ଦେଶ

ଥାନେ ହସ୍ପିଟାଲରେ ୨୪ ଘଣ୍ଟାରେ ୧୮ ରୋଗୀଙ୍କ ମୃତ୍ୟୁ: ପ୍ରଶାସନର ଅବହେଳାକୁ ଦାୟୀ କଲେ ଶରଦ ପାୱାର – Ibnodisha

[ad_1]

ଥାନେ: ମହାରାଷ୍ଟ୍ର ଥାନେ ସହରର ପୌରସଂସ୍ଥା ପରିଚାଳିତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅତି କମ୍‌ରେ ୧୮ ଜଣ ରୋଗୀଙ୍କର ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ଘଟିଛି। ଥାନେର କାଲୱାସ୍ଥିତ ସରକାରୀ ପରିଚାଳିତ ଛତ୍ରପତି ଶିବାଜୀ ମହାରାଜ ମେମୋରିଆଲ (ସିଏସ୍‌ଏମ୍‌ଏମ୍‌) ହସ୍ପିଟାଲରେ ଏହି ଘଟଣା ଘଟିଥିବା ବେଳେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ସଂପର୍କୀୟମାନେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଚରମ ଅବହେଳାକୁ ଦାୟୀ କରିଛନ୍ତି। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାୱାର ଏହି ମୃତ୍ୟୁକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ପ୍ରଶାସନର ଅବହେଳାରୁ ଏପରି ଘଟିଲା ବୋଲି କହିଛନ୍ତି। ଗତ ୧୦ ତାରିଖ ଦିନ ୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା ଏବଂ ଏହାକୁ ନେଇ କର୍ତ୍ତୃପକ୍ଷ ଆଦୌ ସଜାଗ ହୋଇନଥିବା କୁହାଯାଇଛି। ଏହାପରେ ଗତକାଲି ସକାଳୁ ପୁଣି ଜଣକ ପରେ ଜଣେ ରୋଗୀ ଆଖି ବୁଜି ଦେଇଥିଲେ ଏବଂ ଆଜି ସକାଳ ୯ଟା ସୁଦ୍ଧା ୧୮ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି।

ମୃତକଙ୍କ ପରିବାରଗୁଡ଼ିକୁ ସମବେଦନା ଜଣାଇବା ସହ ପାୱାର ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସରେ ପ୍ରଶାସନର ଅବହେଳାକୁ ସମାଲୋଚନା କରିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ମୃତ୍ୟୁବରଣ କରିଥିବା ଅଧିକାଂଶ ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ରବିବାର ମୃତ୍ୟୁସଂଖ୍ୟାକୁ ଅପ୍‌ଡେଟ୍‌ କରାଯାଇଥିଲା ଏବଂ ଏଥିରୁ ୨୪ ଘଣ୍ଟାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା। ମୃତ ରୋଗୀଙ୍କ ମଧ୍ୟରୁ କେତେକ କ୍ରନିକ୍ କିଡ୍‌ନୀ ରୋଗ, ନିମୋନିଆ, ସଡ଼କ ଦୁର୍ଘଟଣା ଏବଂ ଅନ୍ୟାନ୍ୟ କାରଣ ପାଇଁ ଚିକିତ୍ସିତ ହେଉଥିଲେ ବୋଲି ମ୍ୟୁନିସିପାଲିଟି କମିସନର ଅଭିଜିତ୍ ବଙ୍ଗର କହିଛନ୍ତି। ସେ କହିଛନ୍ତି, ଏହାର ନିରପେକ୍ଷ ତଦନ୍ତ ପାଇଁ ଏକ କମିଟି ଗଠନ କରାଯିବ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପରିସ୍ଥିତି ସମ୍ପର୍କରେ ମତାମତ ନେଇଛନ୍ତି ଏବଂ ସ୍ୱାସ୍ଥ୍ୟ ସେବା କମିଶନରଙ୍କ ନେତୃତ୍ୱରେ ଏକ ସ୍ବାଧୀନ ତଦନ୍ତ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହାରାଷ୍ଟ୍ର ମନ୍ତ୍ରୀ ଦୀପକ କେସରକର କହିଛନ୍ତି, ପରିବାର ପ୍ରତି ଆମର ସହାନୁଭୂତି ରହିଛି। ଯଦି କୌଣସି ଅବହେଳା ପାଇଁ ଏହା ହୋଇଥାଏ, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ କ୍ଷତିପୂରଣ ମଧ୍ୟ ଦିଆଯିବ ବୋଲି ସେ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button