ରାଜ୍ୟ

ଶୋଇଥିବା ଗୋରୁଙ୍କୁ ଉପରେ ଚଢିଗଲା ଅଜଣା ଗାଡ଼ି: ୧୪ ଗାଈ ମୃତ, ୨ ଗୁରୁତର

ଢେଙ୍କାନାଳ: ଶୋଇଥିବା ଗୋରୁଙ୍କୁ ଉପରେ ଚଢିଗଲା ଅଜଣା ଗାଡ଼ି । ଦୁର୍ଘଟଣାରେ ଚାଲିଗଲା ୧୪ଟି ଗୋରୁଙ୍କ ଜୀବନ। ୨ଟି ଗୋରୁ ଗୁରୁତର। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବାରିହାପୁର ନିକଟରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୫୩ ନମ୍ବର ଜାତୀୟ ରାଜପଥର ବାରିହାପୁରଠାରେ ରାଜପଥ ଉପରେ ଅନେକ ଗାଈ ଶୋଇ ରହିଥିଲେ ।

କିନ୍ତୁ ଏକ ଦ୍ରୁତଗାମୀ ଅଜଣାଗାଡି ସେଠାରେ ଶୋଇଥିବା ୧୬ଟି ଗାଈଙ୍କୁ ଧକ୍କା ଦେଇ ସେମାନଙ୍କ ଉପରେ ଚଢିଯାଇଛି । ଫଳରେ ଘଟଣାସ୍ଥଳରେ ୧୪ ଗାଈଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଗାଈ ଗୁରୁତର ଅବସ୍ଥାରେ ଅଛନ୍ତି। ମୃତ ଗାଈ ଗୁଡିକଙ୍କ ଖଣ୍ଡବିଖଣ୍ଡିତ ଶରୀର ରାଜରାସ୍ତାରେ ପଡିରହିଥିବା ବେଳେ ଆହତ ଥିବା ଗାଈମାନଙ୍କୁ ବଞ୍ଚାଇବା ପାଇଁ ସ୍ଥାନୀୟ ଲୋକ ଉଦ୍ୟମ ଜାରି ରଖିଛନ୍ତି । ତେବେ ଏହି ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା ଉତ୍ତ୍ୟକ୍ତ ଥିବାବେଳେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି । ପରଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଗୋରୁଗୁଡ଼ିକୁ ରାଜପଥରୁ ହଟାଇବାକୁ ଉଦ୍ୟମ କରୁଛି । ଏଥିସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Related Articles

Leave a Reply

Your email address will not be published. Required fields are marked *

Back to top button