ଦେଶ

ଚିନ୍‌ରେ ନୂଆ ଆଇନ; ରାତିରେ ଫୋନ୍ ବ୍ୟବହାର କରିପାରିବେନି ପିଲା – Ibnodisha

[ad_1]

ନୂଆଦିଲ୍ଲୀ : ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ମୋବାଇଲ ବ୍ୟବହାର ସମୟକୁ ହ୍ରାସ କରିବାକୁ ଚୀନ୍ ଆଇନ ଆଣିବାକୁ ଯାଉଛି । ଚୀନ୍ର ସର୍ବବୃହତ ଇଣ୍ଟରନେଟ୍ ନିୟନ୍ତ୍ରକ ସାଇବରସ୍ପେସ୍ ଆଡମିନିଷ୍ଟ୍ରେଶନ ଏହି ପ୍ରସ୍ତାବ ଦେଇଛି । ସମସ୍ତ ମୋବାଇଲ, ଆପ୍ଲିକେଶନ, ଆପ୍ ଷ୍ଟୋର ଆଦିରେ ଏକ ‘ମାଇନର ମୋଡ୍‌’ ରଖିବା ନିମନ୍ତେ ଏଥିରେ କୁହାଯାଇଛି । ଏହି ମୋଡ୍ ଅନ୍ କରି ପିଲାଙ୍କୁ ଦିନକୁ କେବଳ ୨ ଘଣ୍ଟା ମୋବାଇଲ ବ୍ୟବହାର ନିମନ୍ତେ ଅନୁମତି ମିଳିବ । ଏପରି ପଦକ୍ଷେପ ପିଲାଙ୍କ ଉତ୍ତମ ନୈତିକତା ଏବଂ ସାମାଜିକ ମୂଲ୍ୟବୋଧ ବଢ଼ାଇବା ଦିଗରେ ସହାୟକ ହେବ ବୋଲି ଉକ୍ତ ସଂସ୍ଥା ପକ୍ଷରୁ କୁହାଯାଇଛି । ଚୀନ୍ ସରକାର ପୂର୍ବରୁ ମଧ୍ୟ ପିଲାଙ୍କ ମୋବାଇଲ ବ୍ୟବହାର ସମୟ କମାଇବା ପାଇଁ ପଦକ୍ଷେପ ନେଇଛନ୍ତି । ଏବେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଲେ ପିଲାଙ୍କ ମୋବାଇଲ ବ୍ୟବହାର ଏବଂ ସେମାନଙ୍କୁ ବିପଦପୂର୍ଣ୍ଣ କଣ୍ଟେଣ୍ଟ୍ରୁ ଦୂରେଇ ରଖିବା ପାଇଁ ପୂର୍ବରୁ ଥିବା ନିୟମ ଆହୁରି କଠୋର ହେବ । ପ୍ରସ୍ତାବିତ ଆଇନ ଉପରେ ଚୀନ୍ୱାସୀଙ୍କ ମତାମତ ଲୋଡ଼ାଯାଇଛି ।

ସେପ୍େଟମ୍ବର ୨ ପର୍ଯ୍ୟନ୍ତ ଲୋକେ ସେମାନଙ୍କ ବିଚାର ରଖିବେ । ଏହାକୁ ମଞ୍ଜୁରି ମିଳିଲେ ପିଲା ବ୍ୟବହାର କରୁଥିବା ମୋବାଇଲରେ ନିର୍ଦ୍ଦିଷ୍ଟ ସମୟ ବିତାଇବା ପରେ ଆପେ ସେଥିରେ ବିଭିନ୍ନ ଆପ୍ଲିକେଶନ, ଗେମ୍ ଆଦି ବନ୍ଦ ହୋଇଯିବ । ଏଥିସହ ବ୍ୟବହାର ସମୟରେ ସେମାନଙ୍କୁ ମୋବାଇଲରେ ସେମାନଙ୍କ ପାଇଁ ଉପଯୁକ୍ତ କଣ୍ଟେଣ୍ଟ ବା ବିଷୟବସ୍ତୁ ଆସିବ । ଏହି ପ୍ରସ୍ତାବ ଅନୁସାରେ, ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ପିଲାଙ୍କ ମୋବାଇଲ ବ୍ୟବହାର ଉପରେ ବାରଣ ରହିବ । ୮ ବର୍ଷରୁ କମ୍ ବୟସର ପିଲା ଦିନକୁ ୪୦ ମିନିଟ୍‌, ୧୬ ବର୍ଷ ପର୍ଯ୍ୟନ୍ତ ପିଲା ଦିନକୁ ୧ ଘଣ୍ଟା ଏବଂ ୧୬ରୁ ୧୮ ବର୍ଷ ବୟସ ବର୍ଗର ପିଲା ଦିନକୁ ୨ ଘଣ୍ଟା ମୋବାଇଲ ବ୍ୟବହାର କରିପାରିବେ । ଏଥିପାଇଁ ସେମାନଙ୍କ ମୋବାଇଲରେ ରିମାଇଣ୍ଡର ରହିବ । ଅନ୍ୟପଟେ ଅଭିଭାବକମାନେ ମଧ୍ୟ ଏହି ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି । ତେବେ ଏହି ଖବର ଆସିବା ପରେ ଚୀନ୍ର ଟେକ୍ନୋଲୋଜି ସେୟାର ତଳମୁହାଁ ହୋଇଛି । କ୍ରମାଗତ ଦୁଇ ଦିନ ଧରି ବଡ଼ ବଡ଼ ଟେକ୍ନୋଲୋଜି କମ୍ପାନୀର ସେୟାର ମୂଲ୍ୟ ବହୁମାତ୍ରାରେ ହ୍ରାସ ପାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button