ରାଜ୍ୟ

ନୂଆ -ଓ ନାମରେ ବିଜେଡି ପ୍ରଚାର ପ୍ରସାର କରିବା ଦୁର୍ଭାଗ୍ୟଜନକ :ଏବିଭିପି – Ibnodisha

[ad_1]

ରାଜନୀତି କରଣ ବଦଳରେ ଗୁଣବତ୍ତା ଶିକ୍ଷା ଓ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ବିକାଶ ପାଇଁ ଧ୍ୟାନ ଦିଅନ୍ତୁ ରାଜ୍ୟ ସରକାର: ରାଷ୍ଟ୍ରୀୟ ସମ୍ପାଦକ ବୁଦ୍ଧଦେବ ବାଘ
ଗୁଣବତ୍ତା ଶିକ୍ଷା ପାଇଁ ଏବିଭିପି ଆରମ୍ଭ କରିବ କ୍ୟାମ୍ପସ ଚାଲ ଅଭିଯାନ
ଭୁବନେଶ୍ୱର:  ବର୍ତ୍ତମାନ ସାରା ରାଜ୍ୟରେ ସବୁ ବିଶ୍ଵବିଦ୍ୟାଳୟ, ମହାବିଦ୍ୟାଳୟ ମାନଙ୍କରେ ନୁଆ – ଓ ନାମରେ ବିଜେଡି କରଣ ହେଉଛି କ୍ୟାମ୍ପସ । ରାଜ୍ୟର ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କର ଉନ୍ନତିକରଣ ନାମରେ ଶାସକ ଦଳର ରାଜନୀତିକରଣ ବୃଦ୍ଧି ହେବାରେ ଲାଗିଛି। କିନ୍ତୁ ମହାବିଦ୍ୟାଳୟ ମାନଙ୍କରେ ଅଧ୍ୟାପକ ପଦବୀ ଖାଲି, ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯିବାରେ ଶାସକ ଦଳ ନିରବ ରହି ମନମୁଖୀ ଶାସନ କରିଚାଲିଛି। ରମାଦେବୀ ବିଶ୍ୱବିଦ୍ୟାଳୟରେ ପାଚେରୀ ଭୁସୁଡ଼ିବା, ଭଦ୍ରକ ମହାବିଦ୍ୟାଳୟରେ ଜାଲ୍ ସାର୍ଟିଫିକେଟ, ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣଛାତ୍ର ପ୍ରବେଶ କରି ଅଶାନ୍ତି ସୃଷ୍ଟି ଘଟଣା ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର ପ୍ରଦର୍ଶନ କରୁଛି। ବର୍ତ୍ତମାନ ଶାସକଦଳ ଛାତ୍ର ସଂସଦ ନିର୍ବାଚନ କୁ ସ୍ଥଗିତ ରଖି ଛାତ୍ର ମାନଙ୍କ ମୌଳିକ ସମସ୍ୟାକୁ ଅଣଦେଖା ଓ ସେମାନଙ୍କ ଅଧିକାର ହନନ କରିବାରେ ପଛଘୁଞ୍ଚା ଦେଉ ନାହିଁ। ଆଜିକୁ ୨୩ ବର୍ଷ ହେଲା ରାଜ୍ୟ ସରକାର ଶିକ୍ଷା ସମସ୍ୟା ପ୍ରତି ଅଣଦେଖା କରିବା ଏବଂ ହଠାତ୍ ନୁଆ – ଓଡ଼ିଶା, ନବୀନ ଓଡ଼ିଶା କରିବାର ଆବଶ୍ୟକତା କାହିଁକି ପଡ଼ିଲା ତାହା ସମସ୍ତ ଛାତ୍ର ଓ ଯୁବସମାଜ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନୁଆ – ଓ ନାମରେ ଲିଙ୍ଗଡୋ କମିଶନକୁ ଭ୍ରୁକ୍ଷେପ ନକରି ମହାବିଦ୍ୟାଳୟ ମାନଙ୍କରେ ସଭା କରି ସେଥିରେ ସ୍ଥାନୀୟ ଜନ ପ୍ରତିନିଧି ଓ ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ ନିୟୋଜିତ କରି ଶିକ୍ଷାନୁଷ୍ଠାନରେ ରାଜନୀତିକରଣ ର ଚିତ୍ର ସ୍ପଷ୍ଟ ହୋଇଛି।

ଏଥିସହିତ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ମଧ୍ଯ ଶାସକ ଦଳର କାର୍ଯ୍ୟକର୍ତ୍ତା ଭଳି ନବୀନ ବାବୁଙ୍କ ପୋଷ୍ଟର୍ ଲଗାଇବା, ହୋର୍ଡିଂ ମାରିବା ଆଦି କାର୍ଯ୍ୟରେ ନିୟୋଜିତ ରହିବା କେତେଦୂର ଯୁକ୍ତିଯୁକ୍ତ। ସମ୍ପୂର୍ଣ ଭାବରେ କହିବାକୁ ଗଲେ, ରାଜ୍ୟର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବର୍ତ୍ତମାନ ଶାସକଦଳର କାର୍ଯ୍ୟାଳୟ ପାଲଟି ଯାଇଛି।ଏହି ଭଳି କାର୍ଯ୍ୟକ୍ରମ କରିବା ନାମରେ ରାଜକୋଷରୁ ଅପରଯାପ୍ତ ପଇସା ଖର୍ଚ୍ଚ କରା ଯାଉଛି ।ଏହି ମଧ୍ୟରେ ବିଭିନ୍ନ ସ୍ଥାନରେ ଦୁର୍ନୀତିର ଅଭିଯୋଗ ମଧ୍ୟ ଆସିଛି ।ଏହି ପଇସା ମାଧ୍ୟମରେ ଯଦି ଲାଇବ୍ରେରୀ ଭଳି ବିଭିନ୍ନ ମୌଳିକ ସମସ୍ୟାର ସମାଧାନ କରା ଯାଇଥାନ୍ତା ତାହେଲେ ଭଲ ହୋଇ ପାରନ୍ତା । ମାସ ମାସ ଧରି କାର୍ଯ୍ୟକ୍ରମ କରିବା ଦ୍ୱାରା ପାଠ ପଢା ଓ ପରୀକ୍ଷାରେ ମଧ୍ୟ ବିଘ୍ନ ପ୍ରାପ୍ତ ହେଉଅଛି ।ରାଜ୍ୟ ସରକାର ସାଂସ୍କୃତିକ କାର୍ଯ୍ୟକ୍ରମ ନାମରେ ଦଳୀୟ ପ୍ରଚାର ଅପେକ୍ଷା ଗୁଣବତ୍ତା ଶିକ୍ଷା ଓ ଶିକ୍ଷାନୁଷ୍ଠାନ ଗୁଡିକର ଭିତ୍ତି ଭୂମି ବିକାଶ ପାଇଁ ଧ୍ୟାନ ଦେଲେ ଭଲ ହୁଅନ୍ତା ବୋଲି ରାଷ୍ଟ୍ରୀୟ ସମ୍ପାଦକ ବୁଦ୍ଧଦେବ ବାଘ କହିଛନ୍ତି।

ଏହା ସହିତ ଶିକ୍ଷାର ଗୁଣବତ୍ତା ବିକାଶ ପାଇଁ ସାରା ରାଜ୍ୟରେ କ୍ୟାମ୍ପସ ଚାଲ ଅଭିଯାନ ଓ କ୍ୟାମ୍ପସ ସ୍ଥରରୁ ଆବଶ୍ୟକ ଆନ୍ଦୋଳନ କରିବ ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସମ୍ପାଦକ କହିଛନ୍ତି ।ଆଜି କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଅତିଥି ଅଧ୍ୟାପକ ଭରଷାରେ ଚାଲିଛି । ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଭିତ୍ତିଭୂମି ନାହିଁ ।ଆଜି ମହାବିଦ୍ୟାଳୟ ରେ ସୁରକ୍ଷା ନାହିଁ ।ଏହି ସବୁ ବିଷୟରେ ମଧ୍ୟ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ଆନ୍ଦୋଳନ କରିବ ବୋଲି ଜିଲ୍ଲା ସଂଯୋଜକ ତନ୍ମୟ ବିଶି କହିଛନ୍ତି ।ଏହିପ୍ରେସ ବାର୍ତ୍ତାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ ସମ୍ପାଦକ ବୁଦ୍ଧଦେବ ବାଘ,ପ୍ରାନ୍ତ ମିଡ଼ିଆ ସହ ସଂଯୋଜକ ସମୀପ କୁମାର ରାଉତ , ଜିଲ୍ଲା ସଂଯୋଜକ ତନ୍ମୟ ବିଶି ଓ ବିଭାଗ ସଂଯୋଜକ କେଶବ ସାହୁ ଉପସ୍ଥିତ ଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button