ଦେଶ

ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼; ୯ ପାକିସ୍ତାନୀ ମୃତ – Ibnodisha

[ad_1]

ତେହେରାନ: ଦକ୍ଷିଣ ପୂର୍ବ ଇରାନ ସୀମାରେ ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼ । ୯ ଜଣ ପାକିସ୍ତାନ ନାଗରିକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି । ଏନେଇ ଇରାନର ରାଜଧାନୀ ତେହେରାନରେ ଥିବା ପାକିସ୍ତାନୀ ରାଷ୍ଟ୍ରଦୂତ ମହମ୍ମଦ ମୁଦାସିର ଟିପୁ କହିଛନ୍ତି, “ସରାଭନରେ ନଅ ଜଣ ପାକିସ୍ତାନୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଯାହା ଅତ୍ୟନ୍ତ ଦୁଃଖଦାୟକ । ଦୂତାବାସ ତରଫରୁ ସମସ୍ତ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ । ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଆମେ ଇରାନକୁ ଆହ୍ବାନ କରୁଛୁ । ଶନିବାର ଦିନ ସିଷ୍ଟାନ-ବେଲୁଚିସ୍ତାନ ପ୍ରୋଭିନ୍ସର ସରାଭନରେ ଆତତାୟୀ ଗୁଳିମାଡ ହୋଇଥିବା ଇରାନର ଏକ ଗଣମାଧ୍ୟମ ରିପୋର୍ଟ କରିଥିଲା ।

ଗୁଳିମାଡରେ ପାକିସ୍ତାନର ୯ଜଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ଚିହ୍ନଟ କରାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଥିଲା । ଏହି ଗୁଳିକାଣ୍ଡ ପାଇଁ କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀଙ୍କୁ ବର୍ତ୍ତମାନ ସୁଦ୍ଧା ଦାୟୀ କରାଯାଇନାହିଁ । ସିଷ୍ଟାନ-ବେଲୁଚିସ୍ତାନ ପ୍ରୋଭିନ୍ସର ଡେପୁଟି ଗଭର୍ଣ୍ଣର ଆଲିରେଜା ମାରହମତି କହିଛନ୍ତି ଯେ, ଗୁଳିକାଣ୍ଡରୁ ଯେଉଁ ମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସେମାନେ କହିଛନ୍ତି, ତିନି ଜଣ ଦୁର୍ବୃତ୍ତ ହାତରେ ବନ୍ଧୁକ ଧରି ଘରେ ପ୍ରବେଶ କରିବା ପରେ ବିଦେଶୀମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳିକାଣ୍ଡ ଘଟାଇବାର କିଛି ସମୟ ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ସମସ୍ତ ମୃତକ ପାକିସ୍ତାନର ହୋଇଥିବା ବେଳେ ଏକ କାର ମରାମତି ଦୋକାନରେ ଶ୍ରମିକ ଭାବେ କାମ କରୁଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button