଂ ବାକି ୬୫ ମିଲିଅନ୍ ଡଲାର ଦଣ୍ଡବିଧାନ କ୍ଷତିପୂରଣ ବାବଦ ଜମା କରାଯିବ । ଜୁରି କୋର୍ଟଙ୍କ ନିର୍ଦ୍ଦେଶକୁ ତୀବ୍ର ସମାଲୋଚନା କରିଛନ୍ତି ଟ୍ରମ୍ପ୍ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button