ଦେଶ

ଲୋକସଭା ନିର୍ବାଚନ; ୬ ଜିଲ୍ଲାରେ ପଡିଲାନି ଭୋଟ, ଜାଣନ୍ତୁ କାରଣ…. – Ibnodisha

[ad_1]

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଲୋକସଭା ଆସନରେ ଭୋଟ ଦେଉଛନ୍ତି ଜନତା । ଏହି କ୍ରମରେ ଆଜି ନାଗାଲାଣ୍ଡର ଗୋଟିଏ ଆସନ ପାଇଁ ନିର୍ବାଚନ ରହିଥିବା ବେଳେ ୬ଟି ଜିଲ୍ଲାରେ ମତଦାନ ଶୂନ ରହିଛି । ଭୋଟିଂକୁ ବୟକଟ କରି ଜଣେ ହେଲେବି ମତଦାନ କରିନାହାନ୍ତି । ଇଷ୍ଟର୍ଣ୍ଣ ନାଗାଲାଣ୍ଡକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରି ଭୋଟ ବର୍ଜନ କରାଯାଇଛି । ଇଷ୍ଟର୍ଣ୍ଣ ନାଗାଲାଣ୍ଡ ପିପୁଲ୍ସ ଅର୍ଗାନାଇଜେସନର ଡାକରା କ୍ରମେ ୬ଜିଲ୍ଲାବାସୀ ଭୋଟ ଦେଇନାହାନ୍ତି ।

୬ଟି ପଛୁଆ ଜିଲ୍ଲାକୁ ମିଶାଇ ଏକ ନୂଆ ରାଜ୍ୟ ଗଠନ କରିବା ପାଇଁ ୨୦୧୦ରୁ ଦାବି କରାଯାଉଥିବା ବେଳେ ଚଳିତ ଥର ଭୋଟ ବର୍ଜନ କରିଛନ୍ତି ।ଏକ ବୟାନରେ ବରିଷ୍ଠ ନିର୍ବାଚନ ଅଧିକାରୀ କହିଛନ୍ତି, “ଚଳିତ ନିର୍ବାଚନରେ ଇଷ୍ଟର୍ଣ୍ଣ ନାଗାଲାଣ୍ଡ ଅଧିବାସୀଙ୍କୁ ଭୋଟ ନଦେବା ପାଇଁ ସଂଗଠନ ପକ୍ଷରୁ କୁହାଯାଇଛି । ନିରପେକ୍ଷ ଭୋଟିଂ ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ପାଇଁ ଚେଷ୍ଟା କରାଯାଇଛି । ଏଥିପାଇଁ ( ଇଷ୍ଟର୍ଣ୍ଣ ନାଗାଲାଣ୍ଡ ପିପୁଲ୍ସ ଅର୍ଗାନାଇଜେସନ) କୁ ନିର୍ଦ୍ଦେଶ ଦିଆଯାଇଛି । ଇଣ୍ଡିଆନ ପେନାଲ କୋର୍ଡ ଧାରା ୧୭୧ଉ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯିବ ନାହିଁ । ଅପରପକ୍ଷେ ଇଷ୍ଟର୍ଣ୍ଣ ନାଗାଲାଣ୍ଡ ପକ୍ଷରୁ କୁହାଯାଇଛି, ଇଷ୍ଟର୍ଣ୍ଣ ନାଗାଲାଣ୍ଡରେ ଯେଉଁଭଳି ଭାବେ କୌଣସି ବିଶୃଙ୍ଖଳା ନହେବ ସେଥିପାଇଁ ବିଜ୍ଞପ୍ତି ପ୍ରକାଶ କରି ସମସ୍ତଙ୍କୁ ଅବଗତ କରାଯାଇଛି । ଇଷ୍ଟର୍ଣ୍ଣ ନାଗାଲାଣ୍ଡ ବର୍ତ୍ତମାନ ଜରୁରୀକାଳୀନ ପରିସ୍ଥିତି ମଧ୍ୟରେ ରହିଛି । ଅନେକ ଆଲୋଚନା ପରେ ଏହି ଘୋଷଣା କରାଯାଇଛି ।

ଆମେ କାହାରିକୁ ବାଧ୍ୟ କରିନାହୁଁ ବରଂ ଲୋକେ ଏହାକୁ ସ୍ୱଇଚ୍ଛାରେ ଗ୍ରହଣ କରିଛନ୍ତି । ୧୭୧ଉ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପ୍ରଯୁଜ୍ୟ ନୁହେଁ । ନିର୍ବାଚନ ଆୟୋଗ ସହ ସହଯୋଗ କରିବାକୁ ପ୍ରସ୍ତୁତ ରହିଛୁ । ଆମ ବିରୋଧରେ ଭୁଲ ବାଖ୍ୟା କରାଯାଇଛି । ମାର୍ଚ୍ଚ ୩୦ ତାରିଖରେ ୨୦ ଜଣ ବିଧାୟକ ଏବଂ ଅନ୍ୟାନ୍ୟ ସଂଗଠନ ସହିତ ଏକ ବୈଠକ କରିଥିଲା । ଏଥିରେ ଲୋକସଭା ନିର୍ବାଚନରୁ ନିବୃତ୍ତ ରହିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଇଷ୍ଟର୍ଣ୍ଣ ନାଗାଲାଣ୍ଡ ଏମଏଲଏ ଆସୋସିଏସନ ୨୦ ଜଣ ବିଧାୟକଙ୍କୁ ନେଇ ଗଠିତ । ଏହାପର ଦିନ ଏନ୍ପିଓ ନିର୍ବାଚନରେ ଭୋଟ୍ ନଦେବା ନିଷ୍ପତ୍ତି ସମ୍ପର୍କରେ ଭାରତର ନିର୍ବାଚନ ଆୟୋଗଙ୍କୁ ସୂଚନା ଦେଇଥିଲା । ଗତ ବର୍ଷର ବିଧାନସଭା ନିର୍ବାଚନ ପୂର୍ବରୁ ଏନ୍ପିଓ ମଧ୍ୟ ବୟକଟ୍ ନିଷ୍ପତ୍ତି ନେଇଥିଲା । କିନ୍ତୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ହସ୍ତକ୍ଷେପ ପରେ ଏହାକୁ ପ୍ରତ୍ୟାହାର କରାଯାଇଥିଲା । ନାଗାଲାଣ୍ଡରେ ଗୋଟିଏ ଲୋକସଭା ଆସନ ରହିଛି ।

The post ଲୋକସଭା ନିର୍ବାଚନ; ୬ ଜିଲ୍ଲାରେ ପଡିଲାନି ଭୋଟ, ଜାଣନ୍ତୁ କାରଣ…. appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button