ରାଜ୍ୟ

ନକ୍ସଲଙ୍କ ହିଂସାକାଣ୍ଡ ଯୋଜନା ! ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଯାଞ୍ଚ କଡ଼ାକଡି – Ibnodisha

[ad_1]

-ହାଇ ଆଲର୍ଟରେ ସୀମାନ୍ତ ଥାନା

ରାଉରକେଲା: ଆଜି ଦେଶ ପାଳନ କରୁଛି ୭୭ତମ ସ୍ବାଧୀନତା ଦିବସ। ଏଥିପାଇଁ ସହର ସମେତ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ନକ୍ସଲ ସଙ୍ଗଠନ ନେତୃତ୍ବ ନେଉଥିବା ନକ୍ସଲ ନେତା ମିସ୍‌ରି ବେସ୍ରା ବଡଧରଣ ହିଂସାକାଣ୍ଡ ଘଟାଇବାକୁ ଯୋଜନା କରୁଥିବା ଗୁଇନ୍ଦା ସୂଚନା ମିଳିବା ପରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ହାଇଆଲର୍ଟ ଜାରି କରାଯାଇଛି। ସମ୍ଭାବ୍ୟ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ସରଣ୍ଡା ଜଙ୍ଗଲକୁ ଲାଗିଥିବା ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି। ଉଭୟ ଓଡ଼ିଶା ଓ ଝାଡ଼ଖଣ୍ଡ ପୁଲିସ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥାକୁ ଜୋରଦାର କରାଯାଇଛି। ସରଣ୍ଡା ଜଙ୍ଗଲର ବିଶାଳତା ତଥା ଘନତା ଯୋଗୁ ପୂରା ଇଲାକାରେ କୌଣସି ପ୍ରକାର ଅପରେସନ କରିବା ସିଆର୍‌ପିଏଫ୍‌ ଯବାନ ଓ ସ୍ଥାନୀୟ ପୁଲିସ ପାଇଁ ସବୁ ସମୟରେ କଷ୍ଟକର। ସ୍ଥାନୀୟ ପୁଲିସ, ଡିଭିଏଫ୍‌, ଏସ୍‌ଓଜି, ସିଆର୍‌ପିଏଫ୍‌ ଯବାନଙ୍କ ସୀମାନ୍ତ ଅଞ୍ଚଳରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାଉରକେଲାରୁ ବିଶ୍ରା ଦେଇ ଝାଡ଼ଖଣ୍ଡ ଯାଇଥିବା ପ୍ରମୁଖ ରାସ୍ତାକୁ ନାକାବନ୍ଦୀ କରି ଗାଡ଼ିକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି।

ସନ୍ଧାନୀ କୁକୁର ସହାୟତାରେ ଗାଡ଼ିକୁ ଯାଞ୍ଚ କରାଯାଉଛି। ଝାଡ଼ଖଣ୍ଡ ସୀମାକୁ ଲାଗିଥିବା ଜରେଇକେଲା, ଭାଲୁଲତା, ତୁଳସୀକାନି, ଝାରବେଡା, ମନ୍‌କୋ, ରାମଲୋଇ, ଅଜୟକେଳା, ସରୋଡ଼ା, ଚିତାପେଡ଼ି, ଉର୍ମେଇ, ଲାଠିକଟା ବ୍ଲକ ଅନ୍ତର୍ଗତ ଚାନ୍ଦିପୋଷ ଓ ଏହାର ଆଖପାଖ ଅଞ୍ଚଳରେ ନକ୍ସଲଙ୍କ ଗତିବିଧି ଉପରେ ସିଆର୍‌ପିଏଫ୍‌ ଓ ସ୍ଥାନୀୟ ପୁଲିସ୍‌ କଡ଼ା ନଜର ରଖିଛନ୍ତି। ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ଟଣ୍ଟୋ, ଜେଟେୟା, ଗୁଆ, ମନୋହରପୁର, ଗୋଏଲକେରା, ସୋନୁଆ ଆଦି ଅଞ୍ଚଳରେ ଝାଡ଼ଖଣ୍ଡ ପୁଲିସ ପାଟ୍ରୋଲିଂକୁ କଡ଼ାକଡି କରାଯାଇଛି। ବିଶେଷ କରି ଓଡ଼ିଶା-ଝାଡ଼ଖଣ୍ଡକୁ ଲାଗିଥିବା ବିଶ୍ରା ବ୍ଲକର କିଛି ସ୍କୁଲ, କଲେଜ ଓ ଏହାର ଚତୁଃପାର୍ଶ୍ବରେ ସିଆର୍‌ପିଏଫ୍‌, ଡିଭିଏଫ୍‌ ଓ ସ୍ଥାନୀୟ ପୁଲିସକୁ ମୁତୟନ କରାଯାଇଛି। ନକ୍ସଲଙ୍କ ଗତିବିଧିକୁ ଲକ୍ଷ୍ୟ ରଖି ରାଉରକେଲା ସହରରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ରାଉର‌କେଲା ଜିଲ୍ଲା ପୁଲିସ ପକ୍ଷରୁ ୭ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ସହରର ପ୍ରମୁଖ ଛକ, ଜନଗହଳିପୂର୍ଣ୍ଣ ସ୍ଥାନରେ ଉଭୟ ପୁଲିସ ଓ ଟ୍ରାଫିକ ପୁଲିସ ମୁତୟନ କରାଯାଇଛି। ମୋଟାମୋଟି ଭାବେ ସ୍ବାଧୀନତା ଦିବସରେ ନକ୍ସଲ ସଙ୍ଗଠନ ହିଂସାଯୋଜନାକୁ ପଣ୍ଡ କରିବାକୁ ସିଆର୍‌ଏଫ୍‌ ଓ ଜିଲ୍ଲା ପୁଲିସ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିବା ଜଣାପଡ଼ିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button